Categories: ଖେଳ

କୋହଲିଙ୍କୁ ନେଇ ଏମିତି କହିଦେଲେ କଙ୍ଗନା ରାଣାଓ୍ବତ

ନୂଆଦିଲ୍ଲୀ,୧୭।୧୧: ନିକଟରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ସେମିଫାଇନାଲ ମ୍ୟାଚ ସମସ୍ତଙ୍କ ପାଇଁ ସ୍ମରଣୀୟ ବୋଲି ପ୍ରମାଣିତ ହୋଇଥିଲା। ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରି ଟିମ ଇଣ୍ଡିଆ ନିଶ୍ଚିତ ଭାବେ ଫାଇନାଲରେ ପ୍ରବେଶ କରିଛି। ଏହା ବ୍ୟତୀତ ବିରାଟ କୋହଲି ମ୍ୟାଚରେ ନିଜର ୫୦ତମ ଶତକ ହାସଲ କରି ସଚିନ ତେନ୍ଦୁଲକରଙ୍କ ରେକର୍ଡ ମଧ୍ୟ ଭାଙ୍ଗିଥିଲେ।
ଏହି ଐତିହାସିକ ଶତକ ପରେ କୋହଲିଙ୍କ ପ୍ରଦର୍ଶନକୁ ସମସ୍ତେ ପ୍ରଶଂସା କରୁଛନ୍ତି। ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ମଧ୍ୟ କୋହଲିଙ୍କ ପ୍ରଦର୍ଶନକୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି।
ଏହି ଭିଡିଓ ଶେୟାର କରି କଙ୍ଗନା ଲେଖିଛନ୍ତି, କେତେ ଆଶ୍ଚର୍ଯ୍ୟଜନକ !! ଏହା ମିଷ୍ଟର କୋହଲିଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଏକ ଭଲ ଉଦାହରଣ। ଯେଉଁମାନଙ୍କ ରେକର୍ଡ ଭଙ୍ଗାଯାଏ ସେମାନଙ୍କ ପ୍ରତି କିପରି ବ୍ୟବହାର କରାଯିବ ତାହା ସେ ଜଣାଇଲେ। ଯେଉଁ ଧରିତ୍ରୀ ଉପରେ ସେ ଚାଲୁଛନ୍ତି ତାକୁ ପୂଜା କରିବା ଉଚିତ୍‌। ଚମତ୍କାର ଏବଂ ଉତ୍ତମ ଚରିତ୍ର ବିଶିଷ୍ଟ ଜଣେ ମହାନ ବ୍ୟକ୍ତି, ସେ ଏହା ପାଇବାକୁ ଯୋଗ୍ୟ।
ତେବେ କଙ୍ଗନା ବିରାଟ କୋହଲିଙ୍କୁ ପ୍ରଶଂସା କରିବା ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ କଙ୍ଗନା ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଏକ ପାଓ୍ବାରଫୁଲ ଦମ୍ପତି ବୋଲି କହିଥିଲେ।
ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ପରେ ଷ୍ଟାଡିୟମରେ ଉପସ୍ଥିତ ମାଷ୍ଟରବ୍ଲାଷ୍ଟରଙ୍କୁ କୋହଲି ମୁଣ୍ଡ ନୁଆଁଇ ଥିଲେ।

Share