Categories: ଖେଳ

ଦିନିକିଆ ବିଶ୍ୱକପରେ ଏ ପର୍ଯ୍ୟନ୍ତ ସର୍ବାଧିକ ରନ କରିଛନ୍ତି ସଚିନ, ଜାଣନ୍ତୁ କେତେ ନମ୍ବରରେ ବିରାଟ

ନୂଆଦିଲ୍ଲୀ,୩।୭: ଦିନିକିଆ ବିଶ୍ୱକପ ୨୦୨୩ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏଥର ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଅକ୍ଟୋବର ୫ରେ ଅହମ୍ମଦାବାଦରେ ଖେଳାଯିବ। ଅକ୍ଟୋବର ୮ରେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଟିମ ଇଣ୍ଡିଆ ପ୍ରଥମ ମ୍ୟାଚ ଖେଳିବ। ଯଦି ଆପଣ ଭାରତୀୟ ଦଳର ଖେଳାଳିଙ୍କ ରେକର୍ଡକୁ ଦେଖନ୍ତି, ତେବେ ଏହା ପ୍ରଭାବଶାଳୀ ରହିଛି। ଭାରତ ପାଇଁ ଦିନିକିଆ ବିଶ୍ୱକପରେ ସଚିନ ତେନ୍ଦୁଲକର ଏ ପର୍ଯ୍ୟନ୍ତ ସର୍ବାଧିକ ରନ କରିଛନ୍ତି। ଏହି କ୍ରମରେ ବିରାଟ କୋହଲି ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ଟିମ ଇଣ୍ଡିଆ ପାଇଁ ବର୍ତ୍ତମାନର ଖେଳାଳି ତାଲିକାରେ କୋହଲି ଦିନିକିଆ ବିଶ୍ୱକପରେ ସର୍ବାଧିକ ରନ ସ୍କୋରର। ଦିନିକିଆ ବିଶ୍ୱକପ ୨୬ ଇନିଂସରେ କୋହଲି ୧୦୩୦ରନ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ସେ ୨ ଶତକ ଏବଂ ୬ ଅର୍ଦ୍ଧଶତକ ହାସଲ କରିଛନ୍ତ। ସର୍ବାଧିକ ରନ ସ୍କୋର କରିବାରେ କୋହଲି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସଚିନ ପ୍ରଥମ ସ୍ଥାନରେ ଅଛନ୍ତି। ବିଶ୍ୱ କ୍ରିକେଟ ଖେଳାଳି ତାଲିକାରେ ସେ ମଧ୍ୟ ଏକ ନମ୍ବରରେ ଅଛନ୍ତି। ସଚିନ ୪୪ ଇନିଂସରେ ୨୨୭୮ରନ ସଂଗ୍ରହ କରିଛନ୍ତି। ସେ ୬ ଶତକ ଏବଂ ୧୫ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେହିପରି ସୌରଭ ଗାଙ୍ଗୁଲି ତୃତୀୟ ସ୍ଥାନରେ ଅଛନ୍ତି। ଗାଙ୍ଗୁଲି ୨୧ ଇନିଂସରେ ୧୦୦୬ ରନ ସଂଗ୍ରହ କରିଛନ୍ତି । ସେ ୪ ଶତକ ଏବଂ ୩ ଅର୍ଦ୍ଧଶତକ ହାସଲ କରିଛନ୍ତି। ଭାରତୀୟ ଦଳର ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା ଚତୁର୍ଥ ସ୍ଥାନରେ ଅଛନ୍ତି। ସେ ୧୭ ଇନିଂସରେ ୯୭୮ ରନ ସଂଗ୍ରହ କରିଥିବା ବେଳେ ୬ ଶତକ ଏବଂ ୩ ଅର୍ଦ୍ଧଶତକ ହାସଲ କରିଛନ୍ତି। ରାହୁଲ ଦ୍ରାବିଡ ପଞ୍ଚମ ସ୍ଥାନରେ ଅଛନ୍ତି। ସେ ୨୧ ଇନିଂସରେ ୮୬୦ ରନ ସଂଗ୍ରହ କରିଛନ୍ତି।

Share