Categories: ଖେଳ

ବିଶ୍ୱକପ୍‌ ଫାଇନାଲ୍‌: ଟସ୍‌ ଜିତିଲା ଭାରତ

ପୋଶ୍ଚେଫଷ୍ଟ୍ରୁମ୍‌,୨୯।୧: ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ଭାରତ-ଇଂଲଣ୍ଡ ମଧ୍ୟରେ ମୁକାବିଲା ଚାଲିଛି। ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟିକା ଶେଫାଳି ବର୍ମା ଟସ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଟିମ ଇଣ୍ଡିଆ ଏହି ବିଶ୍ୱକପର ପ୍ରଥମ ସଂସ୍କରଣ ଜିତି ଇତିହାସ ସୃଷ୍ଟି କରିବାକୁ ଚାହୁଁଛି। ଏହି ଟୁର୍ନାମେଣ୍ଟରେ ଭାରତ ଏପର୍ଯ୍ୟନ୍ତ ଗୋଟିଏ ମ୍ୟାଚ ହାରିଥିବାବେଳେ ଇଂଲଣ୍ଡ ଦଳ ଏପର୍ଯ୍ୟନ୍ତ ଅପରାଜିତ ରହିଛି।

Share