ଅହମଦାବାଦ,୧୯ା୧୧: ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ବିଶ୍ୱକପର ଫାଇନାଲ ମ୍ୟାଚ୍ ପୂର୍ବରୁ ଦେଖିବାକୁ ମିଳିଥିଲା ଭାରତୀୟ ବାୟୁସେନାର ପରାକ୍ରମ।
ବାୟୁସେନାରେ ଆକ୍ରୋବାଟିକ୍ ଟିମ୍ ସୂର୍ଯ୍ୟ କିରଣ ଟସ୍ର ଠିକ୍ ପୂର୍ବରୁ ଏକ ଚମତ୍କାର ଏୟାର ଶୋ’ର ପ୍ରଦର୍ଶନ କରିଥିଲା। ୧୦ ମିନିଟ ଧରି ଚାଲିଥିବା ଏହି ଏୟାର ଶୋ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକଙ୍କ ମନୋରଞ୍ଜନ କରିଥିଲା। ପ୍ରଥମ ଥର ପାଇଁ କୌଣସି କ୍ରିକେଟ ଇଭେଣ୍ଟରେ ଏୟାର ଶୋ ଅନୁଷ୍ଠିତ ହୋଇଥିଲା। ବାୟୁସେନାର ୯ଟି ହକ୍ ଏମ୍ କେ-୧୩୨ ସ୍କାଟ ବିମାନକୁ ଏହି ଶୋ ପାଇଁ ବ୍ୟବହାର କରାଯାଇଥିଲା। ୫୨ତମ ସ୍କ୍ବାଡ୍ରନର ଅଂଶବିଶେଷ ଏହି ଟିମ୍ରେ ୧୩ ଜଣ ପାଇଲଟ୍ ରହିଥିବା ବେଳେ ଏୟାର ଶୋ’ରେ ୯ ଜଣ ଅଂଶଗ୍ରହଣ କରିଥିଲେ।