Categories: ଖେଳ

ଅନ୍‌ଲାଇନ୍‌ରେ ସବୁ ରେକର୍ଡ ଭାଙ୍ଗିଲା ବିଶ୍ୱକପ ଫାଇନାଲ ମ୍ୟାଚ୍‌: ୫.୯ କୋଟି ଦର୍ଶକ ଦେଖିଲେ ମ୍ୟାଚ୍‌

ଅହମ୍ମଦାବାଦ୍‌,୨୦।୧୧: ୨୦୨୩ ବିଶ୍ୱକପ ଫାଇନାଲରେ ଭାରତକୁ ପରାସ୍ତ କରି ଅଷ୍ଟ୍ରେଲିଆ ବିଶ୍ୱ ଚାମ୍ପିୟନ ହୋଇଛି। ଦିନିକିଆ କ୍ରିକେଟ ଇତିହାସରେ ଷଷ୍ଠ ଥର ପାଇଁ ବିଶ୍ୱକପ କବଜା କରିଛି କଙ୍ଗାରୁ ଟିମ୍‌। ଟିମ ଇଣ୍ଡିଆର ବିଜୟ ଆଶା କରୁଥିବା କୋଟି କୋଟି ଭାରତୀୟ ନିରାଶ ହୋଇଛନ୍ତି।
ତେବେ ଦର୍ଶକଙ୍କ ଦୃଷ୍ଟିରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବିଶ୍ୱକପ ଫାଇନାଲ ମ୍ୟାଚ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଏହି ମ୍ୟାଚ୍‌କୁ ଡିଜନି-ହଟଷ୍ଟାରରେ ରେକର୍ଡ ୫.୯ କୋଟି ଦର୍ଶକ ଦେଖିଛନ୍ତି। ଓଟିଟି ପ୍ଲାଟଫର୍ମ ଏହି ସୂଚନା ଦେଇଛି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ସେମିଫାଇନାଲ ମ୍ୟାଚରେ ୫.୩ କୋଟି ଦର୍ଶକ ଦେଖିଥିଲେ।
ଫାଇନାଲ ମ୍ୟାଚ ର ଲାଇଭ ଷ୍ଟ୍ରିମିଂ ସମୟରେ ସର୍ବାଧିକ ଦର୍ଶକଙ୍କ ସଂଖ୍ୟା ପ୍ରାୟ ୫.୯ କୋଟିରେ ରେକର୍ଡ କରାଯାଇଥିଲା। ବିଶ୍ୱକପ ପ୍ରତିଯୋଗିତାରେ ଭାରତ ବନାମ ପାକିସ୍ତାନର ଲିଗ ମ୍ୟାଚରେ ୩.୫ କୋଟି ଦର୍ଶକ ଲାଇଭ ଷ୍ଟ୍ରିମିଂ ମାଧ୍ୟମରେ ମ୍ୟାଚ ଦେଖିଥିଲେ।

Share