ବିଶ୍ୱକପ ପାଇଁ ଚାଲିଲା ସ୍ବତନ୍ତ୍ର ଟ୍ରେନ, ଭଡା ମାତ୍ର…

ନୂଆଦିଲ୍ଲୀ,୧୮।୧୧: ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପର ଅନ୍ତିମ ମ୍ୟାଚ ଖେଳାଯିବ। ଏହି ମ୍ୟାଚରେ ଭାରତ ଏବଂ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଏହି ହାଇ ପ୍ରୋଫାଇଲ ମ୍ୟାଚର ସିଧା ପ୍ରସାରଣ କେବଳ ଭାରତ ନୁହେଁ ସାରା ବିଶ୍ୱ ଦେଖିବ। ତେବେ ସମସ୍ତେ ଷ୍ଟାଡିୟମକୁ ଯାଇ ମ୍ୟାଚ ଦେଖିବାକୁ ଚାହଁୁଥିବାବେଳେ ଫ୍ଲାଇଟ ଟିକେଟ୍‌ ଓ ହୋଟେଲ ଭଡା ଯୋଗୁ ସେମାନେ ହଟଷ୍ଟାରରେ ମ୍ୟାଚ ଦେଖିବେ। ବର୍ତ୍ତମାନ ଦେଶର ବିଭିନ୍ନ ସହରରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ବିମାନ ଭଡା ବହୁତ ମହଙ୍ଗା ହୋଇଯାଇଛି। ଯଦି ଆପଣ ଷ୍ଟାଡିୟମକୁ ଯାଇ ମ୍ୟାଚ ଦେଖିବାକୁ ଚାହୁଁଛନ୍ତି ଏଇଟା ଆଣଙ୍କ ପାଇଁ ଖୁସି ଖବର। ବିମାନ ଭଡା ମହଙ୍ଗା ହୋଇଯାଇଥିବାରୁ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ସ୍ବତନ୍ତ୍ର ଟ୍ରେନ ଚଳାଇବା ନେଇ ନିଷ୍ପତ୍ତି ନେଇଛି। ଏହି ଟ୍ରେନଗୁଡିକ ଦିଲ୍ଲୀ ଏବଂ ମୁମ୍ବାଇରୁ ଚଳାଚଳ କରିବ। ବିଶେଷ କଥା ହେଉଛି ଏହି ଟ୍ରେନ ଭଡା ଆଦୌ ମହଙ୍ଗା ହେବ ନାହିଁ। ଟ୍ରେନ ଟିକେଟରେ ଆପଣ ୮୫ରୁ ୯୦ପ୍ରତିଶତ ସଞ୍ଚୟ କରିବେ।

ଶନିବାର ସାରେ ଏକ ସ୍ବତନ୍ତ୍ର ଟ୍ରେନ ଦିଲ୍ଲୀରୁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିବ। ପରଦିନ ଅର୍ଥାତ ରବିବାର ସକାଳେ ଏହି ଟ୍ରେନ ପହଞ୍ଚିବ। ମ୍ୟାଚ ପରେ ଭୋର ୨ଟା ୩୦ରୁ ଟ୍ରେନ ଅହମ୍ମଦାବାଦରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ। ଜାଣି ଖୁସି ହେବେ ଏହି ଟ୍ରେନର ଟିକେଟ ବିମାନ ଟିକେଟ ଠାରୁ ବହୁତ କମ ଅଟେ। ସ୍ଲିପର ସିଟର ଦାମ ୬୨୦ ଟଙ୍କା ହୋଇଥିବାବେଳେ ଫାଷ୍ଟ କ୍ଲାସ ଏସି ଟିକେଟର ଦାମ ୩୪୯୦ ଟଙ୍କା ରହିଛି। 3AC ଇକୋନମିି ଏବଂ 3AC ସିଟ ମୂଲ୍ୟ ଯଥାକ୍ରମେ ୧୫୨୫ ଏବଂ ୧୬୬୫ ଟଙ୍କା ରହିଛି।

ଯଦି ଦିଲ୍ଲୀରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ବିମାନ ଭଡା ବିଷୟରେ କହିବା, ତେବେ ଶନିବାର ସାରେ ବିମାନର ଭଡା ୨୬ ହଜାରରୁ ଅଧିକ ରହିବାକୁ ଥିବାବେଳେ ରବିବାର ସକାଳେ ଭଡା ୨୮ହଜାରରୁ ଅଧିକ ଅଟେ। ଯଦି ଆପଣ ଏହାକୁ ଫାଷ୍ଟ କ୍ଲାସ ଏସି ଟିକେଟ ଭଡା ସହିତ ତୁଳନା କରନ୍ତି, ତେବେ ଆପଣ ୮୫ ପ୍ରତିଶତରୁ ଅଧିକ ସଞ୍ଚୟ କରିବେ। ରେଲୱେ ଦ୍ୱାରା ମୁମ୍ବାଇରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ତିନୋଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri