Categories: ଖେଳ

‘୨୦୦୩ ଭଳି ଏଥର ମଧ୍ୟ ବିଶ୍ୱକପ୍‌ ଜିତିବ ଅଷ୍ଟ୍ରେଲିଆ’

ନୂଆଦିଲ୍ଲୀ,୧୭।୧୧: ଏବେ ବିଶ୍ୱକପ୍‌ ୨୦୨୩ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ରବିବାର ଖେଳାଯିବାକୁ ଥିବା ଫାଇନାଲ ମୁକାବିଲାରେ ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ ହେମେ। ଉଭୟ ଟିମ୍‌ ଶେଷଥର ଲାଗି ୨୦୦୩ରେ ଫାଇନାଲ ଖେଳିଥିଲେ। ଏଥିରେ ଅଷ୍ଟ୍ରେଲିଆ ସହଜ ବିଜୟ ହାସଲ କରିଥିଲା। ଏଣୁ ଭାରତୀୟ ଟିମ୍‌ ୨୦ ବର୍ଷର ପୁରୁଣା ପ୍ରତିଶୋଧ ନେବାକୁ ଚାହିଁବ। ଏଭଳି ସ୍ଥିତିରେ ପାକିସ୍ତାନର ପୂର୍ବତନ କ୍ରିକେଟର ଓ୍ବାସିମ ଆକ୍ରମ କିଏ ବିଶ୍ୱକପ୍‌ ବିଜେତା ହେବ ସେ ନେଇ ଭବିଷ୍ୟବାଣୀ କରିଛନ୍ତି।

ବିଶ୍ୱକପ୍‌ ଇତିହାସକୁ ଦେଖିଲେ ଅଷ୍ଟ୍ରେଲିଆ ସବୁଠାରୁ ସଫଳ ଟିମ୍‌। ଦଳ ୫ ଥର ଚାମ୍ପିୟନ ହୋଇଛି। ଭାରତ ୧୯୮୩ ଏବଂ ୨୦୧୧ରେ ଏହି ବିଶ୍ୱକପ୍‌ ଜିତିଥିଲା। ଉଭୟ ଟିମ୍‌ ଲାଗି ଟୁର୍ନାମେଣ୍ଟ ଜିତିବା ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ଓ୍ବାକ୍ରମ ଅଷ୍ଟ୍ରେଲିଆ ବିଜେତା ହେବ ବୋଲି କହିଛନ୍ତି। ତେବେ ଭାରତ ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ବୋଲି ସେ କହିଛନ୍ତି।

Share