Categories: ଜାତୀୟ

ବଢ଼ିଲା ବିଶ୍ୱକପ୍‌ ହିରୋଙ୍କ ସମସ୍ୟା

ହାଂସି,୧୭।୧୦: ଅନୁସୂଚିତ ଜାତି ଉପରେ ଅପମାନଜନକ ଟିପ୍ପଣି ଦେଇ ହଟହଟା ହୋଇଛନ୍ତି ଭାରତକୁ ଦୁଇ ଦୁଇ ଥର ବିଶ୍ୱକପ୍‌ ଜିତାଇଥିବା ଯୁବରାଜ ସିଂ। ଏହି ମାମଲାରେ ହିସାର ପୋଲିସ ୨୦୦୭ ଟି୨୦ ବିଶ୍ୱକପ୍‌ ଓ ୨୦୧୧ ବିଶ୍ୱକପ୍‌ ହିରୋ ଯୁବିଙ୍କୁ ଗିରଫ କରିଛି। ଗିରଫ କରିବା ପରେ ତାଙ୍କୁ ୩ ଘଣ୍ଟା ଧରି ପଚରାଉଚୁରା କରାଯାଇଥିଲା। ତେବେ ହାଇକୋର୍ଟ ଆଦେଶ କ୍ରମେ ତାଙ୍କୁ ଛାଡ଼ି ଦିଆଯାଇଛି। ଏହି ମାମଲାରେ କୋର୍ଟ ଯୁବିଙ୍କ ଆଗୁଆ ଜାମିନକୁ ମଞ୍ଜୁରୀ ଦେଇସାରିଛନ୍ତି।

ହାଂସି ଥାନାରେ ଦାୟର ହୋଇଥିବା ଅଭିଯୋଗ ଅନୁଯାୟୀ, ପୂର୍ବତନ ଅଲରାଉଣ୍ଡର ଗତ ବର୍ଷ ରୋହିତ ଶର୍ମାଙ୍କ ସହ ଲାଇଭ୍‌ ଚାଟ୍‌ବେଳେ ୟୁଜବେନ୍ଦ୍ର ଚହଲଙ୍କ ବିଷୟରେ ଅପତ୍ତିଜନକ କମେଣ୍ଟ କରିଥିଲେ।

Share