Categories: ଖେଳ

ହ୍ବାଇଟ ବଲ ସିରିଜରୁ ବାହାର ହେଲେ ବିଶ୍ୱକପ ହିରୋ ଶାମି, କାରଣ…

କୋଲକାତା,୨।୧୨ : ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଅନେକ ଭାରତୀୟ ଖେଳାଳି ଆଗାମୀ ଯାତ୍ରା ପାଇଁ ବ୍ଲୁ ଟିମ କୁ ଫେରିଛନ୍ତି। ଅନେକ ଭେଟେରାନ ମଧ୍ୟ ନିରାଶ ହୋଇଛନ୍ତି। ବିଶ୍ୱକପରେ ଦୃଷ୍ଟି ଆକର୍ଷଣ କରିଥିବା ଷ୍ଟାର ଫାଷ୍ଟ ବୋଲର ମହମ୍ମଦ ଶାମି ହ୍ବାଇଟ ବଲ ସିରିଜ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇ ନାହାନ୍ତି। ଏକଦିବସୀୟ ଏବଂ ଟତ-୨୦ ଫର୍ମାଟରେ ଶାମିଙ୍କୁ ଅନ୍ତର୍ଭୁକ୍ତ ନ କରିବାର ନିଷ୍ପତ୍ତିରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବିଶ୍ୱକପରେ ତାଙ୍କର ଉତ୍କୃଷ୍ଟ ବୋଲିଂ ପରେ ତାଙ୍କୁ ହ୍ବାଇଟ ବଲ ସିରିଜ ପାଇଁ ନିଶ୍ଚିତ ଭାବେ ଭାରତୀୟ ଦଳରେ ଅନ୍ତର୍ଭୁକ୍ତ କରାଯିବା ଉଚିତ ବୋଲି ପ୍ରଶଂସକମାନେ ସୋସିଆଲ ମିଡିଆରେ ନିଜ ନିଜର ମନ୍ତବ୍ୟ ପ୍ରଦାନ କରିଛନ୍ତି।

୩୩ ବର୍ଷୀୟ ଦ୍ରୁତ ବୋଲରଙ୍କ ସମ୍ପର୍କରେ ବିସିସିଆଇ ଏକ ବିବୃତ୍ତି ଜାରି କରିଛି। କୁହାଯାଇଛି ଶାମି ବର୍ତ୍ତମାନ ନିଜର ଚିକିତ୍ସା କରୁଛନ୍ତି। ଏହା ବ୍ୟତୀତ ଶାମି ତାଙ୍କ ଫିଟନେସ ଉପରେ ମଧ୍ୟ କାମ କରୁଛନ୍ତି। ଫିଟ ହୋଇଗଲେ ସେ ଶୀଘ୍ର ହ୍ବାଇଟ ବଲ କ୍ରିକେଟରେ ଭାଗ ନେବେ।

ସୂଚନାଯୋଗ୍ୟ ଆଫ୍ରିକୀୟ ଗସ୍ତରେ ଟେଷ୍ଟ ସିରିଜ ପାଇଁ ଶାମିଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି, କିନ୍ତୁ ସେ ସୀମିତ ଓଭର ଫର୍ମାଟରୁ ବାହାରେ ଅଛନ୍ତି। ଟେଷ୍ଟ ସିରିଜ ସମୟରେ ସେ ଦଳ ପାଇଁ ଫିଟ ହେବେ ବୋଲି ଆଶା କରାଯାଉଛି।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚ ୨୬ ଡିସେମ୍ବରରେ ଖେଳାଯିବ ଏବଂ ଦ୍ୱିତୀୟ ମ୍ୟାଚ ୩ ଜାନୁଆରୀରେ ଖେଳାଯିବ।

ବିଶ୍ୱକପ ୨୦୨୩ରେ ସର୍ବାଧିକ ୱିକେଟ ନେଇଥିବା ବୋଲର ଥିଲେ ମହମ୍ମଦ ଶାମି। ସେ ଟୁର୍ନାମେଣ୍ଟରେ ଟିମ ପାଇଁ ମୋଟ ୭ ଟି ମ୍ୟାଚ ଖେଳିଥିଲେ। ଏହି ସମୟରେ ସେ ହାରାହାରି ୧୦.୭୦ ହାରରେ ୭ ଟି ଇନିଂସରେ ସର୍ବାଧିକ ୨୪ ୱିକେଟ ନେବାରେ ସଫଳ ହୋଇଥିଲେ। ଏହି ଅବଧିରେ ସେ ଚାରିଟି ୱିକେଟ ଥରେ ଏବଂ ତିନି ଥର ୫ ୱିକେଟ ନେଇବାର ସଫଳତା ହାସଲ କରିଥିଲେ।

 

Share