Categories: ଖେଳ

ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ହାରିଯିବା ପରେ ଡ୍ରେସିଂ ରୁମ୍‌ରେ ଭୋ ଭୋ ହୋଇ କାନ୍ଦିଥିଲେ ଧୋନୀ: କୋଚ କଲେ ଖୁଲାସା

ଧର୍ମଶାଳା,୨୨।୧୦: ୨୦୧୯ ବିଶ୍ୱକପ୍‌ର ସେମିଫାଇନାଲରେ ଭାରତୀୟ ଦଳ ହାରି ଯାଇଥିଲା। ଜୁଲାଇ ୧୧, ୨୦୧୯ରେ ଭାରତୀୟ ଦଳକୁ ପରାସ୍ତ କରି ନ୍ୟୁଜିଲାଣ୍ଡ ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିଥିଲା। ତେବେ ଟାଇଟଲ ମ୍ୟାଚରେ ଆୟୋଜକ ଇଂଲଣ୍ଡ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଉଟ ହେବା ମାତ୍ରେ ଟିମ ଇଣ୍ଡିଆର ଆଶା ଶେଷ ହୋଇଥିଲା। ସେହି ବିଶ୍ୱକପ ସମୟରେ ଭାରତୀୟ ଦଳର ବ୍ୟାଟିଂ କୋଚ ଥିବା ସଞ୍ଜୟ ବାଙ୍ଗର ଏକ ବଡ଼ ଖୁଲାସା କରିଛନ୍ତି। ରବିବାର ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ବିଷୟରେ କଥାବାର୍ତ୍ତା ବେଳେ ସେ ଏହା କହିଛନ୍ତି।
ବାଙ୍ଗର କହିଛନ୍ତି ଯେ, ମ୍ୟାଚରେ ପରାଜୟ ପରେ ଧୋନୀ ଡ୍ରେସିଂ ରୁମରେ ଭୋ ଭୋ ହୋଇ କାନ୍ଦିଥିଲେ। ଧୋନୀଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରିଷଭ ପନ୍ତ ମଧ୍ୟ କାନ୍ଦୁଥିଲେ। ସେହି ମ୍ୟାଚ ଧୋନିଙ୍କ କ୍ୟାରିୟରର ଶେଷ ମ୍ୟାଚ ବୋଲି ପ୍ରମାଣିତ ହୋଇଥିଲା। ଏହା ପରେ ଧୋନୀ ଭାରତୀୟ ଦଳର ଜର୍ସି ପିନ୍ଧି ନ ଥିଲେ।
ଇଂଲଣ୍ଡର ମାଞ୍ଚେଷ୍ଟରରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଦଳ ୫୦ ଓଭରରେ ଆଠ ଉଇକେଟ ହରାଇ ୨୩୯ ରନ ସଂଗ୍ରହ କରିଥିଲା। ଖରାପ ପାଗ ଏବଂ ବର୍ଷା ହେତୁ ଦ୍ରୁତ ବୋଲରଙ୍କ ସପକ୍ଷରେ ରହିଥିଲା। ଭାରତର ୬ଟି ଉଇକେଟ ୯୧ ରନରେ ପଡିଥିଲା। ଭାରତ ଏକ ବଡ଼ ପରାଜୟର ନିକଟତର ହୋଇଥିଲା। ଏଠାରୁ ଧୋନୀ ରବିନ୍ଦ୍ର ଜାଡେଜାଙ୍କ ସହ ଇନିଂସ ପରିଚାଳନା କରିଥିଲେ।
ଧୋନୀ ଏବଂ ଜାଡେଜା ସପ୍ତମ ଉଇକେଟ ପାଇଁ ୧୧୬ ରନ ଭାଗିଦାରୀ କରିଥିଲେ। ଜାଡେଜା ୨୦୮ ରନ ସ୍କୋରରେ ଆଉଟ ହୋଇଥିଲେ। ଏହା ପରେ ଧୋନୀ ୪୯ ଓଭରର ତୃତୀୟ ବଲରେ ଆଉଟ ହୋଇଥିଲେ ଏବଂ ଟିମ ଇଣ୍ଡିଆର ଆଶା ଶେଷ ହୋଇଥିଲା। ସେ ୫୦ ରନ ସ୍କୋର କରିଥିଲେ। ୪୯.୩ ଓଭରରେ ଭାରତୀୟ ଦଳ ୨୨୧ ରନ ରେ ଅଲଆଉଟ୍‌ ହୋଇଥିଲା। ଧୋନୀ ପାଭିଲିୟନକୁ ଫେରୁଥିବା ସମୟରେ କାନ୍ଦୁଥିଲେ। ସେ ନିଜ ଲୁହ ଲୁଚାଇବାକୁ ଚେଷ୍ଟା କରୁଥିଲେ। ବାଙ୍ଗରଙ୍କ ଅନୁଯାୟୀ ଧୋନୀ ଡ୍ରେସିଂ ରୁମରେ ଦୀର୍ଘ ସମୟ କାନ୍ଦୁଥିଲେ।

Share