Categories: ଖେଳ

ବଦଳିଲା ଭାରତ-ପାକ୍‌ ମ୍ୟାଚ ତାରିଖ, ୧୫ ଅକ୍ଟୋବରରେ ନୁହେଁ ଏହି ଦିନ ହେବ ମୁକାବିଲା

ନୂଆଦିଲ୍ଲୀ,୨।୮: ୨୦୨୩ ବିଶ୍ୱକପ ୫ ଅକ୍ଟୋବରରୁ ଆରମ୍ଭ ହେଉଛ। ଏଥି ସହିତ ୧୪ ଅକ୍ଟୋବରରେ ଭାରତ ଏବଂ ପାକିସ୍ଥାନର ଦଳ ମୁହାଁମୁହିଁ ହେବେ। ହେଲେ ଏହା ପୂର୍ବରୁ ଅକ୍ଟୋବର ୧୫ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ପାକିସ୍ଥାନ ମ୍ୟାଚ ଖେଳାଯିବ ବୋଲି ବିଶ୍ୱାସ କରାଯାଉଥିଲା, କିନ୍ତୁ ଅକ୍ଟୋବର ୧୪ରେ ଟିମ ଇଣ୍ଡିଆ ବାବର ଆଜାମଙ୍କ ଦଳ ସହ ମୁହାଁମୁହିଁ ହେବ ବୋଲି ସ୍ପଷ୍ଟ ହୋଇଛି।

ନିକଟରେ କ୍ରିକେଟ ବିଶ୍ୱକପ ୨୦୨୩ର କାର୍ଯ୍ୟସୂଚୀ ପ୍ରକାଶ ପାଇଥିଲା। ସେହି କାର୍ଯ୍ୟସୂଚୀ ଅନୁଯାୟୀ, ଅକ୍ଟୋବର ୧୫ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ, କିନ୍ତୁ ବର୍ତ୍ତମାନ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ବାସ୍ତବରେ, ନବରାତ୍ରୀ ପର୍ବର ପ୍ରଥମ ଦିନ ୧୫ ଅକ୍ଟୋବରରେ। ଏହି କାରଣରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ତାରିଖ ପରିବର୍ତ୍ତନ କରାଯାଇଛି। ତେବେ ବର୍ତ୍ତମାନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ୧୫ ଅକ୍ଟୋବର ପରିବର୍ତ୍ତେ ୧୪ ଅକ୍ଟୋବରରେ ଖେଳାଯିବ। ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ସ୍ଥାନରେ କୌଣସିି ପରିବର୍ତ୍ତନ କରାଯାଇ ନାହିଁ। ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।

Share