Categories: ଖେଳ

ଓ୍ବାର୍ଲଡ କପ ସେମିଫାଇନାଲ, ଫାଇନାଲ ଟିକେଟ ମିଳିବାର ଶେଷ ଚାନ୍ସ,, ରାତି ୮ଟାରେ ଖୋଲିପାରେ ଭାଗ୍ୟ

ନୂଆଦିଲ୍ଲୀ,୯।୧୧: ବିଶ୍ୱକପ ୨୦୨୩ର ସେମିଫାଇନାଲ ଏବଂ ଫାଇନାଲ ପାଇଁ ଗୁରୁବାର ବିସିସିଆଇ ପକ୍ଷରୁ ଟିକେଟ ଦିଆଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ୩ଟି ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଏବଂ ନ୍ୟୁଜିଲାଣ୍ଡ, ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଶେଷ ଦଳ ପାଇଁ କଷରତ ଚାଲିଛି। ପଏଣ୍ଟ ଟେବୁଲରେ ଟିମ ଇଣ୍ଡିଆ ଏକ ନମ୍ବର ସ୍ଥାନରେ ରହିଛି।

ଏଭଳି ପରିସ୍ଥିତିରେ ଭାରତୀୟ ଦଳ ମୁମ୍ବାଇରେ ସେମିଫାଇନାଲ ମ୍ୟାଚ ଖେଳିବ। ହଁ, ଯଦି ପାକିସ୍ତାନ ଚତୁର୍ଥ ସ୍ଥାନ ପାଇଁ ଯୋଗ୍ୟତା ଅର୍ଜନ କରେ, ତେବେ ଟିମ ଇଣ୍ଡିଆ ମୁମ୍ବାଇ ପରିବର୍ତ୍ତେ କୋଲକାତାରେ ନକଆଉଟ ମ୍ୟାଚ ଖେଳିବ। ପ୍ରଥମ ସେମିଫାଇନାଲ ୧୫ ଏବଂ ୧୬ ନଭେମ୍ବରରେ ମୁମ୍ବାଇର ୱାନଖେଡେ ଏବଂ କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ। ଏହା ପରେ ନଭେମ୍ବର ୧୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ, ଯାହା ପାଇଁ ଗୁରୁବାର ବିସିସିଆଇ ପକ୍ଷରୁ ଟିକେଟ ଦିଆଯିବ।
ବିସିସିଆଇର ଅଫିସିଆଲ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇ କୁହାଯାଇଥିଲା ଯେ ପ୍ରଥମ ଏବଂ ଦ୍ୱିତୀୟ ସେମିଫାଇନାଲ ଏବଂ ଫାଇନାଲ ପାଇଁ ଟିକେଟ ଆଜି ଦିଆଯିବ ଅର୍ଥାତ୍‌ ଗୁରୁବାର, ନଭେମ୍ବର ୯, ରାତି ୮ ଟା, ଯାହାକୁ ଆପଣ ଆଇସିସି କ୍ରିକେଟ ଓ୍ବାର୍ଲଡ କପ ୱେବସାଇଟରୁ କିଣି ପାରିବେ। ଏଠାରୁ ରାତି ୮ଟାରୁ ଟିକେଟ କିଣିପାରିବେ …

Share