Categories: ଖେଳ

ନ୍ୟୁଜିଲାଣ୍ଡକୁ ୩୪୬ରନ୍‌ର ଟାର୍ଗେଟ ଦେଲା ପାକିସ୍ତାନ

ହାଇଦ୍ରାବାଦ,୨୯।୯: ବିଶ୍ୱକପ୍‌ ପୂର୍ବରୁ ପାକିସ୍ତାନ-ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାର ଓ୍ବାର୍ମଅପ୍‌ ମ୍ୟାଚ୍‌ ଖେଳାଯାଉଛି। ଏଥିରେ ପାକିସ୍ତାନ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଭାବୀ ବ୍ୟାଟିଂ ଯୋଗୁ ନ୍ୟୁଜିଲାଣ୍ଡକୁ ଦଳ ୫୦ ଓଭରରେ ୩୪୬ ରନ୍‌ର ଟାର୍ଗେଟ ଦେଇଛି। ଜବାବରେ ନ୍ୟୁଜିଲାଣ୍ଡ ବର୍ତ୍ତମାନ ସୁଦ୍ଧା ୩୧ ଓଭରରେ ୪ ଉଇକେଟ ହରାଇ ୨୨୪ ରନ୍‌ କରିସାରିଛି। ଏବେ ଦଳକୁ ୧୯ ଓଭରରେ ୧୨୨ ରନ୍‌ର ଆବଶ୍ୟକତା ରହିଛି।

ପ୍ରକାଶ ଯେ, ତେବେ ବିଶ୍ୱକପ ପୂର୍ବରୁ ସମସ୍ତ ୧୦ଟି ଦଳ ୨-୨ ୱାର୍ମଅପ ମ୍ୟାଚ ଖେଳିବେ। ୨୯ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ୱାର୍ମଅପ ମ୍ୟାଚ ୩ ଅକ୍ଟୋବର ପର୍ଯ୍ୟନ୍ତ ଖେଳାଯିବ। ପ୍ରଥମ ଏବଂ ଶେଷ ଦିନରେ ୩-୩ ମ୍ୟାଚ ହେବ, ଅବଶିଷ୍ଟ ଦୁଇ ଦିନରେ ୨-୨ ମ୍ୟାଚ ଖେଳାଯିବ।

ଭାରତ ୱାର୍ମଅପ ମ୍ୟାଚରେ ଇଂଲଣ୍ଡ ଏବଂ ନେଦରଲାଣ୍ଡକୁ ଭେଟିବ। ଭାରତର ପ୍ରଥମ ମ୍ୟାଚ ସେପ୍ଟେମ୍ବର ୩୦ ଗୁଆହାଟୀର ବାରସାପରା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହା ପରେ ଦଳର ଦ୍ୱିତୀୟ ମ୍ୟାଚ ଅକ୍ଟୋବର ୩ରେ ହେବ। ଭାରତୀୟ ସମୟ ଅନୁଯାୟୀ ମ୍ୟାଚ ଅପରାହ୍ନ ୨ଟାରୁ ଆରମ୍ଭ ହେବ।

Share