Posted inଖେଳ

ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ପାଇଁ ବିମାନ ଟିକେଟ୍‌ ମୂଲ୍ୟ ବଢ଼ିଲା ଦୁଇ ଗୁଣା

ଅହମଦାବାଦ,୧୭।୧୧: ୨୦୨୩ ଦିନିକିଆ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନଭେମ୍ବର ୧୯ ତାରିଖରେ ଖେଳାଯିବ। ଫାଇନାଲ ମ୍ୟାଚ୍‌ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ମହାମୁକାବିଲା। ଇତିମଧ୍ୟରେ ଟିମ୍‌ ଇଣ୍ଡିଆ ଖେଳାଳି ଅଭ୍ୟାସ ପାଇଁ ଅହମଦାବାଦରେ ପହଞ୍ଚି ସାରିଛନ୍ତି। ଅନ୍ୟପକ୍ଷେ ଫାଇନାଲ ମ୍ୟାଚ୍‌କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ମ୍ୟାଚ ଦେଖିବା ପାଇଁ ବିଭିନ୍ନ ରାଜ୍ୟରୁ କ୍ରିକେଟ୍‌ପ୍ରେମୀ ଅହମଦାବାଦରେ ପହଞ୍ଚିବା ଆରମ୍ଭ କରିଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ହୋଟେଲ ଭଡ଼ା ସାଙ୍ଗକୁ ବିମାନ ଟିକେଟ୍‌ ମୂଲ୍ୟ ବୃଦ୍ଧି ପାଇଥିବା ଏକ ଜୀତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।

ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁ-ଅହମଦାବାଦ ଯିବା ପାଇଁ ଟିକେଟ୍‌ ମୂଲ୍ୟ ୫, ୭୦୦ ଟଙ୍କାରୁ ଆରମ୍ଭ ହୋଇଥାଏ। ହେଲେ ରବିବାର ଭାରତ-ଅଷ୍ଟ୍ରେଲିଆ ବିଶ୍ବକପ୍‌ ଫାଇନାଲ ମ୍ୟାଚ୍‌ ଦେଖିବା ପାଇଁ ଲୋକେ ଆଗେଇ ଆସିଛନ୍ତି। ଶନିବାର ଉକ୍ତ ରୁଟ୍‌ରେ ଯାତ୍ରା କରିବା ପାଇଁ ବିମାନ ଟିକେଟ ମୂଲ୍ୟ ୩୩,୦୦୦ ଟଙ୍କାକୁ ବୃଦ୍ଧି ପାଇଥିବା ଜଣାପଡିଛି।

ଶନିବାର ‘ଇଣ୍ଡିଗୋ’ରେ ବଙ୍ଗାଲୁରୁରୁ ଅହମଦାବାଦକୁ ସିଧାସଳଖ ୬ଟି ବିମାନ ଚଳାଚଳ କରିଥିଲେ ମଧ୍ୟ ଟିକେଟ୍‌ ମୂଲ୍ୟ ବୃଦ୍ଧି ପାଇଛି। କୌଣସି ଏକ ଇ-କମର୍ସ କମ୍ପାନୀରେ ମ୍ୟାନେଜର୍‌ ଭାବେ କାମ କରୁଥିବା ଜଣେ କ୍ରିକେଟେ ପ୍ରେମୀ କହନ୍ତି, ଟିଭିରେ ପ୍ରଥମ ସେମି-ଫାଇନାଲ ମ୍ୟାଚ୍‌ ଦେଖିଥିଲି। ଭାରତର ଦମ୍‌ଦାର ପ୍ରଦର୍ଶନ ଦେଖି ବେଶ୍‌ ଆନନ୍ଦ ଲାଗିଥିଲା। ତେଣୁ ଫାଇନାଲ ମ୍ୟାଚ୍‌ ଦେଖିବାକୁ ଅହମଦାବାଦ ଯିବାକୁ ଇଚ୍ଛା ପ୍ରକାଶ କରିଛି। ଏନେଇ ଶନିବାର ବେଙ୍ଗାଲୁରୁ-ଅହମଦାବାଦ ରାତି ୯ଟାରେ ‘ଇଣ୍ଡିଗୋ’ ବିମାନ ଟିକେଟ ବୁକ୍‌ କରିବା ପାଇଁ ‘ଲଗ୍‌ଇନ୍‌’ କରିବା ବେଳକୁ ଟିକେଟ୍‌ ମୂଲ୍ୟ ୩୨, ୯୯୯ ଟଙ୍କା ହୋଇଥିବା ଦେଖି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ସେହିପରି ବେଙ୍ଗାଲୁରୁର ଆଉ କେତେକ କ୍ରିକେଟ୍‌ପ୍ରେମୀ ମୁମ୍ବାଇରୁ ଅହମଦାବାଦ ଯିବା ନେଇ ବିମାନରେ ଟିକେଟ କରିଥିଲେ। ଟିକେଟ ମୂଲ୍ୟ ବାବଦକୁ ୧୬,୦୦୦ ଟଙ୍କା ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପରିସ୍ଥିତି ନା ରଣନୀତି…ହେମନ୍ତ ସୋରେନଙ୍କ ବରହେଟ୍‌ରେ କାହିଁକି ପ୍ରାର୍ଥୀ ଦେଉନାହିଁ ଭାଜପା?

ରାଞ୍ଚି,୨୬।୧୦: ଝାଡ଼ଖଣ୍ଡର ୬୮ ଆସନରେ ନିର୍ବାଚନ ଲଢ଼ୁଥିବା ଭାଜପା ୬୬ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ହେଲେ ଯେଉଁ ୨ ଆସନରେ ଦଳ ପ୍ରାର୍ଥୀ ଦେଇ...

୨୨ ବର୍ଷରେ ଇତିହାସ ରଚିଲେ ଜୟସ୍ବାଲ, ଭାଙ୍ଗିଲେ ୪୫ ବର୍ଷ ପୁରୁଣା ରେକର୍ଡ

ପୁଣେ,୨୫।୧୦: ଟିମ୍‌ ଇଣ୍ଡିଆର ଯୁବ ଓପନର୍‌ ଯଶସ୍ବୀ ଜୟସ୍ବାଲ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ଚଳିତ ବର୍ଷ ସେ ଟେଷ୍ଟ ଫର୍ମାଟରେ ସେ ଜବରଦସ୍ତ...

ଝାଡ଼ଖଣ୍ଡ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନୀ

ନୂଆଦିଲ୍ଲୀ,୨୬।୧୦: ନିର୍ବାଚନ ମଇଦାନରେ ନଜର ଆସିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ନିକଟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କୁ ଦେଖିବାକୁ...

ଇତିହାସ ରଚିଦେଲା ନ୍ୟୁଜିଲାଣ୍ଡ, ୧୨ ବର୍ଷ ପରେ ଘରୋଇ ମାଟିରେ ହାରିଲା ଟିମ୍‌ ଇଣ୍ଡିଆ

ପୁଣେ,୨୬।୧୦: ଭାରତ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌କୁ ଜିତିନେଇଛି ନ୍ୟୁଜିଲାଣ୍ଡ। ଫଳରେ ଦଳ ୧୨ ବର୍ଷ ପରେ ଭାରତ ମାଟିରେ ସିରିଜ ଜିତି ଇତିହାସ...

କାହିଁକି ଶାମିଙ୍କୁ ମିଳିଲାନି ଭାରତୀୟ ଦଳରେ ସ୍ଥାନ

ନୂଆଦିଲ୍ଲୀ,୨୬।୧୦: କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ବର୍ଡର-ଗାଭାସ୍କର ଟ୍ରଫି ପାଇଁ ୧୮ ଜଣିଆ ଟିମ ଇଣ୍ଡିଆ ଘୋଷଣା କରିଛି। ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯାଇଥିବା ଏହି...

ସଙ୍କଟରେ ଟିମ୍‌ ଇଣ୍ଡିଆ: ସ୍ପିନ୍‌ ଖେଳିବାରେ ବିଫଳ

ପୁଣେ, ୨୬।୧୦:କ୍ୱାଲିଟି ସ୍ପିନ୍‌ ବୋଲିଂକୁ ମୁକାବିଲା କରିବାରେ ଭାରତୀୟ ବ୍ୟାଟରଙ୍କ ବିଫଳତା ପଦାରେ ପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୧୫୬...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ, ୨୬।୧୦:ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଦିଲ୍ଲୀ ସ୍ପିଡ୍‌ଷ୍ଟର ହର୍ଷିତ ରାଣା ଓ ଆନ୍ଧ୍ର ସିମ୍‌...

ଖୋ ଖୋ ବିଶ୍ୱକପ୍‌ରେ ଭାଗ ନେବେ ୨୪ ଦେଶ

ନୂଆଦିଲ୍ଲୀ, ୨୬ା୧୦: ସ୍ଥାନୀୟ ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଆସନ୍ତାବର୍ଷ ଜାନୁଆରୀ ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ ଖୋଖୋ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହେବ। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri