Categories: ଫୁରସତ

ଦେଶ ବିକାଶରେ ବିଶ୍ୱର ବିକାଶ

ସମସ୍ତ ଦେଶର ବିକାଶରେ ପୃଥିବୀର ବିକାଶ ସମ୍ଭବ ହୋଇପାରିଥାଏ। ୧୯୭୨ରେ ମିଳିତ ଜାତିସଂଘର ସାଧାରଣ ସଭା ଅକ୍ଟୋବର ୨୪ରେ ମିଳିତ ଜାତିସଂଘର ଦିବସ ସହିତ ବିଶ୍ୱ ବିକାଶ ସୂଚନା ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। ୧୯୭୦ରେ ଦ୍ୱିତୀୟ ରାଷ୍ଟ୍ର ବିକାଶ ଦଶନ୍ଧି ପାଇଁ ଅନ୍ତର୍ଜାତୀୟ ବିକାଶ କୌଶଳ ନୀତି ଗ୍ରହଣ କରାଯାଇଥିଲା। ସେଠାରୁ ଏହି ଦିନକୁ ପାଳନ ପାଇଁ ସ୍ବୀକୃତି ପ୍ରଦାନ କରାଯାଇଥିଲା।

୧୭ ମେ ୧୯୭୨ରେ ଜାତିସଂଘର ବାଣିଜ୍ୟ ଏବଂ ବିକାଶ ସମ୍ମିଳନୀ ସୂଚନା ବିସ୍ତାର ତଥା ବାଣିଜ୍ୟ ଏବଂ ବିକାଶ ସମସ୍ୟା ସହ ଜନମତ ସଂଗ୍ରହ ପାଇଁ ପଦକ୍ଷେପ ପ୍ରସ୍ତାବ ଦେଇଥିଲା। ଯାହା ଜାତିସଂଘର ସାଧାରଣ ସଭାରେ ୧୯ ଡିସେମ୍ବର ୧୯୭୨ରେ ପାରିତ ହୋଇଥିଲା। ଏହି ସମସ୍ୟା ସମାଧାନର ଉପାୟ ଖୋଜିବା ପାଇଁ ଅନ୍ତର୍ଜାତୀୟ ସହଯୋଗକୁ କାହିଁକି ମଜଭୁତ କରିବା ଆବଶ୍ୟକ, ତାହା ସାଧାରଣ ଜନତାଙ୍କୁ ବୁଝାଇବା ଏହି ଦିବସ ପାଳନର ଅନ୍ୟ ଏକ ଉଦ୍ଦେଶ୍ୟ । ବିଶ୍ୱ ବିକାଶ ସୂଚନା ଦିବସ ପ୍ରଥମେ ୨୪ ଅକ୍ଟୋବର ୧୯୭୩ରେ ପାଳିତ ହୋଇଥିଲା। ସେହି ଦିନଠାରୁ ପ୍ରତିବର୍ଷ ଏହି ତାରିଖରେ ଏହା ପାଳିତ ହୋଇଆସୁଛି।

Share