ବିଶ୍ୱ ମଧୁମେହ ଦିବସ

ଆସିକା, ୧୪ା୧୧ (ଡି.ଏନ୍‌.ଏ.): ଆସିକା ବସ୍‌ଷ୍ଟାଣ୍ଡସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିସରରେ ଶନିବାର ପୂର୍ବାହ୍ନରେ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଛି। କେନ୍ଦ୍ର ସଞ୍ଚାଳିକା ପ୍ରଭାତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ବିଭାଗର ଅବସରପ୍ରାପ୍ତ ନିର୍ଦ୍ଦେଶକ ତଥା ଶିଶୁରୋଗ ବିଶେଷଜ୍ଞ ଡା. ଶ୍ୟାମଘନ ବିଶ୍ୱାଳ ମୁଖ୍ୟଅତିଥି ରୂପେ ଯୋଗଦେଇ ମଧୁମେହ ରୋଗ ବିଷୟରେ ଆଲୋଚନା କରିବା ସହ ନିରାକରଣ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓକିଲ ସଂଘର ପୂର୍ବତନ ସଭାପତି ସୁରେନ୍ଦ୍ର ନାଥ ପଣ୍ଡା ଓ ଆଇନଜୀବୀ ସୁଧାଂଶୁ ପାଣିଗ୍ରାହୀ ଯୋଗ ଦେଇଥିଲେ।

Share