ନୂଆଦିଲ୍ଲୀ, ୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ନିଜର ବକ୍ତବ୍ୟରେ କହିଛନ୍ତି ଯେ, ଗତବର୍ଷ ଦେଶର ଅର୍ଥନୀତି ପାଇଁ ସମୟ ଆହ୍ବାନମୂଳକ ଥିଲା। କରୋନା ମହାମାରୀ ଯୋଗୁ ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଛି। ଦେଶରେ ଆର୍ଥିକ ସୁଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ମାଗଣାରେ ଗ୍ୟାସ୍ ଏବଂ ରାଶନ ଯୋଗାଇ ଦିଆଯାଇଥିଲା। ଆତ୍ମନିର୍ଭର ଭାରତ ପ୍ୟାକେଜ୍ ଅନ୍ତର୍ଗତ ୨୭.୧ ଲକ୍ଷ କୋଟି ଟଙ୍କାର ସହାୟତା ୫ଟି ମିନି ବଜେଟ ଦ୍ୱାରା ଯୋଗାଇ ଦିଆଯାଇଛି। ଏହି ସମୟରେ ଦେଶର ଅର୍ଥନୀତିକୁ ପୁଣି ସ୍ବାଭାବିକ କରିବା ଲାଗି ଉଦ୍ୟମ ହୋଇଥିବା ସେ କହିଛନ୍ତି।