ଦିନକୁ ୮,୦୦୦,୦୦,୦୦ ଟଙ୍କା ବାଣ୍ଟୁଛନ୍ତି ଏଲୋନ ମସ୍କ; ଏହି ସର୍ତ୍ତକୁ ପୂରଣ କଲେ ହୋଇଯିବେ କୋଟିପତି…

ଲଣ୍ଡନ,୨୨।୧୦: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଟେସ୍‌ଲା ଏବଂ ସ୍ପେସ୍‌ ଏକ୍ସ ମାଲିକ ଏଲୋନ ମସ୍କ ଏଭଳି ଏକ ଘୋଷଣା କରିଛନ୍ତି, ଯାହାକି କୋଟିପତି ହେବାର ସ୍ବପ୍ନକୁ ପୂରଣ କରିପାରିବ। ଆଜିଠାରୁ ସେ ପ୍ରତ୍ୟେହ ଜଣେ ବ୍ୟକ୍ତିଙ୍କୁ ୮,୦୦୦,୦୦,୦୦ ଟଙ୍କା ଦେବେ। ଏହି ପୁରସ୍କାର ପାଇଁ ସେ ଏକ ସର୍ତ୍ତ ସ୍ଥିର କରିଛନ୍ତି ଯାହା କେବଳ ତାଙ୍କ ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଉପକୃତ କରିବ। ତେବେ ମସ୍କ ତାଙ୍କର ଏହି ଯୋଜନାକୁ ନେଇ ବିବାଦକୁ ମଧ୍ୟ ଆସିଛନ୍ତି।

ଏଲୋନ ମସ୍କ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଯୋଜନା ଅଧୀନରେ ସେ ଘୋଷଣା କରିଛନ୍ତି ଯେ ସେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପର୍ଯ୍ୟନ୍ତ ପ୍ରତିଦିନ ଜଣେ ଭୋଟରଙ୍କୁ ୧ ମିଲିୟନ ଆମେରିକୀୟ ଡଲାର (ଭାରତୀୟ କୋଟିରେ ୮ କୋଟିରୁ ଅଧିକ) ଦେବେ। ଏହି ଯୋଜନାର ସର୍ତ୍ତ ଅନୁଯାୟୀ, ବିଜେତା ସେହି ଲୋକମାନଙ୍କ ମଧ୍ୟରୁ ଜଣେ ହେବେ ଯେଉଁମାନେ ମସ୍କଙ୍କ ଆମେରିକା PAC ନାମରେ ଥିବା ଯାଚିକାରେ ଦସ୍ତଖତ କରିବେ। ଏହି ଯୋଜନାରେ ଭାଗ ନେବାକୁ ହେଲେ ଆମେରିକାରେ ଭୋଟର ହେବା ବାଧ୍ୟତାମୂଳକ।

ପେନ୍ସିଲଭାନିଆର ହାରିସବର୍ଗରେ ଏକ ଅଭିଯାନ କାର୍ଯ୍ୟକ୍ରମରେ ମସ୍କ କହିଛନ୍ତି: “ଆମେ ଏକ ମିଲିୟନରୁ ଅଧିକ, ବୋଧହୁଏ ପ୍ରଥମ ଏବଂ ଦ୍ୱିତୀୟ ସଂଶୋଧନକୁ ସମର୍ଥନ କରି ଏକ ଯାଚିକାରେ ଦସ୍ତଖତ କରିବାକୁ ୨ ମିଲିୟନ ଭୋଟରଙ୍କୁ ପ୍ରେରଣା ଦେବାକୁ ଚାହୁଁଛୁ। ବର୍ତ୍ତମାନଠାରୁ ଆରମ୍ଭ କରି ନିର୍ବାଚନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଯାଚିକାରେ ଦସ୍ତଖତ କରୁଥିବା ଲୋକଙ୍କ ମଧ୍ୟରୁ ଜଣଙ୍କୁ ୧ ମିଲିୟନ ଡଲାର୍‌ ପୁରସ୍କାର ଦେବାକୁ ଯାଉଛୁ।

ବର୍ତ୍ତମାନ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଚାଲିଛି। ଯେଉଁଥିରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଅଟନ୍ତି। ଏହି ନିର୍ବାଚନରେ ମସ୍କ ତାଙ୍କ ବନ୍ଧୁ ଟ୍ରମ୍ପଙ୍କୁ ଖୋଲାଖୋଲି ସମର୍ଥନ କରୁଛନ୍ତି। କୁହାଯାଉଛି ଯେ ଟ୍ରମ୍ପଙ୍କ ସମର୍ଥନରେ ମସ୍କ ଏହି ଯୋଜନା ପ୍ରସ୍ତୁତ କରିଛନ୍ତି, ଯାହାଫଳରେ ଟ୍ରମ୍ପଙ୍କ ସପକ୍ଷରେ ଏକ ପରିବେଶ ସୃଷ୍ଟି ହୋଇପାରିବ। ରିପୋର୍ଟରେ ଦର୍ଶାଯାଇଛି ଯେ ପଞ୍ଜୀକୃତ ହୋଇ ନ ଥିବା ଲୋକଙ୍କୁ ଟଙ୍କା ପ୍ରଦାନ କରିବା ଫେଡେରାଲ ଆଇନର ଉଲ୍ଲଂଘନ ହୋଇପାରେ। ଏଣୁ ମସ୍କଙ୍କ ଏହି ଯୋଜନା ସମ୍ପର୍କରେ ତଦନ୍ତ ପାଇଁ ମଧ୍ୟ ଦାବି କରାଯାଇଛି।

ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ। ରାଷ୍ଟ୍ରପତି ପଦ ପାଇଁ ପ୍ରତିଯୋଗିତା ମୁଖ୍ୟତଃ ରିପବ୍ଲିକାନ ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟିକ କମଲା ହାରିସ୍‌ଙ୍କ ମଧ୍ୟରେ ହେଉଛି। ଡୋନାଲ୍ଡ ଟ୍ରମ୍ପ ପୂର୍ବତନ ରାଷ୍ଟ୍ରପତି ହୋଇଥିବାବେଳେ କମଲା ହାରିସ ବର୍ତ୍ତମାନ ଆମେରିକାର ଉପରାଷ୍ଟ୍ରପତି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ମାଟିରୁ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ମସ୍କୋ,୨୨।୧୦: ବ୍ରିକ୍ସ ସମ୍ମିଳନୀ ୨୦୨୪ରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୁଷିଆର କଜାନରେ ପହଞ୍ଚିଛନ୍ତି। କଜାନରେ ପହଞ୍ଚିବା ପରେ ରୁଷୀୟ କଳାକାରମାନେ...

ମୋଦିଙ୍କୁ ଭେଟିବା ପରେ ଏମିତି କଥା କହିଦେଲେ ପୁଟିନ

ମସ୍କୋ,୨୨।୧୦: ବ୍ରିକ୍ସ ସମ୍ମିଳନୀ ୨୦୨୪ରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୁଷିଆ କଜାନରେ ପହଞ୍ଚିଛନ୍ତି। କଜାନରେ ପହଞ୍ଚିବା ପରେ ରୁଷୀୟ କଳାକାରମାନେ...

ରୁଷିଆରେ ପହଞ୍ଚିଲେ ମୋଦି: କୃଷ୍ଣ ଭଜନ ଗାଇ କରାଗଲା ଭବ୍ୟ ସ୍ବାଗତ

ମସ୍କୋ,୨୨।୧୦: ବ୍ରିକ୍ସ ସମ୍ମିଳନୀ ୨୦୨୪ରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୁଷିଆ କଜାନରେ ପହଞ୍ଚିଛନ୍ତି। କାଜାନରେ ପହଞ୍ଚିବା ପରେ ରୁଷୀୟ କଳାକାରମାନେ...

ଏବେବି ବାଂଲାଦେଶର ପ୍ରଧାନମନ୍ତ୍ରୀ ଅଛନ୍ତି ଶେଖ ହାସିନା! ରାଷ୍ଟ୍ରପତିଙ୍କ ଦାବିକୁ ନେଇ ବଢୁଛି ରାଜନୈତିକ ଉଷ୍ମତା

ଢାକା,୨୨।୧୦: ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ କହିଛନ୍ତି ଯେ ଶେଖ ହାସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାର କୌଣସି ଡକ୍ୟୁମେଣ୍ଟାରୀ ପ୍ରମାଣ ନାହିଁ। ବାଂଲାଦେଶରେ ତତ୍କାଳୀନ...

ରୁଷିଆ ଯିବା ପୂର୍ବରୁ ସାରା ବିଶ୍ୱକୁ ଏମିତି ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୨।୧୦: ୧୬ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରୁଷିଆର କଜାନ ଅଭିମୁଖେ ବାହାରିଛନ୍ତି। ସେ ସକାଳ ପ୍ରାୟ ୭.୪୦ ସମୟରେ...

ହସ୍ପିଟାଲ ତଳେ ନଗଦ ସୁନା ଲୁଚାଇ ରଖିଛି ହେଜବୋଲ୍ଲା!

ଜେରୁଜେଲମ,୨୨।୧୦: ଏକ ବର୍ଷରୁ ଅଧିକ ସମୟ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ସମୟରେ, ଏହି ଯୁଦ୍ଧର ନିଆଁ ଲେବାନାନ ଏବଂ...

ଅଷ୍ଟ୍ରେଲିଆ ପାର୍ଲାମେଣ୍ଟରେ କିଙ୍ଗ୍‌ ଚାଲର୍‌ସଙ୍କୁ ସିନେଟରଙ୍କ ଦୁର୍ବ୍ୟବହାର

ମେଲ୍‌ବୋର୍ନ,୨୨ା୧୦ : ବ୍ରିଟେନ ରାଜା ଚାଲର୍‌ସ ଅଷ୍ଟ୍ରେଲିଆ ପାର୍ଲାମେଣ୍ଟକୁ ଯାଇଥିବାବେଳେ ସେଠାରେ ଲିଡିଆ ଥୋର୍ପେ ନାମ୍ନୀ ଜଣେ ସ୍ବାଧୀନ ସିନେଟର ତାଙ୍କୁ ଅପମାନିତ କରିଛନ୍ତି। କିଙ୍ଗ...

ଆଣ୍ଡାମାନ ସାଗରରେ ବୁଡ଼ିଗଲା ବୋଟ୍‌: ୭ ମୃତ, ୩୦ ନିଖୋଜ

ବ୍ୟାଙ୍କ୍‌କ,୨୧ା୧୦: ମ୍ୟାନ୍‌ମାରର ଏକ ବୋଟ୍‌ ଆଣ୍ଡାମାନ ସାଗରରେ ବୁଡ଼ିଯିବାରୁ ୭ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୩୦ ଜଣ ନିଖୋଜ ଅଛନ୍ତି। ବୋଟ୍‌ଟି ୭୦ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri