ବିଶ୍ୱ ପ୍ରସିଦ୍ଧ ଚନ୍ଦନେଶ୍ୱରଜୀଉଙ୍କ ପାଟ ଉତ୍ସବ: ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ

ଭୋଗରାଇ,୧୩ା୪(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱ ପ୍ରସିଦ୍ଧ ଚୈତ୍ର ଚଡ଼କ ମେଳା ରବିବାର ପ୍ରତିକୂଳ ପାଗ ସତ୍ତ୍ୱେ ଧର୍ମୀୟ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସମାପନ ହୋଇଛି। ଚଳିତ ବର୍ଷ ଦୀର୍ଘ ୧୪ ଦିନ ଧରି ଚାଲିଆସୁଥିବା ଏହି ପ୍ରସିଦ୍ଧ ମେଳାରେ ଓଡିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ରାଜ୍ୟରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଜୀଉଙ୍କ ମନ୍ଦିରକୁ ଭକ୍ତି ଭାବନା ନେଇଁ ଆସିଥିଲାବେଳେ ଚନ୍ଦନେଶ୍ୱର ୪ କିମି ପରିଧି ମଧ୍ୟରେ ସେବାୟତ, ପଣ୍ଡା, ଅନୁଷ୍ଠାନ ଓ ଲୋକଙ୍କ ଘରେ ଆଶ୍ରୟ ନେଇଥିଲେ। ଶନିବାର ସନ୍ଧ୍ୟାରେ କାଳବୈଶାଖୀ ଝଡ଼ ଯୋଗୁ ମହାନୀଳ ଉତ୍ସବ ଫିକା ପଡ଼ିଥିବା ବେଳେ ରବିବାର ଅସଂଖ୍ୟ ଶ୍ରଦ୍ଧାଳୁ ଜୀଉଙ୍କ ପାଟ ଉତ୍ସବ ଦର୍ଶନ ଲାଗି ଭିଡ ଜମାଇଥିଲେ। ମହାଦେବଙ୍କ ନୀତିକାନ୍ତି ଓ ଚଡ଼କ ମେଳାର ବିଶେଷ ପୂଜା ପାଠ ସେବାୟତ ଓ ପଣ୍ଡାଙ୍କ ଦ୍ୱାରା କରାଯାଇଥିଲା। ଲକ୍ଷ ଲକ୍ଷ ଶୈବଭକ୍ତ ମନ୍ଦିର ଚାରି ପାଖରେ ମହାଦେବଙ୍କୁ ଆରାଧନା କରି ମନ୍ଦିର ପରିକ୍ରମା, ଦଣ୍ଡ ମାରିବା, ନେତ୍ରନାଳରେ ଜଳାଭିଷେକ କରିଥିଲେ। ଅପରାହ୍ନରେ ମହାଦେବଙ୍କଠାରୁ ଆଜ୍ଞାମାଳ ନେଇ ଜୀଉଙ୍କ ମୁଖ୍ୟ ସେବାୟତ ତଥା ମୌରସୀ ତପନ କୁମାର ପଣ୍ଡା ଏବଂ ଉପ ମୌରସୀ ବୁଦ୍ଧଦେବ ପଣ୍ଡା ଜୀଉଙ୍କ ଆଜ୍ଞାମାଳ ନେଇଁ ସେବାୟତ, ପଣ୍ଡା, ପାଟଭକ୍ତ, ଦେଉଳିଆ,ଶ୍ରୀବେକିଡ଼ି, ଟ୍ରଷ୍ଟ ବୋର୍ଡ଼ର ସଦସ୍ୟ ଓ ଶ୍ରଦ୍ଧାଳୁ ମାନେ ଚନ୍ଦନେଶ୍ୱର ନିକଟସ୍ଥ ବାଡ଼ସରିସା ଗ୍ରାମ ଜୀଉଙ୍କ ହାକାଣ୍ଡ ପୋଖରୀରେ ସମବେତ ହୋଇଥିଲେ। ସକାଳଠୁ ରାତି ୮ ଟା ପର୍ଯ୍ୟନ୍ତ ହାକାଣ୍ଡ ପୋଖରୀରେ ମାଳଚନ୍ଦନଉତ୍ସବ ରେ ଶୈବଭକ୍ତ ମାନେ ଆହ୍ଲାଦିତ ହୋଇଥିଲେ। ସମସ୍ତ ଶୈବ ଭକ୍ତ ମାନେ ପରସ୍ପର ମଧ୍ୟରେ ଫୁଲମାଳ ଓ ଚନ୍ଦନ ଲଗାଇ କୋଳାକୋଳି ହୋଇ ଓଡ଼ିଆ ଓ ବଙ୍ଗଭାଷୀଙ୍କ ନବବର୍ଷ ଭାଇଚାରାର ସନ୍ଦେଶ ଅତୁଟ ରହୁ ବୋଲି ଭଗବାନଙ୍କ ଠାରେ ପ୍ରାର୍ଥନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଆଁ ଲାଗି ୧୫ ବଖରା ପାଉଁଶ

ଖୋର୍ଦ୍ଧା,୨୬।୪: ଖୋର୍ଦ୍ଧା ଟାଙ୍ଗୀ ଥାନା ବିନ୍ଧାଣିଆ ଗାଁରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୫ ପରିବାରର ୧୫ ବଖରା ଘର ପୋଡି ପାଉଁଶ...

ଭୁବନେଶ୍ୱରରେ ପାକିସ୍ତାନୀ ମହିଳା, ଭାରତ ଛାଡ଼ିବା ଲାଗି ହେଲା ନୋଟିସ

ଭୁବନେଶ୍ୱର,୨୬।୪: ଜମ୍ମୁ କଶ୍ମୀର ପହଲଗାମରେ ନିର୍ଦ୍ଦୋଶ ପର୍ଯ୍ୟଟକଙ୍କୁ ହତ୍ୟା ଘଟଣାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ତ୍ୱରିତ ପଦକ୍ଷେପ ନେଇ...

Iran Blast: ଦିନ ଦ୍ୱିପ୍ରହରରେ ଥରିଉଠିଲା ଇରାନ, ୨୦୦ରୁ ଅଧିକ ଲୋକ ଆହତ, ଜାଣନ୍ତୁ ଏହା ପଛରେ କାହାର ରହିଛି ହାତ

ଦୁବଇ,୨୬।୪: ଶନିବାର ଇରାନର ବନ୍ଦର ଆବାସ ସହରରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଏଥିରେ ୨୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି Blast...

ଯୁଦ୍ଧ ପୂର୍ବରୁ କାଙ୍ଗାଳ ହେଲାଣି ପାକିସ୍ତାନ: ଖାଇବା ପାଇଁ ଟଣାଓଟରା, ୬ଟା ଅଣ୍ଡାର ଦାମ ୧୪୫

ଇସଲାମବାଦ,୨୬।୪: ଜମ୍ମୁ ଓ କଶ୍ମୀରର ପହଲଗାମ ଘଟିଥିବା ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଥିଲା, ଏହା ପରେ ଭାରତ ଓ ପାକିସ୍ତାନ...

ଆମେରିକା ଉପରାଷ୍ଟ୍ରପତି JD Vance ବୁଲିଲେ ତାଜମହଲ, ଫଟୋ ଦେଖି କମେଣ୍ଟ କଲେ Musk

ଓ୍ବାଶିଂଟନ,୨୬।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କ ପତ୍ନୀ ଉଷା ଭାନ୍ସ ଏବଂ ତିନି ପିଲାଙ୍କ ସହିତ ସମ୍ପ୍ରତି ଚାରି ଦିନିଆ ଭାରତ ଗସ୍ତରେ ଆସିଥିଲେ।...

ଛପରଫାଡିକି ଦେଲେ ଭଗବାନ୍‌ : ଆଖି ଖୋଲୁଖୋଲୁ କୋଟିପତି, ପୁଣି ଜଣେ ଓଡ଼ିଆ ପୁଅ ଜିତିଲେ ୩କୋଟି ଥାର୍‌

ଖୋର୍ଦ୍ଧା ,୨୦।୪: ରାତାରାତି ବଦଳିଗଲା ଭାଗ୍ୟ। ଅନଲାଇନ ଗେମ୍‌ରେ ମାତ୍ର ୪୯ଟଙ୍କା ଲଗାଇ ଜିତିଲେ ୩କୋଟି ଟଙ୍କା ଓ ମହିନ୍ଦ୍ରା ଥାର। ଏପରି ପୁଣି ଏକ...

ପହଲଗାମ ଘଟଣା ପରେ ଇସଲାମ ଧର୍ମ ଛାଡିଲେ ଶିକ୍ଷକ, କହିଲେ କେବଳ ମଣିଷ ଭାବେ ବଞ୍ଚିବାକୁ ଚାହୁଁଛି

ନୂଆଦିଲ୍ଲୀ,୨୬।୪: ପହଲଗାମ ଆତଙ୍କବାଦୀ ହମଲା ପରେ ପଶ୍ଚିମବଙ୍ଗର ଶିକ୍ଷକ ଇସଲାମ ତ୍ୟାଗ କରିଛନ୍ତି। ପଶ୍ଚିମବଙ୍ଗର ବାଦୁରିଆର ଜଣେ ଶିକ୍ଷକ ସାବିର ହୁସେନ ଜମ୍ମୁ ଓ କଶ୍ମୀରର...

କେନ୍ଦ୍ରୀୟ ଡେପୁଟେଶନରେ ଯିବେ ୨ ବରିଷ୍ଠ IPS ଅଫିସର; ମିଳିଲା ନୂଆ ନିଯୁକ୍ତି

ଭୁବନେଶ୍ୱର,୨୬।୪: କେନ୍ଦ୍ରକୁ ଡେପୁଟେଶନରେ ଯିବେ ଆଉ ୨ ବରିଷ୍ଠ ଆଇପିଏସ୍‌ ଅଫିସର। ବିଏସ୍‌ଏଫ୍‌ ଆଇଜି ଭାବେ ଆଇପିଏସ୍‌ ରବିକାନ୍ତ ଡେପୁଟେଶନରେ ଯିବେ। ସେହିଭଳି ଆଇପିଏସ୍‌ ଅଫିସର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image