ଲଞ୍ଚ ହେଲା ଦୁନିଆର ଦ୍ରୁତତମ ଇଣ୍ଟରନେଟ ସେବା, ଗୋଟିଏ ସେକେଣ୍ଡରେ ଡାଉନଲୋଡ ହେବ ୧୫୦ ଫିଲ୍ମ

ବେଜିଂ,୧୫।୧୧: ବିଶ୍ୱର ସବୁଠାରୁ ଦ୍ରୁତ ଇଣ୍ଟରନେଟ ସେବା ଲଞ୍ଚ ହୋଇଛି। ଏହାଦ୍ୱାରା ଅଲଲାଇନରେ ଗୋଟିଏ ସେକେଣ୍ଡରେ ୧୫୦ରୁ ଅଧିକ ଫିଲ୍ମ ଡାଉନଲୋଡ କରିହେବ। ଚାଇନା କମ୍ପାନୀ ବିଶ୍ୱର ସବୁଠାରୁ ଦ୍ରୁତତମ ଇଣ୍ଟରନେଟ ନେଟଓ୍ବର୍କର ଲଞ୍ଚ କରିଛି। କମ୍ପାନୀ ଦାବି କରିଛି ଯେ, ଏହି ଇଣ୍ଟରନେଟ ଦ୍ୱାରା ପ୍ରତି ସେକେଣ୍ଡରେ ୧.୨ଟେରାବିଟ ଡେଟା ଟ୍ରାନ୍ସମିଟ୍‌ ହୋଇପାରିବ। ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିଶ୍ୱର ସବୁ ଇଣ୍ଟରନେଟ ସେବା ଠାରୁ ଏହି ଇଣ୍ଟରନେଟ ସେବା ୧୦ଗୁଣ ଅଧିକ ଦ୍ରୁତ ଅଟେ। ତେବେ ଚାଇନା ଏହି ଇଣ୍ଟରନେଟ ସେବା ୨୦୨୫ ସୁଦ୍ଧା ହାସଲ କରିପାରିବ ବୋଲି ଅନୁମାନ କରାଯାଉଥିଲା କିନ୍ତୁ ୨୦୨୩ରେ ଏହାକୁ ଲଞ୍ଚ କରି ଚାଇନା ସମସ୍ତଙ୍କୁ ଆଶ୍ଚର୍ଯ୍ୟନ୍ବିତ କରିଦେଇଛି।
ଏହି ପ୍ରୋଜେକ୍ଟ ସିଘୁଂଆ ବିଶ୍ୱବିଦ୍ୟାଳୟ, ଚାଇନା ମୋବାଇଲ, ହୁଓ୍ବାଇ ଟେକ୍ନୋଲୋଜି ଓ ସେନେଟ କର୍ପୋରେଶନ ସହ ମିଶି ଲଞ୍ଚ କରାଯାଇଛି।
ବିଶ୍ୱର ଅଧିକାଂଶ ଇଣ୍ଟରନେଟ ସେବା ପ୍ରତି ସେକେଣ୍ଡରେ ୧୦୦ଗିଗାବାଇଟ ସ୍ପିଡରେ କାର୍ଯ୍ୟ କରିଥାଏ। ଏପରି କି ଆମେରିକାର ଇଣ୍ଟରନେଟ ପ୍ରତି ସେକେଣ୍ଡରେ ୪୦୦ଜିବି ସ୍ପିଡରେ କାର୍ଯ୍ୟ କରିଥାଏ।

Share