୫ ହଜାର କୋଟି ଫିଲ୍ମରେ ମୁଖ୍ୟ ଭୂମିକାରେ ଆସିବ ଏଆଇ ରୋବୋ: ମିଳିବ ୫୨୮ କୋଟି

ଟୋକିଓ,୩୦।୬: ଜାପାନରେ ଆର୍ଟିଫିସିୟଲ ଇଣ୍ଟଲିଜେନ୍ସ(ଏଆଇ) ଉପରେ ଆଧାରିତ ବିଶ୍ୱର ପ୍ରଥମ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଏଆଇ ରୋବୋକୁ ଦେଖିବାକୁ ମିଳିବ ବୋଲି ଶୁଣିବାକୁ ମିଳିଛି। ସବୁଠାରୁ ବଡ କଥା ହେଲା ଏହି ଫିଲ୍ମରେ କାମ କରିବା ପାଇଁ ଉକ୍ତ ରୋବୋକୁ ୭ କୋଟି ଡଲାର ବା ପାଖାପାଖି ୫୨୮ କୋଟି ଟଙ୍କା ପ୍ରଦାନ କରାଯିବ। ଏହି ଫିଲ୍ମର ନାମ ମଧ୍ୟ ରଖାଯିବ। ମିଳିଥିବା ସୂଚନାରୁ ଜଣାପଡିଛି କି ନିର୍ମାତା ଏହି ଫିଲ୍ମ ପାଇଁ ୭୦ କୋଟି ଡଲାରର ବଜେଟ ରଖିଛନ୍ତି। ନିର୍ମାତାଙ୍କ କହିବା କଥା ହେଲା ଏହି ଫିଲ୍ମ ୨୦୨୧ରେ ରିଲିଜ୍‌ କରାଯିବ। ଫିଲ୍ମର ମୁଖ୍ୟ ଭୂମିକାରେ ଆସୁଥିବା ରୋବୋ ଏକ ମହିଳା ଚରିତ୍ରରେ ନଜର ଆସିବ। ଫିଲ୍ମର କାହାଣୀ ଜଣେ ବୈଜ୍ଞାନିକଙ୍କ ଉପରେ ଆଧାରିତ। ଯିଏକି ଏକ କାର୍ଯ୍ୟକ୍ରମ ସହ ଜଡିତ ଥିବା ଦୁର୍ଘଟଣା ବିଷୟରେ ତଥ୍ୟ ସଂଗ୍ରହ କରୁଛି। ଜାପାନୀ ବୈଜ୍ଞାନିକ ହିରୋଶି ଇଶିଗୁରୋ ଓ କୋହେଇ ଓଗାଓ୍ବା ନିଜ ରୋବୋଟିକ୍ସ ଅଧ୍ୟୟନର ଏକ ଭାଗ ହିସାବରେ ଏରିକକୁ ବିକଶିତ କରିଛନ୍ତି। ସେମାନେ ହିଁ ଏରିକର କୃତ୍ରିମ ବୁଦ୍ଧିକୁ ଅଭିନୟ କରିବାକୁ ଶିକ୍ଷା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ନିବେଶ ପାଇଁ ଆମେରିକୀୟ ସିଇଓଙ୍କୁ ମୋଦିଙ୍କ ଆହ୍ବାନ

ନ୍ୟୁୟର୍କ,୨୩ା୯(ପି.ଟି.):ଆମେରିକାର ବୃହତ୍‌ ପ୍ରଯୁକ୍ତି ସଂସ୍ଥାଗୁଡ଼ିକର ସିଇଓମାନଙ୍କୁ ଭାରତରେ ଶିଳ୍ପ ପ୍ରତିଷ୍ଠା ଓ ପୁଞ୍ଜିନିବେଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମନ୍ତ୍ରଣ କରିଛନ୍ତି। ରବିବାର ଆମେରିକାର ବୃହତ୍‌...

ଲେବାନନ୍‌ର ୩୦୦ ସ୍ଥାନରେ ଆକ୍ରମଣ କଲା ଇସ୍ରାଏଲ: ୧୦୦ ମୃତ, ୪୦୦ ଆହତ

ବେରୁଟ୍‌/ଜେରୁଜେଲମ,୨୩।୯: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ତିକ୍ତତା କ୍ରମାଗତ ବଢିବାରେ ଲାଗିଛି। ହେଜ୍‌ବୋଲ୍ଲା ଉପରେ ଚାପ ପକାଇବାକୁ ଇସ୍ରାଏଲ ଲେବାନନ୍‌ ଉପରେ ୩୦୦ ସ୍ଥାନରେ ରକେଟ୍‌...

ଛାଡପତ୍ର ଖବର ମଧ୍ୟରେ ଐଶ୍ୱର୍ଯ୍ୟା କରିଲେ ଏମିତି କାମ, ହେଉଛି ଭାଇରାଲ

ମୁମ୍ବାଇ: ବ୍ୟକ୍ତିଗତ ଜୀବନକୁ ନେଇ ଐଶ୍ୱର୍ଯ୍ୟା ରାୟ ଆଜିକାଲି ହେଡଲାଇନରେ ଅଛନ୍ତି। ତାଙ୍କ ସହ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଅନେକ ମାସ ଧରି ବିବାଦ ଲାଗି...

ଓସ୍କାର ରେସ୍‌ରେ ‘ଲାପ୍‌ତା ଲେଡିଜ୍‌’

ମୁମ୍ବାଇ,୨୩ା୯: ଓସ୍କାର ରେସ୍‌ରେ ହିନ୍ଦୀ ଫିଲ୍ମ ‘ଲାପ୍‌ତା ଲେଡିଜ୍‌’। କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଥିଏଟର୍‌ ଏବଂ ଓଟିଟିରେ ବେଶ୍‌ ପ୍ରଶଂସା ସାଉଁଟିଥିଲା। ଆଉ...

ଗାଜାରୁ ଲେବାନନ୍‌ ମୁହାଁଇଛି ସଂଘର୍ଷ

ବେରୁଟ୍‌,୨୩ା୯: ଲେବାନନ୍‌ର ଆତଙ୍କବାଦୀ ସଂଗଠନ ହେଜ୍‌ବୁଲ୍ଲା ଏବଂ ଇସ୍ରାଏଲୀ ସେନା ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଛି। ଇସ୍ରାଏଲ୍‌ର ଉତ୍ତର ଭାଗକୁ ଟାର୍ଗେଟ କରି ହେଜ୍‌ବୁଲ୍ଲା ଶତାଧିକ...

ଜାପାନ-ଆମେରିକା ଉପରେ ଆକ୍ରମଣ କରିବ ଚାଇନା? ଚମକାଇ ଦେଲେ ବିଶେଷଜ୍ଞ

ଟୋକିଓ,୨୩।୯: ତାଇୱାନର ଉତ୍ତେଜନା ଏବଂ ସେନକାକୁ ଦ୍ୱୀପପୁଞ୍ଜକୁ ନେଇ ବିବାଦ ମଧ୍ୟରେ ଚାଇନା-ଜାପାନ ସମ୍ପର୍କ ଏକ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଶାନ୍ତି...

ରାଷ୍ଟ୍ରପତି ନିର୍ବାଚନ ହାରିଗଲେ କ’ଣ କରିବେ ଟ୍ରମ୍ପ? ଏବେ କଲେ ସ୍ପଷ୍ଟ

ଓ୍ବାଶିଂଟନ,୨୩।୯: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦିନକୁ ଦିନ ଆକର୍ଷଣୀୟ ହେବାରେ ଲାଗିଛି। ନିର୍ବାଚନ ତାରିଖ ନଭେମ୍ବର ୫ ରଖାଯାଇଛି। ରବିବାର ଏକ ଇଭେଣ୍ଟରେ ରିପବ୍ଲିକାନ ପାର୍ଟି...

ମୋଦିଙ୍କୁ ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୨୩।୯: ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନରେ ଜିତିଥିବା ଅନୁରା କୁମାରା ଦିସାନାୟକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଭାରତ ସହ କାମ କରିବାକୁ ନିଜର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri