ବିଶ୍ୱ ଖାଦ୍ୟ ଦିବସ

ବିଶ୍ୱ ଖାଦ୍ୟ ଦିବସ ପ୍ରତିବର୍ଷ ଅକ୍ଟୋବର ୧୬ ତାରିଖ ଦିନ ସାରା ବିଶ୍ୱରେ ପାଳିତ ହୁଏ। ମିଳିତ ଜାତିସଂଘ ଦ୍ୱାରା ୧୯୪୫ ମସିହାରେ ଖାଦ୍ୟ ଏବଂ କୃଷି ସଂଗଠନର ସ୍ଥାପନା ଦିବସକୁ ସମ୍ମାନ ଜଣାଇ ଏହି ଦିନଟିକୁ ବିଶ୍ୱ ଖାଦ୍ୟ ଦିବସ ରୂପେ ପାଳନ କରିବା ଲାଗି ଘୋଷଣା କରାଯାଇଛି।
ନଭେମ୍ବର ୧୯୭୯ ମସିହାରେ ଖାଦ୍ୟ ଏବଂ କୃଷି ସଂଗଠନର ସଦସ୍ୟ ରାଷ୍ଟ୍ରମାନଙ୍କଦ୍ୱାରା ଏହି ସଂଗଠନର ୨୦ତମ ସମ୍ମିଳନୀରେ ଏହି ଦିବସ ପାଲନ କରିବା ନିଷ୍ପତ୍ତି ନିଆଯାଇଥିଲା।
ହଙ୍ଗେରିଆନ କୃଷି ଏବଂ ଖାଦ୍ୟ ମନ୍ତ୍ରୀ ଡଃ ପାଲ ରମାନୀଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ଖାଦ୍ୟ ଏବଂ କୃଷି ସଂଗଠନର ୨୦ତମ ସମ୍ମିଳନୀରେ ଏକ ସକ୍ରୀୟ ଭୂମିକା ଗ୍ରହଣ କରି ଏ ସଂକ୍ରାନ୍ତରେ ଏକ ବିଚାର ବ୍ୟକ୍ତ କରିଥିଲେ।
ଏହା ଉକ୍ତ ସମ୍ମିଳନୀରେ ଗୃହୀତ ହେବା ପରେ ବିଶ୍ୱର ୧୫୦ରୁ ଅଧିକ ଦେଶ ପ୍ରତିବର୍ଷ ଅକ୍ଟୋବର ୧୬ ତାରିଖକୁ ବିଶ୍ୱ
ଖାଦ୍ୟ ଦିବସ ରୁପେ ପାଳନ କରୁଛନ୍ତି।
ତଥା ଦାରିଦ୍ର୍ୟ ଜନିତ ସମସ୍ୟା ତଥା ଏହାର ନିରାକରଣ ସମ୍ପର୍କରେ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ।
ବିଶ୍ୱରୁ କ୍ଷୁଧା ଦୂର କରି ସଭିଁଙ୍କୁ ଆହାର ଯୋଗାଇବା ପାଇଁ ପ୍ରୟାସ କରିବା ପାଇଁ ବିଭିନ୍ନ ଯୋଜନା ଉପରେ ଏହି ଦିନ ବିଚାର ବିମର୍ଷ କରାଯାଇଥାଏ। ଏହାସହ ଲୋକଙ୍କୁ ଜାଗୃତ କରିବା। ବିଶ୍ୱ ଖାଦ୍ୟ ଦିବସ ୧୯୮୧ରେ ପ୍ରଥମ ଥର ପାଳନ କରାଯାଇଥିଲା। ପୃଥିବୀରେ ଅଧିକାଂଶ ଲୋକେ ସଠିକ ସମୟରେ ଖାଦ୍ୟ ନ ପାଇବାରୁ ସେମାନଙ୍କ ମୃତ୍ୟୁ ହୋଇଥାଏ। ଏହାସହ ଏଭଳି ମଧ୍ୟ ଅଧିକାଂଶ ସମୟରେ ଦେଖାଯାଇଥାଏ ଅନେକ ଲୋକଙ୍କୁ ସଠିକ ସମୟରେ ଖାଦ୍ୟ ମିଳିଥାଏ, ମାତ୍ର ସେମାନେ ଖାଦ୍ୟ ଅଧା ଖାଇ ଫିଙ୍ଗିଥାନ୍ତି। ତେଣୁ କୁହାଯାଏ ଯେତିକି ଖାଦ୍ୟ ଖାଇବେ ସେତିକି ହିଁ ନେବା ଉଚିତ। ଖାଦ୍ୟ ଆଦୌ ନଷ୍ଟ କରିବା ଉଚିତ ନୁହେଁ। ଖାଦ୍ୟ ପ୍ରତ୍ୟେକ ବ୍ୟକ୍ତିର ମୌଳିକ ଅଧିକାର। ତେଣୁ ଲୋକଙ୍କୁ ଭୋକରୁ ରକ୍ଷା କରିବାକୁ ଏହି ଦିନ ପାଳନ କରାଯାଇଥାଏ। ଏହି ଦିନ ବିଭିନ୍ନ ସଚେତନା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଯାଦ୍ୱାରା ବିିଭିନ୍ନ ପ୍ରକାର ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ପ୍ରେରିତ ହେବା ସହ ଭୋକ କାରଣରୁ କାହାର ମଧ୍ୟ ମୃତ୍ୟୁ ନ ହେଉ ସେଥିପ୍ରତି ଦୃଷ୍ଟି ପ୍ରଦାନ କରାଯାଇଥାଏ। ପ୍ରତିବର୍ଷ ବିଶ୍ୱ ଖାଦ୍ୟ ଦିବସ ଏକ ସ୍ବତନ୍ତ୍ର ବାର୍ତ୍ତା ବହନ କରିଥାଏ। ଚଳିତ ୨୦୨୩ ବର୍ଷ ପାଇଁ ଏହି ଦିବସର ବାର୍ତ୍ତା ହେଉଛି ‘ ଜଳ ହିଁ ଜୀବନ, ଜଳ ହିଁ ଖାଦ୍ୟ, ପଛରେ କାହାକୁ ଛାଡି ଦିଅନାହିଁ’(ଓ୍ବାଟର ଇଜ ଲାଇଫ, ଓ୍ବାଟର ଇଜ ଫୁଡ, ଲିଭ ନୋ ଓ୍ବାନ ବିହାଇଣ୍ଡ) ।


Enter your email to get our daily news in your inbox.

All Right Reserved By Dharitri.Com

କନ୍ଦମୂଳ ଖାଉଥିଲେ…

ଆମ ଭିତରୁ ଅନେକେ କନ୍ଦମୂଳ ଖାଇବାକୁ ବହୁତ ଭଲ ପାଇଥାନ୍ତି। ଏହା ଖାଇବାକୁ ଯେମିତି ସୁସ୍ବାଦୁ ଲାଗେ ସେମିତି ଶରୀର ପାଇଁ ବେଶ୍‌ ଉପକାରୀ ମଧ୍ୟ...

ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଚାହୁଁଥିଲେ…

କୁହାଯାଏ, ବାସ୍ତୁ ଅନୁଯାୟୀ ପିଲାମାନଙ୍କ ରୁମ୍‌ ହୋଇଥିଲେ ସେମାନଙ୍କୁ ଭଲ ନିଦ ହେବା ସହ ସେମାନଙ୍କ ସ୍ମରଣ ଶକ୍ତି ପ୍ରଖର ହୋଇଥାଏ। ଏଥିସହିତ ପାଠପଢା ପାଇଁ...

ଏମିତି ଝିଅଙ୍କୁ ଭୁଲ୍‌ରେ କରନ୍ତୁ ନାହିଁ ବିବାହ: ରାତାରାତି ବିଗିଡ଼ିଯିବ …

ବିବାହ ପାଇଁ ଭଲ ଝିଅ ଖୋଜିବା ସହଜ କଥା ନୁହେଁ। ଆଜିର ସମୟରେ ଅଧିକାଂଶ ପୁଅ ସୌନ୍ଦର୍ଯ୍ୟ ଦେଖିବା ପରେ ଝିଅକୁ ବିବାହ କରିବାକୁ ରାଜି...

ଧନୀ ହେବାକୁ ଚାହାନ୍ତି କି? ତେବେ  ଭୁଲନ୍ତୁ ନାହିଁ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା...

କଲରା ଖାଉଥିଲେ…

କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ...

କୃତ୍ରିମ ରକ୍ତ

୧୬୧୬ ମସିହାରେ ୱିଲିୟମ ହାର୍ଭିଙ୍କ ଦ୍ୱାରା ରକ୍ତ ସଞ୍ଚାଳନ ପଥ ଆବିଷ୍କାର ହେବା ପରେ ଅନେକ ଗବେଷକ ଏବଂ ଡାକ୍ତର-ବୈଜ୍ଞiନିକମାନେ ବିଭିନ୍ନ ତରଳ ପଦାର୍ଥ ଯଥା...

ଓଜୋନ ସୁରକ୍ଷା, ଜୀବନ ରକ୍ଷା

ଆମ ପୃଥିବୀ ଗ୍ରହରେ ଜୀବନ ସଞ୍ଚାର ହେବା ପଛରେ ଗୋଟିଏ ପ୍ରମୁଖ କାରଣ ହେଲା ଏହାର ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ଓଜୋନ ମଣ୍ଡଳ। ଏହା ମହାକାଶରୁ...

ମୁଖ ଦୁର୍ଗନ୍ଧ ହେଉଛି କି?

ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍‌...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri