ଚାଇନାଠାରୁ କରୋନା ତଥ୍ୟ ପୁଣି ମାଗିଲା ବିଶ୍ୱସ୍ବାସ୍ଥ୍ୟ ସଂଗଠନ…

ଜେନେଭା,୩୧।୧୨ : ଚାଇନାରେ କରୋନା ମହାମାରୀ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଡାକ୍ତରଖାନାଗୁଡ଼ିକରେ ସ୍ଥାନ ନାହିଁ ଏବଂ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଧାଡି ଲାଗି ରହିଛି। ଇତିମଧ୍ୟରେ ନୂଆ ବର୍ଷରୁ ଚାଇନା କରୋନା ସହ ଜଡିତ ତଥ୍ୟକୁ ମାସକୁ ଥରେ ପ୍ରକାଶ କରିବ ବୋଲି ଚର୍ଚ୍ଚା ହେଉଥିଲା। ଚାଇନା ପକ୍ଷରୁ ସବୁବେଳେ କରୋନାଙ୍କ ଆକଳନ ଲୁଚାଇ ରଖାଯାଇଥିବା ଅଭିଯୋଗ ହୋଇଛି। ଏଥି ସହିତ, ଅନୁଷ୍ଠିତ ଏକ ବୈଠକରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ରିଅଲ ଟାଇମ କୋଭିଡ ତଥ୍ୟ ବାଣ୍ଟିବାକୁ ଚାଇନା ଉପରେ ଚାପ ପକାଇଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଅଧିକ ବିପଦ ଥିବା ଲୋକଙ୍କୁ ସଂକ୍ରମଣ ଏବଂ ମୃତ୍ୟୁରୁ ସୁରକ୍ଷା ଦେବା ପାଇଁ ଟିକାକରଣ ବୃଦ୍ଧି ଗୁରୁତ୍ୱକୁ ଦୋହରାଇଛି।

ବିବୃତ୍ତି ଅନୁଯାୟୀ, ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଚାଇନାକୁ ଭାଇରାଲ ସିକ୍ୱେନ୍ସିଂ, କ୍ଲିନିକାଲ ମ୍ୟାନେଜମେଣ୍ଟ ଏବଂ ପ୍ରଭାବ ମୂଲ୍ୟାଙ୍କନକୁ ମଜବୁତ କରିବାକୁ ଆହ୍ବାନ କରିଛି ଏବଂ ଏହି କ୍ଷେତ୍ରରେ ସହାୟତା ଯୋଗାଇବାକୁ ଇଚ୍ଛା ପ୍ରକାଶ କରିଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟସସ ଚାଇନାରେ ବଢ଼ୁଥିବା କରୋନା ଆକାନ୍ତଙ୍କ ସଂଖ୍ୟା ଏବଂ ପରିସ୍ଥିତିକୁ ନେଇ ଉସବେଗ ପ୍ରକାଶ କରିବାବେଳେ ବ୍ୟାପକ ସୂଚନାର ଅଭାବକୁ ସ୍ବୀକାର କରିଛନ୍ତି। ସେ କହିଥିଲେ ଯେ ଚାଇନାରେ କରୋନା କଟକରାକୁ କୋହଳ କରିବା ପରେ ଏକ ଚିନ୍ତାଜନକ ପରିସ୍ଥିତି ଉପୁଜିଛି।

Share