Categories: ଜାତୀୟ

ଟିଭି, ସୋସିଆଲ ମିଡିଆରେ ଅଧିକ ନ୍ୟୁଜ ଦେଖନ୍ତୁ ନାହିଁ: ହୁ

ନୂଆଦିଲ୍ଲୀ,୧୩।୧୦:ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱକୁ ଆତଙ୍କିତ କରି ରଖିଛି। ନର ପିଶାଚ ପାଲଟିଥିବା ହମାସ ଗୋଟିକ ପରେ ଗୋଟିଏ ବନ୍ଧକ ରଖିଥିବା ଇସ୍ରାଏଲୀଙ୍କୁ ହତ୍ୟା କରିବାରେ ଲାଗିଛି। ଏହାରି ଭିତରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ହୁ) ଲୋକମାନଙ୍କୁ ଟିଭି କିମ୍ବା ସୋସିଆଲ ମିଡିଆରେ ଅଧିକ ଖବର ନ ଦେଖିବାକୁ ପରାମର୍ଶ ଦେଇଛି।
ଏହି ସମୟରେ ଟିଭି ଓ ସୋସିଆଲ ମିଡିଆରେ ଯୁଦ୍ଧ ଓ ନର ସଂହାର ନେଇ ଅଧିକ ଖବର ପ୍ରସାରିତ ହେଉଛି। ଏହା ହୁଏତ କିଛି ଲୋକଙ୍କ ମଧ୍ୟରେ ଚାପ ବଢାଇପାରେ ଯାହାଦ୍ୱାରା ସମସ୍ୟା ଉପୁଜିପାରେ। ତେଣୁ ଅଧିକ ଟିଭି ଓ ସୋସିଆଲ ମିଡିଆ ନ ଦେଖି ପର୍ଯ୍ୟାପ୍ତ ପରିମାଣର ଶୋଇବା, ସୁସ୍ଥ ଖାଦ୍ୟ ଖାଇବା, ପ୍ରିୟଜନଙ୍କ ସହ ସୁସମ୍ପର୍କ ରଖିବା ସହ ପ୍ରତିଦିନ ବ୍ୟାୟାମ କରି ଚାପରୁ ଦୂରେଇ ରହିବାକୁ ହୁ ପରାମର୍ଶ ଦେଇଛି।

Share