Categories: ବାଣିଜ୍ୟ

କେଏଚ୍‌ଏଲ୍‌ ପକ୍ଷରୁ ବିଶ୍ୱ ହେପାଟାଇଟିସ୍‌ ଦିବସ

ଭୁବନେଶ୍ୱର,୨୯।୭: ରାଜ୍ୟ ପ୍ରମୁଖ ଘରୋଇ ଚିକିତ୍ସାଳୟ କଳିଙ୍ଗ ହସ୍ପିଟାଲ ଲିମିଟେଡ୍‌ (କେଏଚ୍‌ଏଲ୍‌) ପକ୍ଷରୁ ବିଶ୍ୱ ହେପାଟାଇଟିସ୍‌ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ସଚେତନତା ପଦଯାତ୍ରାର ଆୟୋଜନ କରାଯାଇଥିଲା। ଉକ୍ତ ପଦଯାତ୍ରାରେ ବହୁ ସଂଖ୍ୟାର ଲୋକ ଉସତ୍ାହର ସହ ସାମିଲ ହୋଇଥିଲେ। ଏପରିକି ପଦଯାତ୍ରାରେ ସାମିଲ ସବୁ ବର୍ଗର ଅଂଶଗ୍ରହଣକାରୀ ହାତରେ ପ୍ଲାକାର୍ଡ ଓ ବ୍ୟାନର୍‌ ଧରି ହେପାଟାଇଟିସ୍‌ ଭଳି ମାରାମତ୍କ ରୋଗରୁ ଦୂରେଇ ରହିବା ପାଇଁ ସଚେତନାମତ୍କ ସ୍ଲୋଗାନ ଦେଇଥିଲେ। ବିଶେଷକରି କେଏଚ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶିକା ନିଲାଞ୍ଜନା ମୁଖାର୍ଜୀଙ୍କ ନେତୃତ୍ୱରେ ପଦଯାତ୍ରା ଆରମ୍ଭ ହୋଇଥିଲାବେଳେ କେଏଚ୍‌ଏଲ୍‌ର ମୁଖ୍ୟ ପରିଚାଳକ ଦେବୀପ୍ରସାଦ ନନ୍ଦ, ଏମ୍‌ଏସ୍‌ ଡା. ପି.କେ. ମିଶ୍ରଙ୍କ ସମେତ ବରିଷ୍ଠ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡା. ଅନନ୍ତ ଅଗସ୍ତି ଏବଂ ଡା.ଦେବକାନ୍ତ ମିଶ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ସେ କହିଛନ୍ତି, ହେପାଟାଇଟିସ୍‌ ଏକ ଭୟଙ୍କର ରୋଗ, ଯାହାର କିଛି ଲକ୍ଷଣ ହେଉଛି ଅସ୍ବାସ୍ଥ୍ୟକର ପାଣି ପିଇବା, ନିମ୍ନମାନର ଖାଦ୍ୟ ଏବଂ ସ୍କିନିଂ ନ ଥିବା ରକ୍ତର ବ୍ୟବହାର ଇତ୍ୟାଦି।
ଚଳିତ ବର୍ଷର ବିଷୟବସ୍ତୁ ହେଉଛି ‘ଆମେ ଅପେକ୍ଷା କରୁନାହୁୁଁ, ଗୋଟିଏ ଜୀବନ, ଗୋଟିଏ ଯକୃତ’ ବିଶ୍ୱ ସ୍ବାସ୍ଥ୍ୟ ଦିବସର ଆହ୍ବାନ ବର୍ତ୍ତମାନ ଭାଇରାଲ୍‌ ହେପାଟାଇଟିସର ନିରାକରଣ ପ୍ରୟାସକୁ ତ୍ୱରାନ୍ବିତ କରିବା ଏବଂ ଏହାର ଆବଶ୍ୟକତା ଥିବା ଯକୃତ ଲୋକଙ୍କ ପାଇଁ ପରୀକ୍ଷା ଏବଂ ଚିକିସତ୍ାର ଜରୁରୀ ଆବଶ୍ୟକତାକୁ ତ୍ୱରାନ୍ବିତ କରିବା ଏହି ଅଭିଯାନରେ ବିଭିନ୍ନ ପ୍ରକାର ହେପାଟାଇଟିସ୍‌ ସମ୍ପର୍କରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି।

Share