Categories: ଜାତୀୟ

ଭାରତୀୟ ସଂସ୍କୃତି ଉପରେ ଜ୍ଞାନ ଆହରଣ ପାଇଁ ୧୩ ଦେଶର ୩୧ ଛାତ୍ରୀଛାତ୍ରଙ୍କ ବିଶ୍ୱ ହିନ୍ଦୀ ଯାତ୍ରା…

ନୂଆଦିଲ୍ଲୀ,୨୭।୫ : ଭାରତୀୟ ସାଂସ୍କୃତିକ ସମ୍ବନ୍ଧ (ଆଇସିସିଆର) ଦ୍ୱାରା ୧୩ ଟି ଦେଶର ୩୧ ଜଣ ଛାତ୍ରୀଛାତ୍ରଙ୍କ ପାଇଁ ବିଶ୍ୱ ହିନ୍ଦୀ ଯାତ୍ରା ଆୟୋଜିତ ହୋଇଛି। ଏହି ଯୋଜନା ଅଧୀନରେ ସେମାନଙ୍କୁ ହିନ୍ଦୀ ଭାଷା ବିଷୟରେ ସୂଚନା ଦେବା ସହିତ ସେମାନଙ୍କୁ ଭାରତର ସଭ୍ୟତା ସଂସ୍କୃତି ବିଷୟରେ ଜ୍ଞାନ ଆହରଣର ସୁଯୋଗ ମିଳିବ। ଏଥିପାଇଁ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ଐତିହାସିକ ସ୍ଥାନ ଭ୍ରମଣରେ ନିଆଯାଉଛି।

ମେ ୨୪ ରେ ଛାତ୍ରୀଛାତ୍ରମାନେ ତାଜମହଲ ଏବଂ ଲାଲ କିଲ୍ଲା ପରିଦର୍ଶନ କରିଥିଲେ। ମୋଗଲ ସ୍ଥାପତ୍ୟର ଅନନ୍ୟ ନମୁନା ଦେଖି ଅଧିକାଂଶ ଛାତ୍ରୀଛାତ୍ର କହିଛନ୍ତି, ଭାରତର ଇତିହାସ ଏବଂ ସାଂସ୍କୃତିକ ଐତିହ୍ୟକୁ ବୁଝିବା ପାଇଁ ୧୦ ଦିନ ଯଥେଷ୍ଟ ନୁହେଁ । ମେ ୨୦ ରୁ ୨୯ ପର୍ଯ୍ୟନ୍ତ ୧୦ ଦିନିଆ ଗସ୍ତ ସମୟରେ ବିଦେଶୀ ଛାତ୍ରୀଛାତ୍ରମାନଙ୍କୁ ଭାରତର ବିଭିନ୍ନ ରାଜ୍ୟର ପ୍ରସିଦ୍ଧ ସ୍ଥାନ ତଥା ସ୍ମାରକୀ ଭ୍ରମଣରେ ନିଆଯାଉଛି । ଆଇସିଆଇସିଆର କାର୍ଯ୍ୟନିର୍ବାହୀ ମହାନିର୍ଦ୍ଦେଶକ ରାଜୀବ କୁମାର କହିଛନ୍ତି ଅଷ୍ଟ୍ରେଲିଆ, ଇଟାଲୀ, କାଜାଖସ୍ତାନ, ରିପବ୍ଲିକ ଅଫ କୋରିଆ, ଜାପାନ, ତାଜିକିସ୍ତାନ, ତାଞ୍ଜାନିଆ, ଦକ୍ଷିଣ ଆଫ୍ରିକା, ପୋଲାଣ୍ଡ, ଫିଜି, ମରିସସ, ରୁଷିଆ ଏବଂ ଶ୍ରୀଲଙ୍କାର ୩୧ ଜଣ ଛାତ୍ରୀଛାତ୍ର ହିନ୍ଦୀ ବିଶ୍ୱ ଭ୍ରମଣରେ ଆସିଛନ୍ତି।

ଆଇସିସିଆର ସଭାପତି ଡ. ବିନୟ ସହସ୍ରବୁଦ୍ଧେ କହିଛନ୍ତି, ଭାଷାଭିତ୍ତିକ ଜ୍ଞାନକୁ ଆହୁରି ବିସ୍ତାର କରିବା ପାଇଁ ଭଲ ହିନ୍ଦୀ ସାହିତ୍ୟ ତାଜିକିସ୍ତାନ, ତାଞ୍ଜାନିଆ, ଜାପାନର ଭାଷାରେ ଅନୁବାଦିତ ହେବ। ଆଗାମୀ ଦିନରେ ହିନ୍ଦୀ ୱାଲର୍‌ଡ ଟୁର୍‌, ପଞ୍ଚିମବଙ୍ଗ, ତାମିଲନାଡୁରେ ଆୟୋଜିତ ହେବ । ଏଠାକୁ ଆସିବା ପରେ ମୁଁ ହିନ୍ଦୀ ବିଷୟରେ ଅଧିକ ଜାଣିବାକୁ ପାଇଛି। ଆମର ଯାତ୍ରା ଭଲ ଚାଲିଛି। ଏଠାରେ ବହୁତ କିଛି ଦେଖିବାକୁ ଅଛି, କିନ୍ତୁ ଆମର ଯାତ୍ରାର ଦିନ ବହୁତ କମ ବୋଲି ରୁଷିଆରୁ ଆସିଥିବା ଟୋକଜାନ କହିଛନ୍ତି। ଐତିହାସିକ ସ୍ଥାନ ପରିଦର୍ଶନ କରି ମୁଁ ଭାରତର ପ୍ରାଚୀନ ସଭ୍ୟତା ବିଷୟରେ ଜାଣିବାର ସୁଯୋଗ ପାଇଛି। ତାଜମହଲ ଏବଂ ଲାଲ କିଲ୍ଲା ଦେଖି ମୋଗଲ ସ୍ଥାପତ୍ୟ ବିଷୟରେ ଜାଣିବାକୁ ପାଇଛି ବୋଲି କାଜାଖସ୍ତାନରୁ ଆସିଥିବା ଜରିନା କହିଛନ୍ତି।

ଆମର ଯାତ୍ରା ଏପର୍ଯ୍ୟନ୍ତ ବହୁତ ଭଲ ହୋଇଛି। ତଥାପି ଦୁଇ-ତିନି ବାକି ଅଛି, ଯେଉଁଥିରେ ଆମେ ଯାତ୍ରାକୁ ପୂର୍ଣ୍ଣ ଉପଭୋଗ କରିବୁ ବୋଲି କୋରିଆରୁ ଆସିଥିବା କିମକେନ କହିଛନ୍ତି।

Share