Categories: ଭଦ୍ରକ

ପୁରୁଷ ବିଶ୍ୱ ହକିକପ୍‌କୁ ଭଦ୍ରକରେ ସ୍ବାଗତ

ଭଦ୍ରକ ଅଫିସ,୯ା୧: ପୁରୁଷ ବିଶ୍ୱ ହକିକପ୍‌ ସୋମବାର ଭଦ୍ରକ ଜିଲା ପରିକ୍ରମା ଅବସରରେ ଜିଲା ପ୍ରଶାସନ ଓ ଜନପ୍ରତିନିଧିଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି। ସକାଳେ ବାସୁଦେବପୁର ପରିକ୍ରମା କରି ଫେରିବ ପରେ ଭଦ୍ରକ କଲେଜ, ନେହେରୁ ଷ୍ଟାଡିୟମ ଓ ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସ୍ବାଗତ କରାଯାଇଥିଲା। ନେହେରୁ ଷ୍ଟାଡିୟମରେ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ବିଧାୟକ ସଞ୍ଜୀବ ମଲ୍ଲିକ, ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ପ୍ରମୁଖ ସ୍ବାଗତ କରିଥିଲେ। ଏଥିପାଇଁ ଅପର୍ତ୍ତିବିନ୍ଧା ଛକଠାରୁ ଜିଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଥୋତ୍ସବ ଆୟୋଜିତ ହୋଇଥିଲା। ଝୋଟି, ଚିତ୍ରାଙ୍କନ, ଚିତ୍ରକଳା, ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ଯାଜପୁର ଜିଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା।