ବିଶ୍ୱ କ୍ଷୁଧା ସୂଚକାଙ୍କ ଓ ଭାରତ

ରିତିକା ଖେରା

ନୋବେଲ ବିଜେତା ଅମର୍ତ୍ତ୍ୟ ସେନ୍‌ ଅର୍ଥନୀତିଜ୍ଞ ମହବୁବ୍‌ ଉଲ୍‌-ହକ୍‌ଙ୍କ ସହିତ ମାନବ ବିକାଶ ସୂଚକାଙ୍କ (ଏଚ୍‌ଡିଆଇ) ବିକାଶ କରିଥିଲେ। ହକ୍‌ଙ୍କୁ ଥରେ ସେନ୍‌ କହିଥିଲେ, ସେ ଏମିତି ଏକ ସୂଚକାଙ୍କ ତିଆରି କରିପାରିବେ ଯାହା ଏକଅଙ୍କ ବିଶିଷ୍ଟ ଏବଂ ଗ୍ରହଣୀୟ ନ ହେଲେ ବି ସତ୍ୟ। ମହବୁବ୍‌ ଉଲ୍‌-ହକ୍‌ ଉତ୍ତର ଦେଇଥିଲେ , ଏମିତି ଏକ ସୂଚକାଙ୍କ ତିଆରି କରନ୍ତୁ ଯାହା ଗ୍ରସ ଡୋମେଷ୍ଟିକ୍‌ ପ୍ରଡକ୍ଟ( ଜିଏନ୍‌ପି) ଭଳି ଗ୍ରହଣୀୟ ନ ହେଲେ ବି ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥିବ, କିନ୍ତୁ ତାହା ଜିଏନ୍‌ପି ବଦଳରେ ମାନବ ଜୀବନର ଗୁଣବତ୍ତାକୁ ଅଧିକ ସୂଚାଉଥିବ। ସେନ୍‌ ଏହା ମଧ୍ୟ ଚେତାଇ ଦେଇଥିଲେ ଯେ, ଆମେ ଏହାକୁ ଏପରି କରିବା ନାହିଁ ଯାହା ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ (ଜିଏଚ୍‌ଆଇ)ବା ବିଶ୍ୱ କ୍ଷୁଧା ସୂଚକାଙ୍କ ଠାରୁ ଅଧିକ ଗୁରୁତ୍ୱ ବହନ କରିପାରିବ।
ଖାଦ୍ୟ ଅଧିକାର ଏକ ମୌଳିକ ଅଧିକାର। ବିଶ୍ୱ କ୍ଷୁଧା ସୂଚକାଙ୍କ (ଜିଏଚ୍‌ଆଇ) ର଼୍ୟାକିଙ୍ଗ୍‌ ପ୍ରକାଶ ପାଇବା ଦ୍ୱାରା ଭାରତରେ ଏହି ଅଧିକାର ପାଇବାକୁ ସଂଗ୍ରାମ କରୁଥିବା ଲୋକଙ୍କ ଆଡ଼କୁ ଦୃଷ୍ଟି ଦେବା ଲାଗି ଏକ ସୁଯୋଗ ସୃଷ୍ଟି ହୋଇଥାଏ। ଜିଏଚ୍‌ଆଇ କୌଣସି ଏକ ଦେଶର ୪ଟି ମୌଳିକ ସୂଚକର ହାରାହାରିକୁ ନେଇ ପ୍ରସ୍ତୁତ କରାଯାଏ। ଏଥିରେ ପ୍ରତ୍ୟେକ ସୂଚକକୁ ସମାନ ଗୁରୁତ୍ୱ ଦିଆଯାଇଥାଏ। ଗ୍ରହଣ କରୁଥିବା କମ୍‌ ପୋଷଣ, ଓ୍ବେଷ୍ଟିଂ(ଉଚ୍ଚତା ଅନୁଯାୟୀ ଓଜନ), ଷ୍ଟଣ୍ଟିଂ (ବୟସ ଅନୁଯାୟୀ ଉଚ୍ଚତା) ଏବଂ ଶିଶୁ ମୃତ୍ୟୁହାରକୁ ଗଣନାକୁ ନେଇ ଜିଏଚ୍‌ଆଇ ପ୍ରସ୍ତୁତ କରାଯାଇଥାଏ। ଷ୍ଟଣ୍ଟିଂ ଏବଂ ଓ୍ବେଷ୍ଟି ପାଇଁ ଏହା ୨୦୧୬-୨୦ ମଧ୍ୟରେ ଉପଲବ୍ଧ ତଥ୍ୟକୁ ବିଚାରକୁ ନେଇଛି। ଯେହେତୁ ଏଗୁଡ଼ିକର ବାର୍ଷିକ ସର୍ଭେ କରାଯାଏ ନାହିଁ ସେଥିପାଇଁ ଏଭଳି କରାଯାଇଛି। ଭାରତରେ ୨୦୧୯-୨୦ରେ କରାଯାଇଥିବା ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ(ଏନ୍‌ଏଫ୍‌ଏଚ୍‌ଏସ୍‌)ର ୪ର୍ଥ ସର୍ଭେ ଉପରେ ଏହା ନିର୍ଭର କରିଛି। ଯଦିଓ ୨୦୧୯-୨୦ରେ ଏନ୍‌ଏଫ୍‌ଏଚ୍‌ଏସ୍‌-୫ର ପ୍ରଥମ ପର୍ଯ୍ୟାୟ ତଥ୍ୟ ଡିସେମ୍ବର ୨୦୨୦ରେ ପ୍ରକାଶ କରାଯାଇଥିଲା। ଅନ୍ୟ ପର୍ଯ୍ୟାୟର ତଥ୍ୟ ଏବେ ସୁଦ୍ଧା ପ୍ରକାଶ କରାଯାଇନାହିଁ। ଠିକ୍‌ ଭାବେ କ୍ଷୁଧାର ସ୍ଥିତି ବା ହାର ଜାଣିବା ମାମୁଲି କଥା ନୁହେଁ। ଭାରତରେ କେତେକ ସର୍ଭେ କେବଳ ପ୍ରଶ୍ନଗୁଡ଼ିଏ ପଚାରି କ୍ଷୁଧା ସ୍ତର ଆକଳନ କରିବାକୁ ପ୍ରୟାସ କରିଛନ୍ତି। ଲୋକମାନଙ୍କୁ ଭୋକରେ ଶୋଇବାକୁ ବାଧ୍ୟ କରାଯାଉଛି କି କିମ୍ବା ଦିନରେ କୌଣସି ଭୋଜନରୁ ବଞ୍ଚିତ ହେଉଛନ୍ତି କିମ୍ବା କମ୍‌ ଖାଉଛନ୍ତି କି – ଏଭଳି ପ୍ରଶ୍ନ କରାଯାଇ କ୍ଷୁଧା ସ୍ତର ନିର୍ଣ୍ଣୟ କରାଯାଉଛି। ତେବେ ଏହାକୁ ଆଧାର କରି କ୍ଷୁଧା ଓ ପୋଷକ ପରିଣାମ ଜାଣିବା ଲଗି ଜିଏଚ୍‌ଆଇର ପ୍ରୟାସ ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ ସୂଚକାଙ୍କର ମୌଳିକ ତତ୍ତ୍ୱଗୁଡ଼ିକ ଉପରେ ବିତର୍କର ଆବଶ୍ୟକତା ରହିଛି। ଜିଏଚ୍‌ଆଇର ସୀମିତ କାର୍ଯ୍ୟଧାରା ମଧ୍ୟ ଚର୍ଚ୍ଚାରେ ରହିଆସିଛି। କେତେ ଭାଗ ଲୋକ ପୋଷଣ ଅଭାବର ଶିକାର ହେଉଛନ୍ତି ତାହା ଆମେରିକାର ଫୁଡ଼୍‌ ଆଣ୍ଡ୍‌ ଏଗ୍ରିକଲଚର ଅର୍ଗାନାଇଜେଶନ (ଏଫ୍‌ଏଓ)ର ତଥ୍ୟରୁ ଜଣାଯାଏ, ଯାହା ଅବାସ୍ତବ ଧାରଣା ଉପରେ ପର୍ଯ୍ୟବସିତ। ତେବେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଏହି ପଦ୍ଧତିକୁ ବିରୋଧ କରି ମନ୍ତବ୍ୟ ଜାରି କରିଲା ପରେ ଚଳିତ ବର୍ଷ କୌଣସି ପ୍ରକାରେ ସମ୍ପୂର୍ଣ୍ଣ ନିଆରା ଭାବେ ଜିଏଚ୍‌ଆଇ ଏହି ସବୁ ର଼୍ୟାଙ୍କ ସ୍ଥିର କରିବା ପାଇଁ ନିର୍ଦ୍ଦିଷ୍ଟ ପ୍ରକାର ଅନୁଧ୍ୟାନ ପଦ୍ଧତି ଉପରେ ଧ୍ୟାନ ଦେଇଛି।
ଏହା ଉପରେ ସରକାରଙ୍କ ପ୍ରତିକ୍ରିୟା କ’ଣ ରହିଛି ଜାଣିବା। ସରକାର ଦାବି କରିଛନ୍ତି ଯେ, ଜିଏଚ୍‌ଆଇ ରିପୋର୍ଟ ତୃଣମୂଳ ସ୍ତରର ବାସ୍ତବତା ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଅଣଦେଖା କରିଛି। ଏଥିତ୍ରେ ବହୁ ଅସଙ୍ଗତି ରହିଛି। ଉଦାହରଣ ସ୍ବରୂପ, ପ୍ରଥମରେ ଏହା କହିଛି ଯେ, କୁପୋଷଣ ବିଜ୍ଞାନଭିତ୍ତିକ ଆକଳନ ପାଇଁ ଉଚ୍ଚତା ଏବଂ ଓଜନ ମାପ କରିବା ଆବଶ୍ୟକ। କିନ୍ତୁ ଏଠାରେ ଗ୍ୟାଲପ୍‌ ପୋଲ୍‌ (ଆମେରିକାର ଆନାଲିଟିକ ଓ ଆଡ୍‌ଭାଇଜରି କମ୍ପାନୀ ଯାହା ଜନମତ ସର୍ଭେ କରିଥାଏ)ର ଅନୁଧ୍ୟାନ ପଦ୍ଧତି ଗ୍ରହଣ କରାଯାଇଛି, ଯେଉଁଥିତ୍ରେ ଲୋକମାନଙ୍କର ମତ ସମ୍ପୂର୍ଣ୍ଣ ଟେଲିଫୋନିକ୍‌ ବା ଦୂରଭାଷିକ ଆକଳନ ଆଧାରରେ କରାଯାଇଥାଏ। ରିପୋର୍ଟର ପ୍ରଥମାର୍ଦ୍ଧ ଯୁକ୍ତିଯୁକ୍ତ ବା ସତ୍ୟ ମନେହୁଏ। ଏହା ଉଚ୍ଚତା ଏବଂ ଓଜନ ଆଧାରରେ କରାଯାଇଥିବା ଓ୍ବେଷ୍ଟିଂ ଏବଂ ଷ୍ଟଣ୍ଟିଂରେ ଦୀର୍ଘମିଆଦୀ ତଥା ଭୟଙ୍କର କୁପୋଷଣକୁ ପ୍ରକାଶ କରିଛି। କିନ୍ତୁ ଦ୍ୱିତୀୟ ଭାଗରେ ତାହା ହୋଇନାହିଁ। ସେହି ସମାନ ରିପୋର୍ଟର ଶେଷ ବାକ୍ୟରୁ ଏହା ପ୍ରମାଣିତ ହୋଇଛି। ଉଲ୍ଲେଖ ରହିଛି ଯେ, ଶିଶୁମାନଙ୍କର ଓ୍ବେଷ୍ଟି ଏବଂ ଷ୍ଟଣ୍ଟିଂର ସ୍ଥିତି ୨୦୨୦ ତୁଳନାରେ ୨୦୨୧ରେ ଅପରିବର୍ତ୍ତିତ ରହିଛି।
ବିଶ୍ୱର ୧୧୬ ଦେଶ ମଧ୍ୟରେ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତର ସ୍ଥାନ ୧୦୧। ଏଭଳି ର଼୍ୟାଙ୍କ୍‌ରେ ରହିବାରେ ଆମେ ବିବ୍ରତ ହେବା ଉଚିତ ନୁହେଁ କି? ତେବେ ଆମ ର଼୍ୟାଙ୍କ୍‌ର ଉପରେ ଓ ତଳେ ରହିଥିବା ଦେଶକୁ ଦେଖିତ୍ଲେ ଉକ୍ତ ପ୍ରଶ୍ନର ଉତ୍ତର ମିଳିଯିବ। ଆମ ପଡ଼ୋଶୀ ତଥା ହିଂସା ଜଡ଼ିତ ଆଫଗାନିସ୍ତାନ ଆମର ଦୁଇଟି ର଼୍ୟାଙ୍କ ପଛକୁ ଅଛି।
ଉତ୍ତର କୋରିଆ, ଯେଉଁଠି ଗଣତନ୍ତ୍ର ନାହିଁ, ତାହା ଆମ ଉପରେ ୯୬ ର଼୍ୟାଙ୍କ୍‌ରେ ରହିଛି। ଚଳିତ ବର୍ଷ ଓ୍ବେଷ୍ଟିଂରେ ଭାରତ ବିଶ୍ୱରେ ସବୁଠୁ ଖରାପ ର଼୍ୟାଙ୍କ୍‌ରେ ସ୍ଥାନିତ ହୋଇଛି। କୁପୋଷଣର ସବୁଠୁ ଶକ୍ତିଶାଳୀ ସୂଚକାଙ୍କ ଭାବେ ଗଣାଯାଉଥିବା ଷ୍ଟଣ୍ଟିଂକୁ ଯଦି ଦେଖିବା ତେବେ ଭାରତ ମଧ୍ୟ ଖରାପ ର଼୍ୟାଙ୍କ୍‌ରେ ରହିଛି ବୋଲି ଜାଣିପାରିବା।
ପୋଷଣ ବୃଦ୍ଧି କରିବାକୁ ହେଲେ ସାମାଜିକ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ କୋଭିଡ୍‌-୧୯ ମହାମାରୀରେ ଏଭଳି ସହଯୋଗରେ ବାଧା ଆସିବାରୁ ପୋଷଣ ପରିଣାମ ଖରାପ ସ୍ଥିତିରେ ରହିଛି। ପ୍ରଥମ ଲକ୍‌ଡାଉନ ପରଠାରୁ ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରହିଛି (କେତେକ ରାଜ୍ୟରେ ପ୍ରଥମ ଓ ଦ୍ୱିତୀୟ ଲହର ମଧ୍ୟରେ ଖୁବ୍‌ କମ୍‌ ସମୟ ଲାଗି ଖୋଲାଯାଇଛି)। ଫଳରେ ଗୁରୁତ୍ୱପୂର୍ଣ୍ଣ ସମୟରେ ଅତ୍ୟନ୍ତ ସମ୍ବେଦନଶୀଳ ସ୍ବାସ୍ଥ୍ୟ ଓ ପୋଷଣ ଅଭିଯାନରେ ବାଧା ସୃଷ୍ଟି ହେବାରୁ କେନ୍ଦ୍ରଗୁଡ଼ିକ ବନ୍ଦ ହୋଇଯାଇଛି। ଅନେକ ରାଜ୍ୟରେ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ୬ ବର୍ଷ ବୟସରୁ କମ୍‌ ପିଲାଙ୍କୁ ଅଣ୍ଡା ଦିଆଯାଇଥାଏ। ଅଣ୍ଡା ପୋଷକ ଉପାଦାନରେ ଭରପୂର। ଦୁର୍ଭାଗ୍ୟବଶତଃ ଭାରତର ଅଧିକାଂଶ ପିଲାଙ୍କୁ ଏହା ମିଳିପାରେ ନାହିଁ। ମହାମାରୀ ସମୟରେ ଅଙ୍ଗନଓ୍ବାଡ଼ି ବନ୍ଦ ହେବା ଯୋଗୁ ଶିଶୁଙ୍କ ଟିକାକରଣ, ପ୍ରାକ୍‌ ପ୍ରସବ ଚିକିତ୍ସା (ଏଏନ୍‌ସି)ରେ ବାଧା ଆସିବା ସହ ସ୍ବାସ୍ଥ୍ୟସେବା ଉପଲବ୍ଧ ହୋଇପାରିଲା ନାହିଁ। ସ୍ବାଧୀନ ଭାବେ ଗବେଷଣା କରୁଥିତ୍ବା ଭିପୁଲ ପାଇକ୍ରା ଏବଂ ରାଞ୍ଚି ୟୁନିଭର୍ସିଟିର ଅର୍ଥନୀତି ବିଭାଗର ଭିଜିଟିଂ ପ୍ରଫେସର ଜିନ୍‌ ଡ୍ରେଜିଙ୍କ ମତରେ ଗତବର୍ଷ ପ୍ରଥମ ଲକ୍‌ଡାଉନରେ ପୂର୍ବ ତୁଳନାରେ ଏହି ସବୁ ସେବା ସମ୍ପୂର୍ଣ୍ଣ ଧୂଳିସାତ ହୋଇଗଲା। ଶିଶୁ ଟିକାକରଣ ୬୫-୭୪% ମଧ୍ୟରେ ରହିଥିଲାବେଳେ ଏଏନ୍‌ସି ପଞ୍ଜୀକରଣ ୭୮-୮୦% ଏବଂ ଚିକିତ୍ସାଳୟରେ ପ୍ରସବ ୭୧ରୁ ୭୮%ରେ ସୀମିତ ରହିଥିଲା।
ମନେରଖିବାକୁ ହେବ ଯେ,ଶିଶୁ ଗର୍ଭରେ ଥିତ୍ବା ସମୟକୁ ନେଇ ତା’ଜୀବନର ପ୍ରଥମ ୧୦୦୦ ଦିନ ମଧ୍ୟରେ ପୋଷଣର ଯଥେଷ୍ଟ ଆବଶ୍ୟକତା ରହିଛି ଓ ଏହା ସବୁଠୁ ବେଶି ଲାଭଦାୟକ। ସେଥିପାଇଁ ଗର୍ଭଧାରେଣ କରିବା ଏବଂ ସ୍ତନ୍ୟପାନ କରୁଥିତ୍ବା ମହିଳାଙ୍କ ସମେତ ୬ ବର୍ଷରୁ କମ୍‌ ବୟସର ଶିଶୁଙ୍କ ସ୍ବାସ୍ଥ୍ୟ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ସୌଭାଗ୍ୟବଶତଃ, ଭାରତରେ ପିଲାମାନଙ୍କ ପାଇଁ ପୋଷଣ ଯୋଗାଇବା ଲାଗି ଏକ ଉପଯୋଗୀ ଢାଞ୍ଚା ରହିଛି। ଅଙ୍ଗନଓ୍ବାଡ଼ି/ ଆଇଏସ୍‌ଡିଗୁଡ଼ିକରେ ପୋଷଣଯୁକ୍ତ ଖାଦ୍ୟ ଯୋଗାଇବା ସହ ସ୍କୁଲରେ ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରାଯାଇଛି। ଏହା ଦ୍ୱାରା ୨୦ କୋଟି ପିଲା ଉପକୃତ ହେଉଛନ୍ତି। ୮୦ କୋଟି ଲୋକଙ୍କ ପାଇର୍ଁ ସାଧାରଣ ବଣ୍ଟନ ବ୍ୟବସ୍ଥା ( ପିଡିଏସ) ମଧ୍ୟ ଚାଲୁଛି। ମହାମାରୀ ସମୟରେ ସ୍କୁଲ୍‌ ଓ ଅଙ୍ଗନଓ୍ବାଡ଼ି ପ୍ରାୟତଃ ବନ୍ଦ ହୋଇଥିତ୍ବାବେଳେ ପିଡ଼ିଏସ୍‌କୁୁ ସମ୍ପୂର୍ଣ୍ଣ କାର୍ଯ୍ୟରେ ଲଗାଯାଇପାରିଥାଆନ୍ତା। କିନ୍ତୁ ତାହା ହୋଇନାହିଁ। ହେଲେ ପୋଷଣ ପାଇଁ ଏକ ସ୍ପଷ୍ଟ ବିକଳ୍ପ ରହିଛି। ପିଡିଏସ୍‌କୁ ସମ୍ପ୍ରସାରିତ କରିବା, ସ୍କୁଲ ଓ ଅଙ୍ଗନଓ୍ବାଡ଼ିରେ ଦିଆଯାଉଥିବା ଖାଦ୍ୟର ମାନ ବୃଦ୍ଧି କରିବା, ପ୍ରଧାନମନ୍ତ୍ରୀ ମାତୃ ବନ୍ଧନ ଯୋଜନା ମାଧ୍ୟମରେ ସବୁଆଡ଼େ ମାତୃତ୍ୱରେ ଦେଖାଯାଉଥିବା ଜଟିଳ ସମସ୍ୟାଗୁଡ଼ିକୁ ସମାଧାନ କରି ସେମାନଙ୍କ ପ୍ରାପ୍ୟ ନିଶ୍ଚିତ ଦରକାର। ପଦକ୍ଷେପ ନ ନେଇ ସରକାର କ’ଣ ପାଇଁ ଅପେକ୍ଷା କରିଛନ୍ତିି ତାହା ସ୍ପଷ୍ଟ ହେଉ ନାହିଁ।
ଆସୋସିଏଟ୍‌ ପ୍ରଫେସର ( ଇକୋନୋମିକ୍ସ), ଆଇଆଇଟି, ଦିଲ୍ଲୀ


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri