ପୁଣି ଗାଜାରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌: ହମାସ ମୁଖ୍ୟଙ୍କ ୩ ପୁଅ, ୪ ନାତି ମୃତ

ଜେରୁଜେଲମ୍‌/ଗାଜା ସିଟି,୧୧।୪: ଇସ୍ରାଏଲ ପକ୍ଷରୁ ବୁଧବାର ଉତ୍ତର ଗାଜା ସୀମାରେ କରାଯାଇଥିବା ଏୟାରଷ୍ଟ୍ରାଇକ୍‌ରେ ହମାସ ନେତା ଇସମାଇଲ ହାନିଆଙ୍କ ୩ ପୁଅଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ହାଜେମ, ଆମିର, ମହମ୍ମଦ। ତେବେ ଗାଜାର ଅଲ-ଶତି ଶିବିରରୁ ସେମାନେ ଯେଉଁ କାର୍‌ରେ ଯାଉଥିଲେ, ତା ଉପରେ ବୋମାମାଡ଼ ହୋଇଥିଲା। ଏଥିରେ ହାନିଆଙ୍କ ପୁଅଙ୍କ ସହ ୪ ନାତି, ୩ ବାଳିକା ଏବଂ ଜଣେ ବାଳକ ମଧ୍ୟ ନିହତ ହୋଇଛନ୍ତି।

ପ୍ରଥମେ ଅଲ ଜଜିରା ପକ୍ଷରୁ ଏହି ମୃତ୍ୟୁର ସୂଚନା ଦିଆଯାଇଥିଲା। ପରେ ହାନିଆ ଏବଂ ହମାସ ଏନେଇ ନିଶ୍ଚିତ କରିଥିଲେ। ତେବେ ଆମିର ହାନିଆ ହମାସ ସାମରିକ ଓ୍ବିଙ୍ଗରେ ଏକ ସ୍କ୍ବାର୍ଡ କମାଣ୍ଡର ଥିଲେ। ସେହିଭଳି ହାଜେମ ଏବଂ ମହମ୍ମଦ ହାନିଆ ସାମରିକ ଓ୍ବିଙ୍ଗ୍‌ରେ ନିମ୍ନସ୍ତରର କର୍ମଚାରୀ ଥିଲେ ବୋଲି ଆଇଡିଏଫ୍‌ କହିଛି।

ଏହାଛଡ଼ା ହାନିଆଙ୍କ ୩ ପୁଅ ସେଣ୍ଟ୍ରାଲ ଗାଜା ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ କରିବାକୁ ଯାଉଥିଲେ। ଏହି ସମୟରେ ପ୍ରତିଶୋଧ ପରାୟଣ ହୋଇ ଇସ୍ରାଏଲ ହାନିଆଙ୍କ ୩ ପୁଅଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ଏକ ସାକ୍ଷାତକାରରେ ହାନିଆ ପୁଅଙ୍କ ମୃତ୍ୟୁକୁ ନିଶ୍ଚିତ କରିବା ସହ ସେମାନେ ଶହୀଦ ହୋଇଥିବା କହିଛନ୍ତି।

Share