Categories: Uncategorized

କେୟାର ହସ୍ପିଟାଲ ପକ୍ଷରୁ ବିଶ୍ୱ କିଡ୍‌ନୀ ଦିବସ

ଭୁବନେଶ୍ୱର,୧୦।୩:ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କେୟାର ହସ୍ପିଟାଲ ଭୁବନେଶ୍ୱର ୟୁନିଟ୍‌ ପରିସରରେ ବିଶ୍ୱ କିଡ୍‌ନୀ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହସ୍ପିଟାଲ ପକ୍ଷରୁ ଏକ ସଚେତନତା ପଦଯାତ୍ରାର ଆୟୋଜନ କରାଯାଇଥିଲା।
ଏହି ଅବସରରେ ଓଡ଼ିଶା ଟେଲିଭିଜନର ବିଜ୍‌ନେସ୍‌ ହେଡ୍‌ ସୁଶ୍ରୀ ଲିତିଶା ମଙ୍ଗତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ହସ୍ପିଟାଲର କିଡ୍‌ନୀ ବିଭାଗର ମୁଖ୍ୟ ଡା. ବିବେକାନନ୍ଦ ପଣ୍ଡା, ବରିଷ୍ଟ କିଡ୍‌ନୀ ରୋଗ ବିଶେଷଜ୍ଞ ଡା. ଅଶୋକ ପଣ୍ଡା, ଡା. ସୁଚରିତା ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷରେ ହସ୍ପିଟାଲର କର୍ମଚାରୀ କିଡ୍‌ନୀ ରୋଗ ସମ୍ପର୍କିତ ପ୍ଲାକ୍‌କାର୍ଡ ଧରି ପଦଯାତ୍ରା ଜରିଆରେ ଜନସଚେତନତା କରାଇଥିଲେ। ଏପରିକି ଉକ୍ତ ପଦପାତ୍ରାରେ ଶତାଧିକ ସାଧାରଣ ଜନତା ମଧ୍ୟ ଭାଗ ନେଇଥିଲେ।