କୁହାଯାଏ ‘ଖଣ୍ଡାଠାରୁ କଲମର ଶକ୍ତି ଅଧିକ’। ତେବେ ଏଠାରେ ଲେଖିବା ବିଷୟରେ କୁହାଯାଇଥାଏ। ହେଲେ ଏବେ ଏଭଳି ଏକ କଲମ ଚର୍ଚ୍ଚାରେ ଯାହାକୁ ଉଠାଇବା ଲାଗି ଶକ୍ତି ଲୋଡ଼ା। କାରଣ ଏହାର ଓଜନ ୩୭.୨୩ କିଲୋଗ୍ରାମ, ଲମ୍ବ ୧୮ ଫୁଟ। ଏହା ପିତ୍ତଳରେ ନିର୍ମିତ। କଲମର ଉପରିଭାଗରେ ଭାରତୀୟ ଶାସ୍ତ୍ର ସମ୍ବନ୍ଧୀୟ କିଛି ଦୃଶ୍ୟ ନିର୍ମାଣ କରାଯାଇଛି। ଏହା ଏକ ଶୋ’ ପିସ୍ ନୁହେଁ ବରଂ ଏଥିରେ ରିଫିଲ ପଡ଼ିଛି। ୨୦୧୧ରେ ନିର୍ମିତ ଏହି କଲମକୁ ଗିନିଜ ଓ୍ବାଲ୍ଡ ରେକର୍ଡରେ ସ୍ଥାନିତ କରାଯାଇଛି। ଏହାର ଏକ ଭିଡିଓକୁ ଗିନିଜ ଓ୍ବାଲ୍ଡ ରେକର୍ଡର ସୋସିଆଲ ମିଡିଆ ଆକାଉଣ୍ଟରୁ ଶେୟାର କରାଯାଇଛି। ଭିଡିଓରେ ଆଚାର୍ଯ୍ୟ ଶ୍ରୀନିବାସଙ୍କ ସହ ତାଙ୍କ ପେନ୍କୁ ଦେଖାଯାଉଛି। ୭୧ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ପସନ୍ଦ କରୁଥିବା ବେଳେ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖିସାରିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଏହି କଲମକୁ ‘କ୍ଷେପଣାସ୍ତ୍ର’ ସହ ତୁଳନା କରୁଥିବା ଦେଖାଯାଉଛି।
View this post on Instagram