ବିଶ୍ୱ ନେତାଙ୍କୁ ମିଳିବନି ଜେଟ୍‌ ସୁବିଧା

ଲଣ୍ଡନ, ୧୩ା୯:ମହାରାଣୀ ଏଲିଜାବେଥ୍‌ ୨ୟଙ୍କ ଶେଷକୃତ୍ୟ ପାଇଁ ବ୍ରିଟେନ ପ୍ରସ୍ତୁତ ହେଉଥିବାବେଳେ ଏହି ଐତିହାସିକ ଦିନରେ ବିଶ୍ୱନେତାମାନେ ଯୋଗଦେବେ। ତେବେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆସୁଥିବା ରାଷ୍ଟ୍ରମୁଖ୍ୟ, ସେମାନଙ୍କ ସ୍ତ୍ରୀ/ସ୍ବାମୀ ବ୍ୟକ୍ତିଗତ ଜେଟ୍‌ କିମ୍ବା ହେଲିକପ୍ଟର ବଦଳରେ କମର୍ସିଆଲ ଫ୍ଲାଇଟ୍‌ରେ ଆସିବେ ବୋଲି ଜଣାପଡ଼ିଛି। ଏପରିକି ସେମାନେ ନିଜ କାର ମଧ୍ୟ ନେଇ ଓ୍ବେଷ୍ଟମିନିଷ୍ଟର ଆବେରେ ପହଞ୍ଚିବାକୁ ମନା କରାଯାଇଥିବା ଫରେନ୍‌, କମନ୍‌ଓ୍ବେଲ୍‌ଥ ଆଣ୍ଡ୍‌ ଡେଭେଲେପମେଣ୍ଟ ଅଫିସ୍‌ (ଏଫ୍‌ସିଡିଓ) ପକ୍ଷରୁ ସୂଚନା ରହିଛି। ୧୯ ତାରିଖରେ ବହୁସଂଖ୍ୟାରେ ଲୋକଙ୍କ ଉପସ୍ଥିତି ସମ୍ଭାବନା ଥିବାରୁ ସମସ୍ତଙ୍କ ବ୍ୟକ୍ତିଗତ ଯାନବାହନ ରଖିବା ନିମନ୍ତେ ପର୍ଯ୍ୟାପ୍ତ ସ୍ଥାନ ମିଳିବ ନାହିଁ। ତେଣୁ ଏଫ୍‌ଡିସିଓ ସମସ୍ତ ଦୂତାବାସକୁ ଏ ନେଇ ଅବଗତ କରାଇଛି।

Share