ଖାଦ୍ୟ ସୁରକ୍ଷାର ସମାଧାନ ଉପରେ ଗୁରୁତ୍ୱାରୋପ କଲେ ବିଶ୍ୱ ନେତା…

ନ୍ୟୁୟର୍କ,୨୨।୯ : ୟୁରୋପ, ଆମେରିକା ଏବଂ ଆଫ୍ରିକାର ଅନେକ ନେତା ରୁଷିଆ-ୟୁକ୍ରେନ ଯୁଦ୍ଧ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବୃଦ୍ଧି ପାଉଥିବା ବିଶ୍ୱ ଖାଦ୍ୟ ସଙ୍କଟର ସମାଧାନ ପାଇଁ ଆହ୍ବାନ ଦେଇଛନ୍ତି। ସେମାନେ କହିଛନ୍ତି, ଖାଦ୍ୟ ସୁରକ୍ଷା ସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ଏବଂ ପାଣ୍ଠି ଯୋଗାଣର ଆବଶ୍ୟକତା ଉପରେ କାର୍ଯ୍ୟ ପଦକ୍ଷେପ ଗ୍ରହଣ ଜରୁରୀ।

ଆଗାମୀ ଦିନରେ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ଏହି ନେତାମାନେ ଚେତାବନୀ ଦେଇଛନ୍ତି। ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ରେ ଗ୍ଲୋବାଲ ଫୁଡ ସିକ୍ୟୁରିଟି ସମ୍ମିଳନୀରେ ୟୁରୋପ, ଆମେରିକା ଏବଂ ଆଫ୍ରିକାର ଅନେକ ନେତା ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବାକୁ ଆହ୍ବାନ କରି ଏହାକୁ ଅନାବଶ୍ୟକ ଆକ୍ରୋଶ ବୋଲି କହିଛନ୍ତି। ]

ୟୁକ୍ରେନର ଶସ୍ୟ ରପ୍ତାନିରେ ବାଧା ସୃଷ୍ଟି କରି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୃଥିବୀକୁ ଭୋକ ଉପାସରେ ବ୍ଲାକମେଲ କରିଥିବା ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାନେଜ ଅଭିଯୋଗ କରିଛନ୍ତି। ଗତ ସପ୍ତାହରେ ଜାତିସଂଘର ଖାଦ୍ୟ ମୁଖ୍ୟ ଚେତାବନୀ ଦେଇଛନ୍ତି ଯେ ବିଶ୍ୱ ଏକ ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହୋଇଛି। ପୃଥିବୀର ପ୍ରାୟ ୩୪.୫ କୋଟି ଲୋକ ଅନାହାରର ସମ୍ମୁଖୀନ ହେଉଛନ୍ତି । ୟୁକ୍ରେନ ଯୁଦ୍ଧ ଯୋଗୁ ୭୦ କୋଟି ଲୋକ ଅନାହାରରେ ଅଛନ୍ତି।

Share