Categories: ବାଣିଜ୍ୟ

ଉତ୍କଳ ହସ୍ପିଟାଲରେ ବିଶ୍ୱ ଯକୃତ୍‌ ଦିବସ

ଭୁବନେଶ୍ୱର,୨୨ା୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱରର ନୀଳାଦ୍ରି ବିହାରସ୍ଥିତ ଉତ୍କଳ ହସ୍ପିଟାଲ ପରିସରରେ ବିଶ୍ୱ ଯକୃତ୍‌ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ରେସିଡେନ୍ଟ ଏଡିଟର ଶିବ କୁମାର ମହାନ୍ତି, ଡିଏମ୍‌ଇଟି ଓଡ଼ିଶା ଡା. ସଚ୍ଚିଦାନନ୍ଦ ମହାନ୍ତି, ସୋଟୋ (ଏସ୍‌ଓଟିଟିଓ)ର ନିର୍ଦ୍ଦେଶକ ବିଭୂତି ଭୂଷଣ ନାୟକଙ୍କ ସମେତ ଡା. ସତ୍ୟପ୍ରକାଶ ରାୟ ଚୌଧୁରୀ,ଡା ସଲିଳ ପରିଡ଼ା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ନିଜର ମତ ଉପସ୍ଥାପନ ସହ ସୁସ୍ଥ ରହିବା ପାଇଁ ସର୍ବଦା ଡାକ୍ତରଙ୍କ ପରାମର୍ଶ ଓ ଯୋଗ କରିବା ନିହାତି ଜରୁରୀ ବୋଲି ମତପ୍ରକାଶ କରିଥିଲେ।

ଏହି ପରିପ୍ରେକ୍ଷୀରେ ହସ୍ପିଟାଲ ପକ୍ଷରୁ ଏକ ମେଗା ଓ୍ବାକାଥନ ‘ଓ୍ବାକ୍‌ ଆଣ୍ଡ ରନ୍‌’ର ଆୟୋଜନ କରାଯାଇଥିଲା। ଉକ୍ତ ଓ୍ବାକାଥନରେ ସବୁ ବର୍ଗର ଲୋକ ସାମିଲ ହୋଇଥିବାବେଳେ ‘ଓ୍ବାକ୍‌ ଆଣ୍ଡ ରନ୍‌’ର ସ୍ବତନ୍ତ୍ର ପ୍ରତିଯୋଗିତାରେ ସାମିଲ ହୋଇ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ ସହ ସମ୍ବର୍ଦ୍ଧନା ଦିଆଯାଇଥିଲା।

Share