Posted inଫୁରସତ

ପୁନଶ୍ଚ ଏକତ୍ରିତ ହେବା: ପ୍ରମାଣରୁ ବାସ୍ତବ ପାଇଁ

ବିଶ୍ୱରେ ସବୁଠାରୁ ଉଚ୍ଚରେ ରହିଛି ମା’ ସ୍ଥାନ। ଏପରି କି କବି କହିଛନ୍ତି-ମୁଁ ତ କେବେ ଭଗବାନଙ୍କୁ ଦେଖିନାହିଁ, ମାତ୍ର ମୁଁ ନିଶ୍ଚିତ ଯେ ଭଗବାନଙ୍କ ରୂପ ମୋ ମା’ଙ୍କ ରୂପଠାରୁ କଦାପି ଅଲଗା ନୁହେଁ। ଗୋଟିଏ ସନ୍ତାନ ଗର୍ଭ ସଞ୍ଚାର ହେଲେ ସାଧାରଣ ମା’ଟିଏ ସୃଷ୍ଟି ହୋଇଥାଏ, ଅର୍ଥାତ୍‌ ଗର୍ଭବତୀ ମା’ ପ୍ରସବ ପରେ ସେ ସବୁଦିନ ପାଇଁ ମା’ ହୋଇଯାଏ।
ଆଗରୁ ଗର୍ଭଜନିତ, ପ୍ରସବଜନିତ ଓ ପ୍ରସବ ପରବର୍ତ୍ତୀ ବିଭିନ୍ନ ଅବସ୍ଥା ଯୋଗୁ ଅଧିକ ସଂଖ୍ୟକ ମା’ମାନେ ଅକାଳରେ ମୃତ୍ୟୁମୁଖରେ ପଡୁଥିଲେ। ପୁନଶ୍ଚ ମା’ ଓ ଶିଶୁର ସ୍ବାସ୍ଥ୍ୟ ପରସ୍ପର ସହିତ ଜଡିତ ଥିବାରୁ ତାହା ଶିଶୁ ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଥିଲା ଓ ସ୍ଥଳ ବିଶେଷରେ ଶିଶୁଟି ମଧ୍ୟ ମୃତ୍ୟୁମୁଖରେ ପଡୁଥିଲା।
ସାଧାରଣ ସେବିକା (ଡାକ୍ତରୀ ସେବିକା)ମାନେ ଦୁଇଗୋଟି ମୁଖ୍ୟ କାର୍ଯ୍ୟ ନିର୍ବାହ କରିଥାଆନ୍ତି, ଯାହାକି ରୋଗୀର ଯତ୍ନ ଓ ସେବା ଅର୍ଥାତ୍‌ ନର୍ସିଂ ଓ ଦ୍ୱିତୀୟରେ ପ୍ରସବ ସମୟରେ ଯତ୍ନ, ପ୍ରସବ ଏବଂ ପ୍ରସବ ପରବର୍ତ୍ତୀ ଯତ୍ନ-ଏସବୁ ହେଉଛି ଧାତ୍ରୀ ସେବା ବା ମିଡ୍‌ଓ୍ବାଇଫେରି (Midwifery)।
ମିଡ୍‌ଓ୍ବାଇଫେରି ଶବ୍ଦ ସହିତ ଅନେକେ ପରିଚିତ ନ ଥିବେ। କିନ୍ତୁ ବର୍ତ୍ତମାନ ଏହା ଅନେକ ଗୁରୁତ୍ୱ ବହନ କରିଛି। ଏହାଦ୍ୱାରା ମା’ର ସମ୍ପୂର୍ଣ୍ଣ ଯତ୍ନ ନିଆଯାଇ ତାକୁ ସାଧାଣ ଶିଶୁ ପ୍ରସବ ପାଇଁ ପ୍ରସ୍ତୁତ କରାଯାଇପାରୁଛି ଏବଂ ଅସ୍ତ୍ରୋପଚାରଜନିତ ପ୍ରସବ ଅନେକ ହ୍ରାସ କରାଯାଇପାରୁଛି। ଏଠାରେ ଜାଣିବା ଉଚିତ ଯେ ଅସ୍ତ୍ରୋପଚାରଜନିତ ପ୍ରସବ ଏକ ଜଟିଳ ଏବଂ ମା’କୁ ଦୀର୍ଘଦିନ ଶଯ୍ୟାଶାୟୀ କରୁଥିବା ପ୍ରଣାଳୀ। ଅତି ଆବଶ୍ୟକ ନ ହେଲେ ଏହା କରିବା ଅନୁଚିତ।
ଆମ ରାଜ୍ୟରେ ‘ମିଡଓ୍ବାଇଫେରି ଇନିସିଏଟିଭ୍‌’ ଆରମ୍ଭ ହୋଇସାରିଛି। ଏଥିଲାଗି ୨୦୨୧ରୁ ଶ୍ରୀରାମଚନ୍ଦ୍ର ଭଞ୍ଜ ନର୍ସିଂ କଲେଜରେ ୩୦ ଜଣ ନର୍ସ ଅଧିକାରୀଙ୍କୁ ଏ ବିଷୟରେ ତାଲିମ ଦିଆଯାଉଛି। ସେମାନଙ୍କୁ ଛଅ ଜଣ ମିଡ୍‌ଓ୍ବାଇଫେରି ଟ୍ରେନର ତାଲିମ ଦେଉଛନ୍ତି। ସେହିପରି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନର୍ସିଂ କଲେଜରେ ୨୦୨୨ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଚଳିତବର୍ଷ ବୁର୍ଲା ଭିମ୍‌ସାର ନର୍ସିଂ କଲେଜରେ ଏହା ଆରମ୍ଭ କରାଯିବ। ଏଥିପାଇଁ ରାଜ୍ୟ ସରକାର, ଜାତୀୟ ସ୍ବାସ୍ଥ୍ୟ ମିଶନ, କେନ୍ଦ୍ର ସରକାରଙ୍କ ସହିତ ୟୁନିସେଫ୍‌ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଛନ୍ତି।
ଏହାର ମୁଖ୍ୟ ଉଦ୍ଦ୍ୟେଶ ହେଲା- ସମ୍ମାନର ସହିତ ଗର୍ଭବତୀମାନଙ୍କର ଯତ୍ନ ନେବା ଓ ସେମାନଙ୍କୁ ଖାଦ୍ୟ, ବ୍ୟାୟାମ, ଟିକାକରଣ ଓ ମାନସିକ ସ୍ତରରେ ସାଧାରଣ ପ୍ରସବ ନିମନ୍ତେ ପ୍ରସ୍ତୁତ କରିବା। ଯେହେତୁ ୮୫ ପ୍ରତିଶତରୁ ଅଧିକ ପ୍ରସବ ସାଧାରଣ ଭାବେ କରାଯାଇପାରିବ, ତେଣୁ ଏହାକୁ ତାଲମପ୍ରାପ୍ତ ସେବିକା ଧାତ୍ରୀ (ଏନ୍‌ପିଏମ୍‌)ମାନେ ପରିଚାଳନା କରିପାରିବେ। ଏହାଦ୍ୱାରା ଉଭୟ ମା’ ଓ ପରିବାର ଉପରୁ ଚାପ ହ୍ରାସ ସହିତ ଡାକ୍ତରମାନଙ୍କ କାମ କମ୍‌ କରାଯାଇପାରିବ। ଅସ୍ତ୍ରୋପଚାର ଦ୍ୱାରା କରାଯାଉଥିବା ପ୍ରସବ ହ୍ରାସ ପାଇବ ଓ କେବଳ ଅତ୍ୟନ୍ତ ଦରକାର ଥିବା କେସ୍‌ଗୁଡିକରେ ଏହା କରାଯିବା ଜରୁରୀ। ଅସ୍ତ୍ରୋପଚାର ଦ୍ୱାରା ପ୍ରସବ ବା ସିଜରିଆନ ସେକ୍ସନ ଅନୁଶୀଳନ ଓ ଅଡିଟ୍‌ ପାଇଁ ଏବେ ସରକାରୀ ସ୍ତରରେ କାର୍ଯ୍ୟ ଆରମ୍ଭ ହୋଇଛି।
‘ବିଶ୍ୱଧାତ୍ରୀ ଦିବସ’ ୧୯୯୨ ଠାରୁ ଆରମ୍ଭ କରାଯାଇଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ହେଉଛି ‘ପୁନଶ୍ଚ ଏକତ୍ରିତ ହେବା: ପ୍ରମାଣରୁ ବାସ୍ତବ ପାଇଁ’ (Together again: from evidence to reality)। ପ୍ରମାଣ ହେଲା ଯେ ମା’ମାନେ ପ୍ରସବ ପାଁଇ ଆଦୌ ଭୟଭୀତ ହେବା ଅନୁଚିତ। ଗର୍ଭଧାରଣ ସମୟରେ ସେବିକାଧାତ୍ରୀମାନଙ୍କର ଯତ୍ନ, ପରାମର୍ଶ, ତାଲିମ ଓ ବ୍ୟାୟାମ ଇତ୍ୟାଦି ଦ୍ୱାରା ଅଧିକାଂଶ ପ୍ରସବ ସାଧାରଣ ଭାବରେ କରାଯାଇପାରିବ। ଆମର ଲକ୍ଷ୍ୟ ରହିଛି ପ୍ରତି ୧ଲକ୍ଷ ପ୍ରସବ କ୍ଷେତ୍ରରେ ମାତୃ ମୃତ୍ୟୁ ହାର ୭୦କୁ କମାଇବା, ଯାହା ପାଇଁ ପ୍ରୟାସ ଜାରି ରହିଛି। ଆମ ଦେଶରେ ପ୍ରତିଦିନ ପାଖାପାଖି ୭୪ ଜଣ ମା’ ପ୍ରସବଜନିତ ମୃତ୍ୟୁମୁଖରେ ପଡିଥାଆନ୍ତି। ଏହି ମୃତ୍ୟୁ ହାର ଓ ଶିଶୁ ମୃତ୍ୟୁ ହାରକୁ ଆମ ରାଜ୍ୟରେ ସଫଳ ଭାବରେ ହ୍ରାସ କରାଯାଇପାରିଛି। ଏ କ୍ଷେତ୍ରରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି।
ମିଡ୍‌ଓ୍ବାଇଫେରିମାନଙ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଲା: ସାଧାରଣ ପ୍ରସବ ଓ ମା’ମାନଙ୍କୁ ସଫଳ ଭାବେ ଏଥିପାଇଁ ପ୍ରସ୍ତୁତି। ସେବିକା ଧାତ୍ରୀମାନେ ମା’ମାନଙ୍କର ଜୀବନ ରକ୍ଷା କରିଥାଆନ୍ତି। ଏହା ଏକ ସଫଳ ପଦକ୍ଷେପ, ତାଲିମ ଓ ତା’ଠାରୁ ଅଧିକ ଅନୁଭବ। ଦୀର୍ଘସ୍ଥାୟୀ ବ୍ୟବସ୍ଥା, ଉଚ୍ଚମାନର ଟ୍ରେନିଂ ମଡେଲର ପ୍ରତିଷ୍ଠା, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞମାନଙ୍କ ସହିତ ସହଭାଗିତା ଓ ଏଥିଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉପଯୁକ୍ତ ଅର୍ଥ ବରାଦ ଇତ୍ୟାଦି ଗୁରୁତ୍ୱ ବହନ କରେ।
ଏହାର କ୍ଷେତ୍ରଗୁଡିକ ହେଲା- ସେବିକା ଧାତ୍ରୀମାନଙ୍କର ଯତ୍ନ, ପ୍ରସବ କ୍ଷେତ୍ରରେ ଭୂମିକା, ମା’ମାନଙ୍କର ସ୍ବାସ୍ଥ୍ୟ, ଧାତ୍ରୀ ବିଜ୍ଞାନ ଓ ସେବିକା ପ୍ରାକ୍ଟିସର ବିଭିନ୍ନ ସମ୍ଭାବନା, ମା’ମାନଙ୍କର ନର୍ସିଂ ସ୍ବାସ୍ଥ୍ୟ, ଗର୍ଭ ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଯତ୍ନ, ଗର୍ଭ ସଞ୍ଚାର ଆଗର ଯତ୍ନ, ଗର୍ଭ ଓ ପ୍ରସବ ଯତ୍ନ, ତମାଖୁ ବର୍ଜନ, ଡାକ୍ତରଖାନାର ସେବିକା ଧାତ୍ରୀମାନଙ୍କର ଭୂମିକା, ସ୍ତନ୍ୟପାନ ତାଲିମ, ଜନ୍ମଠାରୁ ମା’ର ଯତ୍ନ, ପରିବାର କଲ୍ୟାଣ ଓ ହିପ୍ନୋବାର୍ଥତ୍ଙ୍ଗ ଅର୍ଥାତ, କଷ୍ଟରହିତ ପ୍ରସବ।
-ଡା. ରାମଚନ୍ଦ୍ର ରାଉତ
ସେବିକା ନିର୍ଦ୍ଦେଶକ, ଓଡ଼ିଶା
ମୋ- ୯୪୩୭୭୪୨୪୯୯


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ...

ଗଛ ବୟଫ୍ରେଣ୍ଡ

କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ...

ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ...

କୁକୁଡ଼ା ନୁହେଁ ହୋଟେଲ

ଫଟୋଟିକୁ ଦେଖିଲେ ଭାବୁଥିବେ ଏତେ ବଡ଼ ଗଞ୍ଜା କୁକୁଡ଼ା ଭଲା କୁଆଡୁ ଆସିଲା? ସତରେ କ’ଣ ଏତେ ବଡ଼ କୁକୁଡ଼ା ଅଛି? ତେବେ ପ୍ରକୃତ କଥା...

ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଏ କାହିଁକି

ପ୍ରାୟ ସମସ୍ତେ ଜାଣନ୍ତି ଯେ, ବୈଜ୍ଞାନିକମାନେ ତିଆରି କରୁଥିବା ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ତାକୁ ମୂଷା ଉପରେ ପ୍ରୟୋଗ...

ବିଶିଷ୍ଟ ଶିଶୁ ସାହିତି୍ୟକ ଓ ବିଜ୍ଞାନ ଲେଖକ ଡ. ଅରୁଣ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାରରେ ଗାଈ କିଣା..

ଜୀବନରେ ଅନେକ ଟଙ୍କା ରୋଜଗାର କଲେ ବି ପ୍ରଥମ ରୋଜଗାରର ଚମକ ଓ ଆନନ୍ଦ ଅତୀବ ନିଆରା। ଆଉ ଯଦି ସେହି ରୋଜଗାର ଛାତ୍ର ଅବସ୍ଥାରେ...

ମହିଳାଙ୍କ ପେଟରୁ ବାହାରିଲା ୨ କେ.ଜି.ର ଚୁଟି

ବରେଲି: ଉତ୍ତରପ୍ରଦେଶର ବରେଲି ଜିଲା କରଗୈନା ଅଞ୍ଚଳରେ ରହୁଥିବା ଜଣେ ୩୧ ବର୍ଷିୟା ମହିଳା ଲମ୍ବା ସମୟ ଧରି ପେଟ ଯନ୍ତ୍ରଣାରେ ପୀଡ଼ିତ ଥିଲେ। ସେ...

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri