Posted inଫୁରସତ

ଗୋଟିଏ ଟିକେଟର ଦାମ୍‌ ୧୮ଲକ୍ଷ…

ସାରା ଦେଶରେ କରୋନା ଭାଇରସ୍‌ ସଂକ୍ରମଣର ପ୍ରକୋପ ଜାରି ରହିଛି। ଏହି ସମୟରେ ଲୋକମାନେ ଯାତ୍ରା କରିବା ତ ଦୂରର କଥା ବାହାରେ ବୁଲିବା ବି ଭୁଲିଗଲେଣି। ହେଲେ ବିଳାସପୂର୍ଣ୍ଣ ଥିବା ଏକ ଟ୍ରେନ୍‌ ବିଷୟରେ ଜାଣିଲେ ଯାତ୍ରା କରିବାକୁ ମନବଳିଯିବ। ମହାରାଜା ଏକ୍ସପ୍ରେସର ଯାତ୍ରା ବିଶ୍ୱର ସବୁଠାରୁ ବିଳାସପୂର୍ଣ୍ଣ ଓ ମହଙ୍ଗା ଟ୍ରେନ୍‌ ଯାତ୍ରା ଭାବେ ବେଶ୍‌ ଜଣାଶୁଣା। ଏହାକୁ ଦେଖିଲେ କୌଣସି ୫ଷ୍ଟାର ହୋଟେଲ ମଧ୍ୟ ଫିକା ପଡ଼ିଯିବ। ଏହି ଟ୍ରେନରେ ଯାତ୍ରୀମାନଙ୍କୁ ରାଜା ମହାରାଜାଙ୍କ ଭଳି ସୁବିଧା ମିଳୁଥିବା ବେଳେ ଯାତ୍ରୀମାନେ ରାଜକୀୟ ଅନୁଭୂତି ଅନୁଭବ କରିଥାନ୍ତି। ମହାରାଜା ଏକ୍ସପ୍ରେସ ଟ୍ରେନ୍‌କୁ କେତେଥର ଓ୍ବାଲର୍ଡ ଟ୍ରାଭେଲ ଆଓ୍ବାର୍ଡରେ ମଧ୍ୟ ସମ୍ମାନିତ କରାଯାଇସାରିଛି। ହେଲେ ଏହି ଟ୍ରେନ୍‌ରେ ଯାତ୍ରା କରିବାକୁ ହେଲେ ଟିକେଟର ଦାମ୍‌ କେତେ ଜାଣିଛନ୍ତି। ଏହାର ଟିକେଟର ଦାମ୍‌ ୧୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବା ହେଲେ କଥାଟି ସତ।

ଯାତ୍ରୀମାନଙ୍କୁ ବିଳାସପୂର୍ଣ୍ଣ ଅନୁଭୂତି ସହ ଭାରତ ଦର୍ଶନ କରାଇବା ଉଦ୍ଦେଶ୍ୟରେ ୨୦୧୦ରେ ମହାରାଜା ଏକ୍ସପ୍ରେସ୍‌ ଆରମ୍ଭ ହୋଇଥିଲା। ୧ କିଲୋମିଟର ଲମ୍ବ ଏହି ଟ୍ରେନ୍‌ରେ ମୋଟ ୨୩ଟି ବଗି ରହିଛି। ଏହି ୨୩ଟି ବଗିରେ କେବଳ ୮୮ଜଣ ଯାତ୍ରା କରିପାରିବେ। କାରଣ ଯାତ୍ରୀଙ୍କ ସଂଖ୍ୟା କମ୍‌ ରହିେଲେ ସେମାନଙ୍କୁ ଭଲରେ ରାଜକୀୟ ସେବା ପ୍ରଦାନ କରାଯାଇପାରିବ ବୋଲି କୁହାଯାଏ। ମହାରାଜା ଏକ୍ସପ୍ରେସ୍‌ ଟ୍ରେନ୍‌ରେ ମୌର ମହଲ ଓ ରଙ୍ଗ ମହଲ ନାମରେ ୨ଟି ରେଷ୍ଟୁରାଣ୍ଟ ରହିଛି। ଏହି ଭବ୍ୟ ରେଷ୍ଟୁରାଣ୍ଟର ସାଜସଜ୍ଜାକୁ ଦେଖିଲେ ଯାକାହାରି ବି ଆଖି ଲାଖିଯିବ।

ରେଷ୍ଟୁରାଣ୍ଟର ସବୁଠାରୁ ବିଶେଷତଃ କଥା ହେଲା ଏଥିରେ ୨୪ କ୍ୟାରେଟ ସୁନାରେ ଆବୃତ ହୋଇଥିବା ବାସନରେ ଖାଦ୍ୟ ପରଷାଯାଇଥାଏ। ୨ଟି ଯାକ ରେଷ୍ଟୁରାଣ୍ଟରେ ଇଣ୍ଡିଆନ, ଚାଇନିଜ୍‌, କଣ୍ଟିନେଣ୍ଟାଲ ଓ ମଓ୍ବୋଡ଼ି ଖାଦ୍ୟର ଲାଭ ଉଠାଇପାରିବେ। ଏହି ରାଜକୀୟ ଟ୍ରେନ୍‌ ଦିଲ୍ଲୀ, ଆଗ୍ରା, ବିକାନେର, ଫତେହପୁର ସିକରି, ଓରଛା, ଖଜୁରାହୋ, ଜୟପୁର, ଯୋଧପୁର, ଉଦୟପୁର, ବାରଣାସୀ ଓ ମୁମ୍ବାଇ ମାର୍ଗ ଦେଇ ଯାତ୍ରା କରିଥାଏ। ଏହି ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ୫ଷ୍ଟାର ହୋଟେଲର ସମସ୍ତ ସୁବିଧା ଯୋଗାଇ ଦିଆଯାଇଥାଏ।

 

ଏହି ଟ୍ରେନ୍‌ରେ ୮୮ଜଣ ଯାତ୍ରୀଙ୍କ ପାଇଁ ମୋଟ ୪୩ଟି ଅତିଥି କ୍ୟାବିନ ରହିଛି। ସେଥିମଧ୍ୟରୁ ୨୦ଟି ଡିଲକ୍ସ କ୍ୟାବିନ, ୧୮ଟି ଜୁନିୟର ସୁଇଟ, ୪ସୁଇଟ ଓ ଗୋଟିଏ ଗ୍ରାଣ୍ଡ ପ୍ରେସିଡେନ୍ସିଆଲ ସୁଇଟ୍‌ ରହିଛି। ପ୍ରତ୍ୟେକ କ୍ୟାବିନରେ ୨ଜଣ ବ୍ୟକ୍ତି ରହିବାର ସୁବିଧା ଥିବା ବେଳେ କେବଳ ପ୍ରେସିଡେନ୍ସିଆଲ ସୁଇଟରେ ୪ଜଣ ଯାତ୍ରୀ ଯାତ୍ରା କରିପାରିବେ। ଏହି କ୍ୟାବିନ ସବୁଠାରୁ ମହଙ୍ଗା ଥିବା ବେଳେ ଏହା ନବରତ୍ନ ନାମରେ ମଧ୍ୟ ନାମିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶରେ ସୁନା ଦରରେ ବିକ୍ରି ହେଉଛି କଣ୍ଡୋମ, କିଣିବାକୁ ହେଲେ ସରିଯାଉଛି ଅଧା ଦରମା

ସାରା ବିଶ୍ୱରେ କଣ୍ଡୋମ ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା କେବଳ ଅସୁରକ୍ଷିତ ଯୌନ ସମ୍ପର୍କରୁ ରକ୍ଷା କରେ ତାହା ନୁହେଁ ବରଂ ଅନାବଶ୍ୟକ...

Youtubeରୁ ପ୍ରତି ମାସକୁ କେତେ ରୋଜଗାର କରନ୍ତି ସୀମା ହାଇଦର: ଜାଣିଲେ ଉଡ଼ିଯିବ ହୋଶ୍‌

ନୂଆଦିଲ୍ଲୀ,୧୮।୩: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ମଙ୍ଗଳବାର ସକାଳେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖୁସି ଖବର ଗ୍ରେଟର ନୋଏଡାର କ୍ରିଷ୍ଣା...

Phone Expiry Date: ଫୋନ୍‌ର ଥାଏ କି ଏକ୍ସପାରୀ ଡେଟ୍‌: ଜାଣନ୍ତୁ ରୋଚକ ତଥ୍ୟ

ରନ୍ଧନ ତେଲ ହେଉ କିମ୍ବା ଔଷଧ। ଅଧିକାଂଶ ଜିନିଷରେ ଏକ୍ସପାରୀ ଡେଟ୍‌ ଲେଖାଥାଏ। କିନ୍ତୁ କ’ଣ ଜାଣନ୍ତି କି ଆପଣ ବର୍ଷ ବର୍ଷ ଧରି ବ୍ୟବହାର...

କେଉଁ ଦେଶରେ ଅଛି ଅଧିକ ସୁନା: ଲିଷ୍ଟ୍‌ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସୁନା କେବଳ ଅଳଙ୍କାର ଏବଂ ଆଭୂଷଣ ପାଇଁ ନୁହେଁ ବରଂ ଏକ ଦୃଢ଼ ଅର୍ଥନୀତି ପାଇଁ ମଧ୍ୟ ଜଣାଶୁଣା। ଯାହାର ସୁନା ଭଣ୍ଡାର ଅଧିକ ଥାଏ,...

ନିଜକୁ ଭଲ କରିବା ପାଇଁ ଔଷଧ ଦୋକାନକୁ ପଶିଗଲା ଆହତ ମାଙ୍କଡ଼, ଆଉ ତା’ ପରେ…

ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଛି। ଏଥିରେ ଏକ ଆହତ ମାଙ୍କଡ଼ କିପରି ନିଜର ଚିକିତ୍ସା ପାଇଁ ଔଷଧ ଦୋକାନକୁ ପଶି ଆସି...

ରକ୍ତଦାନ କ’ଣ ମଧୁମେହ ବିପଦ ହ୍ରାସ କରିପାରିବ, ହାର୍ଟ ପାଇଁ ଲାଭଦାୟକ ହୋଇପାରେ ? ନୂତନ ଅଧ୍ୟୟନରୁ ହେଲା ଖୁଲାସା

ଆମ ମଧ୍ୟରୁ ଅଧିକାଂଶ ଜାଣନ୍ତି ଯେ ରକ୍ତଦାନ ଜୀବନ ରକ୍ଷା କରିପାରେ, ଦୁର୍ଘଟଣା ପୀଡିତ, ଶଲ୍ୟଚିକିତ୍ସା ରୋଗୀ ଏବଂ ଦୀର୍ଘକାଳୀନ ରୋଗ ସହିତ ଲଢ଼ୁଥିବା ଲୋକଙ୍କୁ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳୀ

ଓଡ଼ିଶାରେ ଅନେକ ସୁନ୍ଦର ଓ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ରହିଛି, ଯାହା ପ୍ରକୃତି, ସଂସ୍କୃତି ଏବଂ ଇତିହାସର ଏକ ଅନନ୍ୟ ସମ୍ମିଶ୍ରଣ ପ୍ରଦାନ କରେ। ନିମ୍ନରେ ଓଡ଼ିଶାର...

ଏ ହେଉଛି Money tree, ଏକମାତ୍ର ଗଛ ଯେଉଁଠାରେ ଫଳୁଛି ଟଙ୍କା !

କିଛି ଲୋକ କଥା କଥାରେ କହିଦିଅନ୍ତି ‘ଟଙ୍କା କ’ଣ ଗଛରେ ଫଳୁଛି ନା କ’ଣ’। ଆଜି ଆମେ ଆପଣଙ୍କୁ ଦୁନିଆର ନିଆରା ଗଛ ବିଷୟରେ କହିବୁ,...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image