ବର୍ତ୍ତମାନ ସମୟରେ ପୋଷା କୁକୁର ରଖିବାକୁ ଅଧିକାଂଶ ପସନ୍ଦ କରୁଛନ୍ତି। ଲୋକଙ୍କ ଚାହିଦାକୁ ଦେଖି ଭଳିକି ଭଳି ପ୍ରଜାତିର କୁକୁର ବିକ୍ରି ହେଉଛି। ଏଥିଲାଗି ମୋଟା ଅଙ୍କର ଟଙ୍କା ମଧ୍ୟ ଗଣାଯାଉଛି। ତେବେ ଦୁନିଆରେ ସବୁଠାରୁ ମହଙ୍ଗା କୁକୁର କିଏ ଜାଣନ୍ତି? ହୁଏତ ନା। ଆଜି ଆମେ ସେ ବିଷୟରେ କହିବୁ…
ବିଶ୍ୱର ସବୁଠାରୁ ମହଙ୍ଗା କୁକୁରର ଦାମ ହେଉଛି ୩୦ କୋଟି ଟଙ୍କା। ଚମକି ପଡ଼ିଲେ ନା। ହଁ। ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ। ଏହି କୁକୁରଟି ତିବ୍ବତୀୟ ମାଷ୍ଟିଫ୍ ପ୍ରଜାତିର। ଏହାକୁ ପାଳିବା ବି ବହୁତ ମହଙ୍ଗା। କାରଣ ଏହାର ଖାଦ୍ୟ ଜର୍ମାନୀରୁ ଆସିଥାଏ। ଏହା ବିନା ଏସିରେ ରହିପାରିବ ନାହିଁ। ପ୍ରତି ୧୫ ଦିନରେ କୁକୁର ସ୍ପା କରାଇବାକୁ ପଡ଼ିବ। ଦେଖିବାକୁ ଏହା ଠିକ୍ ସିଂହ ଭଳି। ଦୂରରୁ ଯେ କେହି କୁକୁରକୁ ଦେଖି ଡରିଯିବା ସ୍ବାଭାବିକ।
କୁକୁରର ବୈଶିଷ୍ଟ୍ୟ ଦେଖିଲେ ବଡ଼ ବଡ଼ ଧନୀ ମଧ୍ୟ ଏହାକୁ ଘରେ ରହିବାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିବେ।