ଦୁନିଆରେ ଅନେକ ଗାଁ ଅଛି। ପ୍ରତ୍ୟେକ ଗାଁ କିଛି ନା କିଛି କାରଣ ଯୋଗୁ ବେଶ୍ ପରିଚିତି ଲାଭ କରିଥାଏ। କେଉଁ ଗାଁ ସଫାସୁତରା ପାଇଁ ତ ଆଉ କିଏ ସୁନ୍ଦରତା ପାଇଁ। କିନ୍ତୁ ଆଜି ଏମିତି ଏକ ଗାଁ ସମ୍ପର୍କରେ କହିବୁ ଯାହା ତା’ର ଲମ୍ବ ପାଇଁ ପ୍ରସିଦ୍ଧ। ଏହି ଗାଁର ଲମ୍ବ ୯ କିଲୋମିଟର ହୋଇଥିବା ବେଳେ ଚଉଡ଼ା ୧୫୦ ମିଟର ଏବଂ ୧୬୦୦ ଘର ରହିଛି। ଏମିତି ଏକ ଗାଁ ହେଉଛି ପୋଲାଣ୍ଡର ସୁଲୋଶଜୋଭ୍। ଏହି ଗାଁରେ ୬୨୦୦ ଲୋକ ବାସ କରୁଛନ୍ତି। ଏହା କ୍ରାକୋବ ସହରଠାରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ।
ଏକ ରିପୋର୍ଟ ଅନୁଯାୟୀ, ଏହି ଗାଁ ୧୪୦୦ ଶତାବ୍ଦୀରେ ବସିଥିଲା। ଗାଁଟି ପ୍ରଥମେ ୫୦୦ ମିଟର ଲମ୍ବ ଥିଲା। ମାତ୍ର ଧିରେ ଧିରେ ଜନବସତି ବଢ଼ିବାକୁ ଲାଗିଲା। ଏବେ ଏହି ଗାଁରେ ବ୍ୟାଙ୍କ, ସ୍କୁଲ ରହିଛି। ଗାଁର ଉଭୟ ପାର୍ଶ୍ୱରେ ସବୁଜ କ୍ଷେତ ରହିଛି। ଗାଁଟି ଦେଖିବାକୁ ଖୁବ୍ ସୁନ୍ଦର ହୋଇଥିବା ବେଳେ ଲମ୍ବକୁ ନେଇ ଚର୍ଚ୍ଚାରେ ରହିଛି।