ପୃଥିବୀର ସୁରକ୍ଷା ପାଇଁ ପ୍ରକୃତିର ସଂରକ୍ଷଣ ଜରୁରୀ। ଏନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଜୁଲାଇ ୨୮ରେ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳନ କରାଯାଇଥାଏ। ଏହି ଦିନ ପାଳନ କରିବା ପଛରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୃଥିବୀର ପ୍ରାକୃତିକ ପରିବେଶରୁ ବିଲୁପ୍ତ ହେବାକୁ ଯାଉଥିବା ଗଛ ଏବଂ ପ୍ରାଣୀମାନଙ୍କୁ ସଂରକ୍ଷଣ କରିବା। ଏକ ସୁସ୍ଥ ପରିବେଶ ଏକ ସ୍ଥିର ଏବଂ ଉତ୍ପାଦନକାରୀ ସମାଜର ମୂଳଦୁଆ। ଏହି ଦିନ ବର୍ତ୍ତମାନ ଏବଂ ଭବିଷ୍ୟତ ପିଢ଼଼ିର ସୁସ୍ଥତାକୁ ମଧ୍ୟ ସୁନିଶ୍ଚିତ କରିଥାଏ। ପ୍ରକୃତି କିପରି ସଂରକ୍ଷିତ ହୋଇପାରିବ କିମ୍ବା ଆମେ କିପରି ଆମର ପ୍ରକୃତିର ସୁରକ୍ଷା କରିପାରିବା ସେନେଇ ଏହି ଦିବସ ପାଳନ ଅବସରରେ ସଚେତନତା ସୃଷ୍ଟି କରାଯାଇଥାଏ।
ନଷ୍ଟ କରିବା, ବେଆଇନ ବନ୍ୟଜନ୍ତୁ ଶିକାର ଏବଂ ଚୋରାଚାଲାଣ, ପ୍ରଦୂଷଣ, ପ୍ଲାଷ୍ଟିକ୍, ରାସାୟନିକ ପଦାର୍ଥ ବ୍ୟବହାର ଦ୍ୱାରା ପ୍ରକୃତି ପାଇଁ ବିଭିନ୍ନ ବିପଦ ସୃଷ୍ଟି ହେଉଛି। ଜଳ, ବାୟୁ, ମୃତ୍ତିକା, ଖଣିଜ ପଦାର୍ଥ, ଗଛ, ପ୍ରାଣୀ, ଖାଦ୍ୟ ଇତ୍ୟାଦି ବଞ୍ଚିବା ପାଇଁ ପୃଥିବୀ ମୌଳିକ ଆବଶ୍ୟକତା ଯୋଗାଇ ଦେଇଛି। ତେଣୁ ପ୍ରକୃତିକୁ ପରିଷ୍କାର ଏବଂ ସୁସ୍ଥ ରଖିବା ଅପରିହାର୍ଯ୍ୟ। ପ୍ରକୃତିର ଅବନତି ପାଇଁ ଶିଳ୍ପ ବିକାଶ ଏବଂ ଅନ୍ୟାନ୍ୟ କାରଣ ମଧ୍ୟ ଦାୟୀ। ଆମେ ଯାହା ବି କରୁ ତାହା ପରିବେଶକୁ ପ୍ରଭାବିତ କରିଥାଏ।
ଆମେ ଜାଣୁ ଯେ, ପ୍ରାକୃତିକ ଅସନ୍ତୁଳନ ଯୋଗୁୁ ଆମେ ବିଶ୍ୱ ତାପମାତ୍ରା ବୃଦ୍ଧି, ବିଭିନ୍ନ ରୋଗ, ପ୍ରାକୃତିକ ବିପର୍ଯ୍ୟୟ, ଇତ୍ୟାଦି ଅନେକ ସମସ୍ୟାର ସମ୍ମୁଖୀନ ହେଉଛେ । ତେଣୁ ପରବର୍ତ୍ତୀ ପିଢ଼ି ପାଇଁ ଏହାକୁ ସଂରକ୍ଷଣ କରିବା ଆବଶ୍ୟକ। ଏହି ଦିବସ ପାଳନ ଅବସରରେ ଏନେଇ ଲୋକଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଇଥାଏ।