ଗୋଟିଏ ବୋତଲ ହ୍ୟୁସ୍କିର ଦାମ ଏକ କୋଟି!

ଦାମି ମଦ ବିଷୟରେ ପ୍ରାୟ ସମସ୍ତେ ଅବଗତ ଥିବେ । କେବେ କେବେ ଏହା ଲକ୍ଷେ ବା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଥିବ । ହେଲେ ଏଥର ଯେଉଁ ଖବର ଆସିଛି ତାହା ସମସ୍ତଙ୍କୁ ଚକିତ କରି ଦେଇଛି । କାରଣ ଗୋଟିଏ ବୋତଲ ହ୍ୟୁସ୍କିର ଦାମ ଏକ କୋଟି ବୋଲି ଜଣାପଡିଛି । ଏହା ବିଶ୍ୱର ସବୁଠାରୁ ପୁରୁଣା ହ୍ୟୁସ୍କି ବୋଲି କୁହାଯାଉଛି । ପ୍ରାୟ ୨୫୦ ବର୍ଷ ପୁରୁଣା ଏହି ମଦର ଦାମଠାରୁ ଏବେ ଏହା ୬ ଗୁଣା ଅଧିକ ଦାମରେ ନିଲାମ ହୋଇଛି । ୧୯ଶ ଶତାଦ୍ଦିର ଏହି ହ୍ୟୁସ୍କି ଏବେ ୧୩୭,୦୦୦ ଡଲାର ବା ୧ କୋଟି ଟଙ୍କାରେ ନିଲାମ ହୋଇଛି । ଏହା ଜର୍ଜିୟାର ଲୌଗ୍ରେଂଜର ଏକ ଜେନରାଲ ଷ୍ଟୋରରେ ସିଲ କରାଯାଇଥିବା କୁହାଯାଏ । ଗଣମାଧ୍ୟମର ସୂଚନା ଅନୁଯାୟୀ, ଏହି ପୁରୁଣା ହ୍‌ୁ୍ୟସ୍କି ୧୮୬୦ ଦଶକରେ ବୋତଲରେ ଭର୍ତ୍ତି କରାଯାଇଥିଲା । ହେଲେ ଏପର୍ଯ୍ୟନ୍ତ ବୋତଲରେ ଥିବା ମଦ ଖରାପ ହୋଇ ନାହିଁ । ଯାହାକି ଏକ ଶତାବ୍ଦି ପୁରୁଣା । କୁହାଯାଉଛି କି ଏହି ପାନୀୟ ଜଣାଶୁଣା ଫାଇନାନସର ବା ଅର୍ଥନୀତିଜ୍ଞ ଜେ.ପି. ମାର୍ଗନଙ୍କର ବୋଲି । ବୋତଲ ଉପରେ ଲାଗିଥିବା ଏକ ଲେବଲରେ ଲେଖାଅଛି ଏହା ବରବର୍ନ । ହୁଏତ ୧୮୬୫ ପୂର୍ବରୁ ପ୍ରସ୍ତୁତ ହୋଇଛି । ଯାହା ଜେ.ପି ମାର୍ଗନଙ୍କ ସେଲଟରରେ ତିଆରି କରାଯାଇଥିଲା । ମାର୍ଗନଙ୍କ ମୃତ୍ୟୁ ପରେ ଏହାକୁ ତାଙ୍କ ସମ୍ପତ୍ତିରୁ ବାହାର କରାଯାଇଛି । ତେବେ ଉକ୍ତ ହ୍ୟୁସ୍କି ବୋତଲଟି ନିଲାମ ହେବା ପରେ କେତେଜଣ ବିଶେଷଜ୍ଞ କହିଛନ୍ତି କି ଜେ.ପି. ମାର୍ଗନ ୧୯୯୦ ପାଖାପାଖି ଏହାକୁ କ୍ରୟ କରିଥିଲେ । ପରେ ସେ ଏହାକୁ ତାଙ୍କ ପୁଅକୁ ଦେଇ ଦେଇଥିଲେ । ଯାହାକୁ ୧୯୪୨ରୁ ୧୯୪୪ ମଧ୍ୟରେ ସେ ଦକ୍ଷିଣ କରୋଲିନାର ଗଭର୍ନର ଜେମ୍ସ ବାୟନର୍ସଙ୍କୁ ଦେଇଥିଲେ । ଗଣମାଧ୍ୟମର ସୂଚନା ଅନୁଯାୟୀ, ବୋତଲର ଦାମ୍ ୨୦,୦୦୦ରୁ ୪୦,୦୦୦ ଡଲାର ମଧ୍ୟରେ ହେବ । ହେଲେ ଜୁନ୍ ୩୦ରେ ମିଡଟାଉନ ମେନହଟ୍ଟନର ଏ ସଂଗ୍ରହାଳୟ ଓ ଗବେଷଣା ସଂସ୍ଥା ମାର୍ଗନ ଲାଇବ୍ରେରୀକୁ ୧୩୭,୦୦୦ ଡଲାରରେ ବିକ୍ରି କରିଦେଇଛି । ଏବେ ବିଶେଷଜ୍ଞଙ୍କ କହିବା କଥା ହେଲା ଦେଖିବାର ଅଛି ହ୍ୟୁସ୍କିଟି ଏବେ ପାନୀୟ ଯୋଗ୍ୟ ଅଛି ନା ନାହିଁ ।

Share