ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ, ୫ ଚାଇନା ନାଗରିକଙ୍କ ମୃତ୍ୟୁ

ଇସଲାମାବାଦ,୨୬।୩: ପାକିସ୍ତାନରେ ମଙ୍ଗଳବାର ବଡ଼ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଘଟିଛି। ଖେବର୍‌ ପାଖ୍‌ତୁନ୍‌ଖ୍ବାଠାରେ ହୋଇଥିବା ଏହି ଆକ୍ରମଣରେ ୫ ଚାଇନା ନାଗରିକଙ୍କ ସମେତ ୬ଜଣଙ୍କ ମୃତ୍ୟୁ ହୋଇଛି। ମୃତ ଚାଇନାର ନାଗରିକମାନେ ଇଞ୍ଜିନିୟର ଥିବା ବେଳେ ପାକିସ୍ତାନରେ ଚାଲୁଥିବା ଏକ ପ୍ରୋଜେକ୍ଟରେ କାମ କରୁଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ଏହି ଆତ୍ମଘାତୀ ଆକ୍ରମଣ ଚାଇନା ନାଗରିକଙ୍କ ଗାଡିକୁ ଟାର୍ଗେଟ କରି କରାଯାଇଛି। ଉତ୍ତର ପଶ୍ଚିମ ପାକିସ୍ତାନରେ ଏକ ଆତଙ୍କବାଦୀ ନିଜକୁ ବିସ୍ଫୋରଣରେ ଉଡାଇ ଦେଇଥିଲେ। ଏହି ବିସ୍ଫୋରଣରେ ୫ ଚାଇନା ନାଗରିକଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ଗାଡ଼ିର ପାକିସ୍ତାନୀ ଡ୍ରାଇଭର ମଧ୍ୟ ପ୍ରାଣ ହରାଇଛନ୍ତି। ଗାଡ଼ିରେ ଥିବା ଅନ୍ୟ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତେବେ ଏହି ଆକ୍ରମଣ ନେଇ ଚାଇନା ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆକ୍ରମଣ ପାଇଁ କେହି ଦାୟିତ୍ୱ ଗ୍ରହଣ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ ହେଲା କାଳ: ବାପାଙ୍କୁ ପିଟିପିଟି ମାରିଦେଲେ ୨ପୁଅ

ପୁରୁଷୋତ୍ତମପୁର,୨୮।୪( ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଘଳା ପଞ୍ଚାୟତ କୁଷପୁର ଗ୍ରାମରେ ସୋମବାର ଏକ ଅଭାବନିୟ ଘଟଣା ଘଟିଛି। ନିଜ ଜନ୍ମକଲା...

Video: ମଞ୍ଚ ଉପରେ ପୋଲିସକୁ ଉପରକୁ ହାତ ଉଠାଇଲେ ମୁଖ୍ୟମନ୍ତ୍ରୀ, ଭିଡିଓ ଭାଇରାଲ

ବେଙ୍ଗାଳୁରୁ, ୨୮।୪: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏକ ଜନସଭା ମଞ୍ଚରେ ଜଣେ ପୋଲିସ ଅଧିକାରୀଙ୍କୁ ଚାପୁଡ଼ା ମାରିବାକୁ ଇଙ୍ଗିତ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ...

ୟୁକ୍ରେନରେ ତିନି ଦିନିଆ ଅସ୍ତ୍ରବିରତି ଘୋଷଣା କଲେ ପୁଟିନ

ନୂଆଦିଲ୍ଲୀ,୨୮।୪: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଯୁଦ୍ଧରେ ଏକ ଅସ୍ଥାୟୀ ଅସ୍ତ୍ରବିରତି ଘୋଷଣା କରିଛନ୍ତି।କ୍ରେମଲିନ କହିଛି ଯେ ଏହି ଅସ୍ତ୍ରବିରତି ମେ ୮ ତାରିଖ...

ଡ୍ୟାମ ଗେଟ ବନ୍ଦ: ଧାନ ଫସଲକୁ ନେଇ ଚିନ୍ତାରେ ଚାଷୀ

କେନ୍ଦୁଝର,୨୮ା୪: କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅନ୍ତର୍ଗତ କଣ୍ତରା ପଞ୍ଚାୟତ ଦାମପୁର ଓ କାନପୁର ଗ୍ରାମର ଚାଷୀମାନେ ଖରାଟିଆ ଧାନ ଫସଲ କରିଛନ୍ତି। ତେବେ କାନପୁର...

ପାକିସ୍ତାନ ସେନାରେ ବିଦ୍ରୋହ? ପହଲଗାମ ଆକ୍ରମଣ ପରେ ଯୁଦ୍ଧ ଆଶଙ୍କାରେ ସାମୂହିକ ଇସ୍ତଫା, ଚିଠି ଭାଇରାଲ

ଇସଲାମାବାଦ,୨୮।୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି। ଏହି...

ସାବୁନ ଫେଣର କଥା: ସାବୁନ ଯେଉଁ ରଙ୍ଗର ହେଉ ନା କାହିଁକି ଫେଣ କିନ୍ତୁ ଧଳାରଙ୍ଗ ଜାଣନ୍ତୁ କାହିଁକି ?

ଗାଧୋଇବା ସମୟରେ ହେଉ କି ଲୁଗା ସଫା ଅବା ବାସନ ମାଜିବାବେଳେ ବ୍ୟବହାର କରାଯାଉଥିବା ସାବୁନ୍‌ରୁ ଫେଣ ବାହାରୁଥିବା ଦେଖିଥିବେ। ସାବୁନ ଯେଉଁ ରଙ୍ଗର ହେଉ...

ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

କେନ୍ଦୁଝର,୨୮।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ବ୍ଲକ ଅଧୀନ ନରଣପୁରରେ ଥିବା ସାହୁ ଜୁଏଲାରୀ ମାଲିକ ଦୀପକ ସାହୁଙ୍କୁ ଆକ୍ରମଣ କରି ୫ ଲକ୍ଷରୁ...

ପାକିସ୍ତାନ ସହ ଉତ୍ତେଜନା ମଧ୍ୟରେ ଭାରତର ଶକ୍ତି ବୃଦ୍ଧି: ଫ୍ରାନ୍ସ ଦେଲା ୨୬ ଯୁଦ୍ଧ ବିମାନ

ନୂଆଦିଳ୍ଲୀ,୨୮।୪: ଗୋଟିଏ ପଟେ, ଭାରତ ପହଲଗାମ ଆକ୍ରମଣର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଛି। ଏହା ସହିତ, ଭାରତ ଏହାର ପ୍ରତିରକ୍ଷା ଶକ୍ତି ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image