ନୂଆଦିଲ୍ଲୀ,୨୦।୪: ଭାରତର ଦୀପ୍ତି ଜୀବାଞ୍ଜୀ ବିଶ୍ୱ ରେକର୍ଡ ସୃଷ୍ଟି କରି ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପ ୨୦୨୪ ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଦୀପ୍ତି ୪୦୦ ମିଟର ରେସ୍ରେ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ୫୫.୦୭ ସେକେଣ୍ଡରେ ୪୦୦ ମିଟର ରେସ୍କୁ ସମାପ୍ତ କରିଥିଲେ। ପ୍ୟାରିସରେ ଆୟୋଜିତ ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନଶିପରେ ଆମେରିକୀୟ ଆଥଲେଟ ବ୍ରେନା କ୍ଲାର୍କଙ୍କ ରେକର୍ଡ ସେ ଭାଙ୍ଗିଥିଲେ।
ଆମେରିକାର ବ୍ରେନ୍ନା କ୍ଲାର୍କ ପ୍ୟାରିସରେ ଚାଲିଥିବା ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପରେ ୫୫.୧୨ ସେକେଣ୍ଡର ରେକର୍ଡ ସ୍ଥାପନ କରିଥିଲେ, ଯାହା ବର୍ତ୍ତମାନ ଭାଙ୍ଗି ଯାଇଛି। ପ୍ୟାରିସରେ ତୁର୍କୀର ଆଇସେଲ ଓଣ୍ଡର ୫୫.୧୯ ସେକେଣ୍ଡରେ ରେସ୍କୁ ସମାପ୍ତ କରିଥିଲେ ଏବଂ ଇକ୍ୟୁଏଡରର ଲିଜାନସେଲା ଆଙ୍ଗୁଲୋ ୫୬.୬୮ ସେକେଣ୍ଡରେ ରେସ୍କୁ ସମାପ୍ତ କରିଥିଲେ। ଆଇସେଲ ଓଣ୍ଡର ଦ୍ୱିତୀୟ ଏବଂ ଲିଜାନସେଲା ଆଙ୍ଗୁଲୋ ତୃତୀୟ ସ୍ଥାନରେ ରହିଛନ୍ତି।