Categories: ଜାତୀୟ

ଇଟାଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଆଲିଙ୍ଗନ କଲେ ପୋପ୍‌ ଫ୍ରାନ୍ସିସ୍‌

ନୂଆଦିଲ୍ଲୀ,୧୪।୬: ଇଟାଲୀରେ ଚାଲିଥିବା ଜି୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇଛନ୍ତି। ଏହି ଅବସରରେ ସେ ପୋପ୍‌ ଫ୍ରାନ୍ସିସ୍‌ଙ୍କୁ ଭେଟିଛନ୍ତି। ଉଭୟଙ୍କ ଭେଟର କିଛି ଫଟୋ କାର୍ଯ୍ୟାଳୟ ପକ୍ଷରୁ ଶେୟାର କରାଯାଇଛି। ତେବେ ସମ୍ମିଳନୀ ପୂର୍ବରୁ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଭେଟିଥିଲେ। ତାଙ୍କର ଦିନିକିଆ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଦ୍ୱାରା ଆୟୋଜିତ କୃତ୍ରିମ ଇଣ୍ଟେଲିଜେନ୍ସ(ଏଆଇ), ଶକ୍ତି, ଆଫ୍ରିକା ଏବଂ ଭୂମଧ୍ୟସାଗରୀୟ ଅଞ୍ଚଳ ଉପରେ ଧ୍ୟାନ ଦେଉଥିବା ଏକ ଅଧିବେଶନରେ ଯୋଗ ଦେଇଥିଲେ। ତେବେ ଇଟାଲୀଏହି ୫୦ ତମ ଜି୭ ଶିଖର ସମ୍ମିଳନୀ ପାଇଁ ଭାରତକୁ ଏକ ‘ଆଉଟ୍‌ରିଚ୍‌ ଦେଶ’ ଭାବେ ଆମନ୍ତ୍ରଣ କରିଛି।

 

Share