Categories: ଜାତୀୟ

ପ୍ରେସ ସ୍ବାଧୀନତା: ତଳକୁ ଖସି ୧୫୦ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ,୪।୫: ବିଶ୍ୱରେ ପ୍ରେସ ସ୍ବାଧୀନତା ସୂଚକାଙ୍କରେ ତଳକୁ ଖସିଲା ଭାରତ। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ସୂଚକାଙ୍କରେ ଭାରତର ସ୍ଥାନ ଆହୁରି ତଳକୁ ଖସିଛି। ୨୦୨୧ରେ ଏହି ସୂଚକାଙ୍କରେ ୧୮୦ ଦେଶ ମଧ୍ୟରେ ଭାରତ ୧୪୨ତମ ସ୍ଥାନରେ ଥିଲା। ହେଲେ ୨୦୨୨ରେ ଭାରତ ଆହୁରି ୮ଟି ସ୍ଥାନ ତଳକୁ ଖସି ୧୫୦ତମ ସ୍ଥାନରେ ପହଞ୍ଚିଛି।ଏହାକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭ ସଙ୍କେତ ନୁହେଁ ବୋଲି ସେମାନେ ମତ ରଖିଛନ୍ତି।

ଆର୍‌ଏସ୍‌ଏଫ୍‌ ପକ୍ଷରୁ ପ୍ରକାଶିତ ଏହି ତାଲିକାରେ ନେପାଳକୁ ଛାଡ଼ିଦେଲେ ଆଉ ସବୁ ଦେଶ ତଳକୁ ଖସିଛନ୍ତି। ପାକିସ୍ତାନ ତାଲିକାର ୧୫୭ତମ ସ୍ଥାନରେ ଥିବା ବେଳେ ଶ୍ରୀଲଙ୍କା ୧୪୬, ବାଂଲାଦେଶ ୧୬୨ ଓ ମିଆଁମାର ୧୭୬ତମ ସ୍ଥାନରେ ରହିଛି।

ବିଶ୍ୱ ପ୍ରେସ ସ୍ବାଧୀନତା ସୂଚକାଙ୍କରେ ନରୱେ ଶୀର୍ଷ ସ୍ଥାନରେ ରହିଛି। ଦ୍ୱିତୀୟରେ ଡେନମାର୍କ, ତୃତୀୟରେ ସ୍ବିଡେନ, ୪ର୍ଥରେ ଇଷ୍ଟୋନିଆ ଓ ୫ମରେ ଫିନ୍‌ଲ୍ୟାଣ୍ଡ ରହିଛି। ତାଲିକାର ସବୁଠାରୁ ଶେଷରେ ଅର୍ଥାତ ୧୮୦ତମ ସ୍ଥାନରେ ଉତ୍ତର କୋରିଆ ରହିଛି।

Share