Categories: ଫୁରସତ

ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ

କୌଣସି ଶାରୀରିକ ସମସ୍ୟା କ୍ଷେତ୍ରରେ ପ୍ରକୃତ ଡାକ୍ତରୀ ଚିକିତ୍ସା ଆରମ୍ଭ କରାଯିବା ପୂର୍ବରୁ ପ୍ରାଥମିକ ଚିକିତ୍ସା ବା ଫାଷ୍ଟ ଏଡ୍‌ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ପ୍ରାଥମିକ ଚିକିତ୍ସା ଜୀବନ ବଞ୍ଚାଇଥାଏ।
ଆମ ଦେଶରେ ପ୍ରତି ବର୍ଷ ହାରାହାରି ୧୩.୪ ଲକ୍ଷ ଲୋକଙ୍କର ଦୁର୍ଘଟଣା ସମୟରେ ପ୍ରାଥମିକ ଚିକିତ୍ସା ନ ପାଇ ଅକାଳରେ ମୃତ୍ୟୁ ଘଟିଥାଏ। ବିଶ୍ୱସ୍ତରରେ ମଧ୍ୟ ପ୍ରାଥମିକ ଚିକିତ୍ସା ଅଭାବରୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଥାଏ। ତେଣୁ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ମାସ ଦ୍ୱିତୀୟ ଶନିବାରକୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଭାବେ ପାଳନ କରାଯାଇଥାଏ।
ଚଳିତ ୨୦୨୩ ବର୍ଷରେ ଏହା ସେପ୍ଟେମ୍ବର ୯ରେ ପାଳନ କରାଯାଉଛି। ଏହି ଦିବସରେ ଲୋକମାନଙ୍କ ମଧ୍ୟରେ ପ୍ରାଥମିକ ଚିକିତ୍ସା ବିଷୟରେ ସଚେତନତା ଦିଆଯାଇଥାଏ। ଏହା ଦ୍ୱାରା କିଭଳି ଜୀବନ ବଞ୍ଚାଇବା ସହଜ ହୋଇଥାଏ ସେ ସମ୍ପର୍କରେ ଅବଗତ କରାଯାଇଥାଏ। ପ୍ରଥମେ ଇଣ୍ଟ୍ଚରନ୍ୟାଶନାଲ ଫେଡେରେଶନ ଅଫ୍‌ ରେଡକ୍ରସ କ୍ରିସେଣ୍ଟ ସୋସାଇଟି ୨୦୦୦ମସିହାରେ ଏହି ଦିବସର ପାଳନ ଆରମ୍ଭ କରିଥିଲା।
ଜରୁରିକାଳୀନ ସ୍ବାସ୍ଥ୍ୟସେବା ପରିସ୍ଥିତିରେ ଜଣେ ଲୋକର କିଭଳି ପ୍ରାଥମିକ ଚିକିତ୍ସା କରାଯାଇପାରିବ ସେ ବିଷୟରେ ଜାଣିବା ନିହାତି ଦରକାର। ଏଥିପାଇଁ କୌଣସି ପ୍ରଶିକ୍ଷଣ ଦରକାର ହୁଏନାହିଁ। ସାଧାରଣ ଭାବରେ ଆମ ପାଖରେ ହେଉ କିମ୍ବା ଘର କିମ୍ବା ଗାଡି ହେଉ ସବୁବେଳେ ଫାଷ୍ଟ ଏଡ୍‌ କିଟ୍‌ ରଖିବା ଜରୁରୀ।

Share