କରୋନା ସମୟରେ ବିଶ୍ୱ ରେକର୍ଡ: ଏକ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପାଠ କଲେ ହନୁମାନ ଚାଳିସା

ପ୍ରୟାଗରାଜ, ୧୭।୮: କରୋନା ମହାମାରୀକୁ ସମାପ୍ତ କରିବା ପାଇଁ ଏବଂ ଏଥିରେ ଆକ୍ରାନ୍ତଙ୍କୁ ମାନସିକସ୍ତରରେ ଦୃଢ଼ କରିବା ଲାଗି ହନୁମାନ ଚାଳିସାକୁ ସାମୁହିକ ଭାବେ ଏକ ଲକ୍ଷରୁ ଊର୍ଦ୍ଧ୍ୱଲୋକ ପାଠ କରି ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି। ହନୁମାନ ଚାଳିସା ପାଠ ଅଗଷ୍ଟ ୧୫ ରାତିରେ ଅନ୍‌ଲାଇନ୍‌ରେ କରାଯାଇଥିଲା। ଏହି ଅବସରରେ ସାରା ବିଶ୍ୱର ୫୦ରୁ ଅଧିକ ଦେଶର ଏକ ଲକ୍ଷରୁ ଊର୍ଦ୍ଧ୍ୱ ନାଗରିକ ଏକା ସାଙ୍ଗରେ ଗୋଟିଏ ସ୍ବରରେ ହନୁମାନ ଚାଳିସା ପାଠ ପଢ଼ିବା ଆରମ୍ଭ କରିଥିଲେ।
ଐାମେରିକା କାଲିଫର୍ନିଆ ସଂସ୍ଥା ସିଲିକନ ଆନ୍ଧ୍ରାର ସାଧୁ ତଥା ସଙ୍ଗମ ନଗରୀ ପ୍ରୟାଗରାଜର ସାଧୁ ଏବଂ ଗଙ୍ଗା ସେନାର ସଂଯୋଜକ ଆନନ୍ଦ ଗିରି ମିଳିତ ଭାବେ ଏହି ସାମୁହିକ ପାଠର ଆୟୋଜନ କରିଥିଲେ। ଏଭଳି ବିରଳ ଘଟଣା ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇଛି। ଗିନିଜ ବୁକ୍‌ ପକ୍ଷରୁ ମଧ୍ୟ ଏନେଇ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଛି। ସ୍ବାମୀ ଆନନ୍ଦ ଗିରି ପ୍ରୟାଗରାଜରେ ଅବସ୍ଥିତ ହନୁମାନ ମନ୍ଦିରର ମହନ୍ତ ଅଟନ୍ତି। ତାଙ୍କ କହିବାନୁସାରେ, ହନୁମାନ ଚାଳିସା ପାଠ କରି ଲୋକେ ସମସ୍ତ ରୋଗ ଓ ଅନ୍ୟାନ ସଙ୍କଟରୁ ମୁକ୍ତି ପାଇଥାନ୍ତି। କରୋନା ଭଳି କଠିନ ସମୟରେ ଯେଉଁମାନେ ହନୁମାନ ଚାଳିସା ପାଠ କରିବେ ସେମାନେ ନିଶ୍ଚିତ ଭାବେ ମାନସିକ ଶକ୍ତି ପାଇବେ।

Share