Categories: ଫୁରସତ

୬୭ ପବ୍‌ରେ ମଦ ପିଇ ୱାଲର୍‌ଡ ରେକର୍ଡ

ଲଣ୍ଡନ: ୱାଲର୍‌ଡ ରେକର୍ଡ କରିବା ନିଶାରେ ଅନେକ ବ୍ୟକ୍ତି ଅଜବ କାମ କରିବାକୁ ପଛାଇ ନ ଥାନ୍ତି। ଏପରି ଏକ ଘଟଣା ସାମ୍‌ନାକୁ ଆସିଛି। ବ୍ରିଟେନ୍‌ରେ ରହୁଥିବା ୨୨ ବର୍ଷୀୟ ନାଥନ କ୍ରିମ୍ପ ୱାଲର୍‌ଡ ରେକର୍ଡ କରିବା ପାଇଁ ଦୌଡି ଦୌଡି ଯାଇ ୬୭ ପବ୍‌ରେ ନିଶା ସେବନ କରିଛନ୍ତି। ଏଥିପାଇଁ ସେ ୧୭ ଘଣ୍ଟା ସମୟ ନେଇଥିଲେ। ପରେ ଏଭଳି ଅଜବ ୱାଲର୍‌ଡ ରେକର୍ଡ ତାଙ୍କ ନାଁରେ କରିଥିଲେ। ସେ ପ୍ରଥମେ ୨୫ ପବ୍‌ରେ କମ୍‌ ଆଲ୍‌କୋହଲ ଥିବା ନିଶା ଏବଂ ପରେ ୧୫ ପବ୍‌ରେ ଅଧିକ ନିଶାଯୁକ୍ତ ମଦ୍ୟପାନ କରିଥିଲେ। ଗୋଟେ ପବ୍‌ରୁ ନିଶା ସେବନ ପରେ ତାଙ୍କୁ ଅନ୍ୟ ଏକ ପବ୍‌କୁ ଦୌଡିବାକୁ ପଡୁଥିଲା। ତାଙ୍କୁ ପ୍ରତ୍ୟେକ ସ୍ଥାନରୁ କିଛି ନା କିଛି ସେବନ କରିବାର ଥିଲା। ଏଥିପାଇଁ ଜଣେ ସାକ୍ଷ୍ୟ ତାଙ୍କ ସହ ପବ୍‌କୁ ଯାଇଥିଲେ। ସେଠାରୁ ସେ ରସିଦ୍‌ ମଧ୍ୟ ସଂଗ୍ରହ କରିଥିଲେ। ନାଥନଙ୍କ ପୂର୍ବରୁ ଗାରେଥ ମର୍ଫି ଏହି ରେକର୍ଡର ଅଧିକାରୀ ଥିଲେ। ସେ ୧୭ ଘଣ୍ଟା ମଧ୍ୟରେ ୫୬ ପବ୍‌ରୁ ମଦ ସେବନ କରିଥିଲେ।

Share