Categories: ଫୁରସତ

୨୫୪ ଦେଶର ପତାକା ଚିହ୍ନି ୱାଲର୍‌ଡ ରେକର୍ଡ

କୁଆଲାଲମ୍ପୁର: କୌଣସି ଦେଶ ପାଇଁ ତା’ ରାଷ୍ଟ୍ରୀୟ ପତାକା ସବୁଠୁ ମୂଲ୍ୟବାନ ହୋଇଥାଏ, ଯାହା ଦ୍ୱାରା ସେ ପୂରା ବିଶ୍ୱରେ ପରିଚିତ ହୋଇଥାଏ। ଲୋକେ ସବୁ ସ୍ଥାନରେ ନିଜ ଦେଶର ପତାକାକୁ ଆଗରେ ଦେଖିବାକୁ ପସନ୍ଦ କରିବା ସହ ତାକୁ ସହଜରେ ଚିହ୍ନି ଦିଅନ୍ତି। ଏହାଛଡ଼ା କିଛି ଦେଶ ରହିଛି, ଯାହାର ପତାକା ଲୋକଙ୍କୁ ଜଣାଥିବ। ହେଲେ ମାଲେସିଆର ପେନାଙ୍ଗର ଜଣେ ୮ ବର୍ଷର ଝିଅ, ଯିଏକି ନିଜ ମୁଖରେ ପୂରା ବିଶ୍ୱରେ ଥିବା ସମସ୍ତ ଦେଶର ପତାକା ବାବଦରେ ସବିଶେଷ ଜ୍ଞାନ ରହିଛି। ସେ ନିକଟରେ ୨୫୦ରୁ ଅଧିକ ଦେଶର ପତାକାକୁ ଚିହ୍ନି ୱାଲର୍‌ଡ ରେକର୍ଡ କରିଛନ୍ତି। ତାହା ପୁଣି ବହୁତ କମ୍‌ ସମୟରେ। ଅମ୍ରିଥା ମତିୱାନାନ୍‌ ୨୫୪ ଦେଶର ପତାକାକୁ ୪ ମିନିଟ୍‌ ୨୧ ସେକେଣ୍ଟରେ ଚିହ୍ନଟ କରି ୱାଲର୍‌ଡ ରେକର୍ଡ କରିଛନ୍ତି। ଏହି ରେକର୍ଡକୁ କଲାମ ୱାଲର୍‌ଡ ରେକର୍ଡରେ ସାମିଲ କରାଯାଇଛି। ଏହାଛଡ଼ା କାନାଡାର କିଡ୍‌ସ ୱାଲର୍‌ଡ ରେକଡର୍‌ସ, ଇଣ୍ଟରନ୍ୟାଶନାଲ ବୁକ୍‌ସ ଅଫ୍‌ ରେକଡର୍‌ସ, ଜ୍ୟାକି ବୁକ୍‌ ଅଫ୍‌ ୱାଲର୍‌ଡ ରେକଡର୍‌ସ ଆଦି ୩ ଅର୍ଗାନାଇଜେଶନରୁ ମଧ୍ୟ ତାଙ୍କୁ ସାର୍ଟିଫିକେଟ୍‌ ମିଳିଛି। ତାଙ୍କ ମା’ କହିଛନ୍ତି, ଅମ୍ରିଥାଙ୍କୁ ଆଗରୁ ପତାକା ବିଷୟରେ ସେପରି କିଛି ଆଗ୍ରହ ନ ଥିଲା। ମାର୍ଚ୍ଚ ମାସରେ ସ୍କୁଲ ଛୁଟି ସମୟରେ ତାଙ୍କର ପତାକା ପ୍ରତି ଆଗ୍ରହ ବଢିଥିଲା। ସେ ସମସ୍ତ ଦେଶର ପତାକା ବିଷୟରେ ଜାଣିବାକୁ ଆରମ୍ଭ କଲେ ଏବଂ ଏପ୍ରିଲ ଶେଷ ଆଡ଼କୁ ୱାଲର୍‌ଡ ରେକର୍ଡ କଲେ। ଏବେ ଅମ୍ରିଥାଙ୍କୁ ଆହୁରି ଅନେକ ରେକର୍ଡ କରିବାକୁ ବାକି ଅଛି ବୋଲି ତାଙ୍କ ମା’ କହିଛନ୍ତି।

Share