Posted inଫୁରସତ

ହାଇହିଲ୍‌ ପିନ୍ଧି ୧୦୦ ମିଟର ଦୌଡ଼ି ବିଶ୍ୱ ରେକର୍ଡ

ଯେତେବେଳେ ଉସେନ ବୋଲ୍ଟ ପ୍ରଥମ ଥର ପାଇଁ ୨୦୦୮ରେ ଅଲିମ୍ପିକ୍ସରେ ସ୍ବର୍ଣ୍ଣପଦକ ଜିତିଥିଲେ। ସେତେବେଳେସେତେବେଳେ ସାରା ବିଶ୍ୱ ତାଙ୍କୁ ଜାଣିଥିଲା। ସେ ହାଇହିଲ୍‌ ପିନ୍ଧି ୧୦୦ ମିଟର ଦୌଡ଼ରେ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ବର୍ତ୍ତମାନ ପୁଣି ଜଣେ ବ୍ୟକ୍ତି ହାଇହିଲ୍‌ ପିନ୍ଧି ୧୦୦ ମିଟର ଦୌଡ଼ି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଯଦିଓ ସେ ଉସେନ ବୋଲ୍ଟଙ୍କ ରେକର୍ଡ ଭାଙ୍ଗି ନାହାନ୍ତି ତଥାପି ନିଜର ଏକ ନିଆରା ରେକର୍ଡ କରିଛନ୍ତି।

ଗିନିଜ ଓ୍ବାଲର୍‌ଡ ରେକର୍ଡ ଅନୁଯାୟୀ, ସ୍ପେନର ଖ୍ରୀଷ୍ଟିଆନ ରୋବର୍ଟୋ ଲୋପେଜ ରୋଡ୍ରିଗୁଏଜ ମହିଳା ହାଇ ହିଲ୍‌ ପିନ୍ଧି ୧୦୦ ମିଟର ଦୌଡ଼ି ଶୁକ୍ରବାର ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ରୋବର୍ଟୋ ମାତ୍ର ୧୨.୮୨ ସେକେଣ୍ଡରେ ୧୦୦ ମିଟର ଦୌଡ଼ି ଏହି ରେକର୍ଡ ସୃଷ୍ଟି କରିଛନ୍ତି। ଆଶ୍ଚର୍ଯ୍ୟର କଥା ଉସେନ ବୋଲ୍ଟଙ୍କ ୧୦୦ ମିଟର ରେକର୍ଡ ଖ୍ରୀଷ୍ଟିଆନଙ୍କ ରେକର୍ଡଠାରୁ ମାତ୍ର ୩.୨୪ସେକେଣ୍ଡ ଅଧିକ। ଏହାର ଅର୍ଥ ହେଉଛି ଯଦି ଖ୍ରୀଷ୍ଟିଆନ ତାଙ୍କ ଚପଲ କାଢ଼ନ୍ତି ତେବେ ସେ କେତେ ଦ୍ରୁତଗତିରେ ଦୌଡ଼ିବେ। ରେକର୍ଡ ସେଟ୍‌ କରିବାକୁ ଖ୍ରୀଷ୍ଟିଆନଙ୍କୁ ୭ ସେମି ହାଇହିଲ୍‌ ପିନ୍ଧିବାକୁ ପଡ଼ିବ ଏବଂ ଆଙ୍ଗୁଠି ଆଡକୁ ୧.୫ ସେମି ଚଉଡା ରଖିବାକୁ ପଡ଼ିବ। ଏହି ରେକର୍ଡ ଭାଙ୍ଗିବା ପାଇଁ ତାଙ୍କୁ ବହୁତ ଅଭ୍ୟାସ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ହାଇ ହିଲ୍‌ରେ ଅତି କ୍ଷୀପ୍ର ଗତିରେ ଚାଲିବା ବହୁତ କଷ୍ଟକର। ସେ କହିଛନ୍ତି, ସ୍ପେନରେ ଏପରି ଏକ ଦୌଡ଼ ଅଛି ଯେଉଁଥିରେ ହିଲ୍‌ ପିନ୍ଧି ଦୌଡ଼ା ଯାଏ। ସେ କହିଛନ୍ତି, ସେ ଜଣେ ମଧୁମେହ ରୋଗୀ ଏବଂ ତେଣୁ ସେ ସେହି ଲୋକମାନଙ୍କୁ ଦେଖାଇବାକୁ ଚାହିଁଲେ ଯେ ମଧୁମେହ ରୋଗୀମାନେ ମଧ୍ୟ ସୁସ୍ଥ ଲୋକମାନଙ୍କ ପରି ସବୁକିଛି କରିପାରିବେ।

ଜାଣି ଆଶ୍ଚର୍ଯ୍ୟ ହେବେ ରୋବର୍ଟୋଙ୍କ ନାମରେ ୫୭ ଗିନିଜ ଓ୍ବାଲର୍‌ଡ ରେକର୍ଡ ଅଛି। ଦୀର୍ଘ ସମୟ ଧରି ନାକ ଉପରେ କିଛି ସନ୍ତୁଳନ ରକ୍ଷା କରି ସେ ଏକ ରେକର୍ଡ ବି ସୃଷ୍ଟି କରିଛନ୍ତି। ସେ ୨ ଘଣ୍ଟା ୪୨ ମିନିଟ୍‌ ପାଇଁ ନାକ ଉପରେ ଭାରସାମ୍ୟ ରକ୍ଷା କରିଥିଲେ। ଏହା ସହିତ ସେ ୩ଟି ଜିନିଷ ଜଗିଂ କରୁଥିବାବେଳେ ସର୍ବାଧିକ ସଂଖ୍ୟକ ପାହାଚ ଚଢ଼ିବା ପାଇଁ ରେକର୍ଡ ମଧ୍ୟ ରଖିଛନ୍ତି। ସେ ୨୦୮୨ ପାହାଚ ଚଢ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

ମା’ଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ମୁଁ ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ଚାକିରି ସନ୍ଧାନରେ ଥିଲି। ପରେ ନିଜ ଗାଁ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ରୂପେ ଯୋଗଦେଇଥିଲି। ସେଠିକାର ଶିକ୍ଷାଦାନ ପଦ୍ଧତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri