ଦୁବାଇ: ଜଣେ ଫେମସ୍ ହେୟାର ଷ୍ଟାଇଲିସ୍ ଦାନୀ ହିସ୍ୱାନିଙ୍କ ସବୁଠାରୁ ଉଚ୍ଚତା ବିଶିଷ୍ଟ ହେୟାର ଷ୍ଟାଇଲ୍ ପାଇଁ ତାଙ୍କ ନାମ ଗିନିଜ୍ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଛି। ଜଣେ ମହିଳାଙ୍କ ମୁଣ୍ଡରେ ସେ ୯ ଫୁଟର ହେୟାର ଷ୍ଟାଇଲ କରିଥିଲେ। ରେକର୍ଡ ମୁତାବକ, ଦାନୀ ଫ୍ୟାଶନ ଦୁନିଆରେ ୭ ବର୍ଷ ହେବ ଅଛନ୍ତି। ସେ ତାଙ୍କ କାମକୁ ଏକ କଳା ଭାବେ ଦେଖିଥାନ୍ତି। ଏହା ପୂର୍ବରୁ ସେ ଜଣେ ମହିଳାଙ୍କ ମୁଣ୍ଡରେ ଛୋଟ ଖ୍ରୀସ୍ମାସ ଟ୍ରି କରିଥିଲେ। କିନ୍ତୁ ଏବେ ସେ ଏକ ବଡ଼ ଖ୍ରୀସ୍ମାସ୍ ଟ୍ରି କରିବାର ଚ୍ୟାଲେଞ୍ଜ ନେଇଥିଲେ। ଏଥିରେ ସେ ସଫଳ ହୋଇ ଗିନିଜ୍ ୱାଲର୍ଡ ରେକର୍ଡ ବୁକ୍ରେ ନାମ ଲେଖାଇ ପାରିଛନ୍ତି। ସେ ଉକ୍ତ ମହିଳାଙ୍କ ମୁଣ୍ଡରେ ଏକ ହେଲମେଟ୍ ପିନ୍ଧାଇ ତା’ ଉପରେ ଏହି ଖ୍ରୀସ୍ମାସ୍ ଟ୍ରି ତିଆରି କରିଥିଲେ।